ବିଚାର

କାନ୍ଦିବାର ଥାଏ ଏତେ ଜବରଦସ୍ତ ଲାଭ କି ଜାଣିଲେ ଆପଣ ବିଶ୍ଵାସ କରିବେନି

ଆପଣ ନିଜ ଜୀବନରେ ବହୁତ ଏମିତି ଲୋକ ଦେଖିଥିବେ ଯିଏ ଅଳପ ଅଳପ କଥାରେ ଭାଉକ ହୋଇ କାନ୍ଦିବା ଆରମ୍ଭ କରି ଦିଅନ୍ତି, ତେବେ ସେ ପୁରୁଷ ହେଉ ବା ମହିଳା ଏମିତି ଲୋକଙ୍କୁ ଅନ୍ୟ ଲୋକ ଦୁର୍ବଳ ଭାବି ଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏହା ଜଣେଇ ଦବା ପାଇଁ ଚାହୁଁଅଛୁ ଯେ ଏହା ଭୁଲ ଅଟେ ସ୍ୱାସ୍ଥ୍ୟ ପାଇଁ ଯେତେ ଆବଶ୍ୟକ ହସିବା ଅଟେ ସେତିକି ଆବଶ୍ୟକ କାନ୍ଦିବା ମଧ୍ୟ ଅଟେ । କାନ୍ଦିବା ଦ୍ଵାରା ମଣିଷ ଚିନ୍ତା ମୁକ୍ତ ଅନୁଭବ କରିଥାଏ ଓ ମନ ହାଲ୍କା ହୋଇଥାଏ, କାନ୍ଦିବା ଦ୍ଵାରା ମୁଡ ମଧ୍ୟ ଆଗ ଅପେକ୍ଷା ଭଲ ହୋଇଥାଏ ।

ତେବେ ଆସନ୍ତୁ ଜାଣିବା କାନ୍ଦିବା ଲାଭ ବିଷୟରେ :

ଚିନ୍ତା ମୁକ୍ତି :

ଯଦି ଆପଣଙ୍କୁ କୌଣସି ପ୍ରକାର ଅସୁବିଧା ବା ଚିନ୍ତା ଅଛି ତେବେ ଆପଣଙ୍କୁ କାନ୍ଦ ଲାଗିବା ସ୍ଵାଭାବିକ ଅଟେ, କିନ୍ତୁ କେତେ ଲୋକ ଏହାକୁ ନିୟନ୍ତ୍ରଣ କରିବାରେ ଲାଗି ଯାନ୍ତି । ଏମିତି କରିବା ଉଚିତ ନୁହ ମଣିଷ ଯଦି କାନ୍ଦିବ ତେବେ ତା ମନରେ ଆସୁଥିବା ନକାରାତ୍ମକ ଭାବନା ହାଲ୍କା ହୋଇଯାଏ ଓ ମଣିଷ ଚିନ୍ତା ମୁକ୍ତ ଅନୁଭ କରିଥାଏ ।

ବ୍ୟାକ୍ଟେରିଆ ଠାରୁ ମୁକ୍ତି :

ପିଆଜ କାଟିଲେ ମଧ୍ୟ ଆଖିରୁ ଲୁହ ବାହାରିଥାଏ, କିଛି ଆଖିରେ ପଡିଗଲେ ମଧ୍ୟ ଆଖିରୁ ପାଣି ବାହାରିଥାଏ । କିନ୍ତୁ କଣ ଆପଣ ଏହା ଜାଣିଛନ୍ତି ଯେ ଲୁହ ସହ ବହୁତ ହାନିକାରକ ତତ୍ଵ ମଧ୍ୟ ଲୁହ ଦ୍ଵାରା ଆଖିରୁ ବାହାରି ଥାନ୍ତି । ଲୁହ ଦ୍ଵାରା ବାହାରିଥିବା ଅସନା ପାଇଁ ସଂକ୍ରମଣ ଡର କମିଯାଇଥାଏ ।

Set featured image

ମୁଡ ଫ୍ରେଶ ହବା :

ମନ ଇଛା କାନ୍ଦିବା ପରେ ମନ ହାଲ୍କା ହୋଇଯାଇଥାଏ, ମୁଡ ହଲ୍କା ହବା ଦ୍ଵାରା ଆପଣ ଆଗ ଠାରୁ ଭଲ ଅନୁଭ କରିଥାନ୍ତି । ସେଥିପାଇଁ ଆପଣ ପ୍ରାୟତଃ ଏହା ଦେଖିବାକୁ ପାଇଥିବେ ଯେ କିଛି ଭାବ ପୂର୍ଣ ଦୁଃଖ ସମୟ ଆସିଲେ ମଣିଷକୁ କାନ୍ଦିବା ପାଇଁ ଛାଡି ଦିଆ ଯାଏ ଯାହା ଦ୍ଵାରା ସେ ମନ ଇଛା କାନ୍ଦନ୍ତି, ଏହା ଏଥିପାଇଁ କରା ଯାଏ ଯାହା ଦ୍ଵାରା ମଣିଷ ମୁଡ ଏବଂ କଷ୍ଟ କମ ହୋଇଥାଏ । ହାଇ ବୋଲ୍ଡ ପ୍ରେସର ମଧ୍ୟ କମ ହୋଇଥାଏ କାହିଁକିନା କାନ୍ଦିବା ଦ୍ଵାରା ମାନସିକ ଚିନ୍ତା କମ ହୋଇଥାଏ ଏବଂ ଏହା ଦ୍ଵାରା ବୋଲ୍ଡ ପ୍ରେସର କମିଥାଏ, ମୁଣ୍ଡ ବ୍ୟଥା ମଧ୍ୟ କାନ୍ଦିବା ଦ୍ଵାରା କମ ହୋଇଥାଏ କାହିଁକିନା ଏହା ଦ୍ଵାରା ମଣିଷ ଚିନ୍ତା କମିଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button