ଦେଶ ବିଦେଶ

ପାଞ୍ଚ ଦିନରେ ପାକିସ୍ତାନ ସେନା ଉପରେ ଦ୍ୱିତୀୟ ସବୁଠୁ ବଡ଼ ଆକ୍ରମଣ

ଇସ୍‌ଲାମ୍‌ବାଦ: ପାକିସ୍ତାନ ସେନା ଉପରେ ପୁଣି ବଡ଼ ଧରଣର ଆକ୍ରମଣ। ସେନା କନଭେକୁ ଟାର୍ଗେଟ୍ କରିଛନ୍ତି ବଲୁଚ ବିଦ୍ରୋହୀ। ଟ୍ରେନ ହାଇଜାକ୍ ପରେ ବସ୍ ଉଡ଼ାଇ ଦେଇଛନ୍ତି ବଲୁଚ ଲିବେରେସନ୍ ଆର୍ମିର ସଦସ୍ୟ। ଆତ୍ମଘାତୀ ବିସ୍ଫୋରଣରେ ୭ ଜଣ ପାକିସ୍ତାନୀ ସୈନ୍ୟଙ୍କ ମୃତ୍ୟୁ ହୋଇଛି। ୨୧ ଜଣ ଗୁରୁତର ନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ତେବେ ଏହି ବିସ୍ଫୋରଣରେ ୯୦ ଜଣ ପାକ୍‌ ସୈନିକଙ୍କ ମୃତ୍ୟୁ ହୋଇଥିବା ଦାବି କରିଛି ବଲୁଚ ଲିବେରେସନ୍ ଆର୍ମି ।

ରବିବାର ମଧ୍ୟାହ୍ନରେ ପୂର୍ବ ଯୋଜନା ଅନୁସାରେ ଯବାନଙ୍କ ବସକୁ ଧକ୍କା ଦେଇଥିଲା ଆଇଡି ଭର୍ତ୍ତି ଗାଡ଼ି। ବିସ୍ଫୋରଣ ସହ ହୋଇଥିଲା ପ୍ରଚଣ୍ଡ ଶବ୍ଦ। ବସ୍ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ ଆତଙ୍କୀ। ପୁଲୱାମା କାଣ୍ଡ ଭଳି ଆକ୍ରମଣ ପରେ ବିସ୍ଫୋରଣରେ ସମ୍ପୂର୍ଣ୍ଣ ଜଳିଯାଇଛି ବସ୍। ଏହି ଆକ୍ରମଣ ପାଇଁ ବଲୁଚ ଲିବେରେସନ୍ ଆର୍ମିର ଫିଦାୟୀ ୟୁନିଟ୍‌ ନିଜକୁ ଦାୟୀ କରିଛି।

୫ ଦିନରେ ପାକିସ୍ତାନ ସେନା ଉପରେ ଏହା ହେଉଛି ଦ୍ୱିତୀୟ ସବୁଠୁ ବଡ଼ ଆକ୍ରମଣ। ଏହା ପୂର୍ବରୁ ଜାଫର ଏକ୍ସପ୍ରେସକୁ ହାଇଜାକ୍ କରି ନେଇଥିଲେ ବିଏଲଏ ସଦସ୍ୟ। ତେବେ ସମସ୍ତ ପଣବନ୍ଦୀଙ୍କୁ ମୁକ୍ତ କରାଯାଇଥିବା ପାକ ସରକାର କହୁଥିବା ବେଳେ ୨୧୪ ଜଣଙ୍କୁ ହତ୍ୟା କରିଥିବା ଦାବି କରିଥିଲା ବିଏଲଏ। ଏବେ ପୁଣି ଏକ ଆକ୍ରମଣ ପାକିସ୍ତାନ ସରକାରଙ୍କ ନିଦ ହଜାଇ ଦେଇଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button