ବିଚାର

ମୃତ୍ୟୁ ପୂର୍ବରୁ ରାବଣ କହିଥିବା ୬ଟି ମହତ୍ଵପୂର୍ଣ କଥା ଯାହା ଆମମାନଙ୍କ ଭାଗ୍ୟ ପରିବର୍ତନ କରିଥାଏ

ରାବଣ ବିଷୟରେ ଆପଣମାନେ ଜାଣିଥିବେ ସେ ଏମିତି ଗୋଟେ ମହାନ ପ୍ରତାପୀ ରାଜା ଥିଲା ଯିଏ ରାକ୍ଷସ କୁଳର ବଂଶଜ ଥିଲା ତା ମା ଗୋଟେ ରାକ୍ଷାସୀ ଏବଂ ପିତା ଗୋଟେ ରିଷି ଥିଲେ ସେଥିପାଇଁ ରାକ୍ଷସ ହେଲେ ମଧ୍ୟ ରାବଣ ପାଖରେ ସବୁ ପ୍ରକାର ପାଣ୍ଡିତ୍ୟ ଥିଲା, ସେ ସବୁବେଳେ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜା କରିବା ପାଇଁ ମନା କରୁଥିଲା । ତେବେ ରାବଣ ସବୁଠାରୁ ବଡ ପାପ ଏହା ଥିଲା ଯେ ସେ ଅନ୍ୟ ସ୍ତ୍ରୀ ଉଠେଇ ଆଣିଲା ତାହା ମଧ୍ୟ ମାତା ସିତାଙ୍କୁ ସେଥିପାଇଁ ତା ବିନାଶ ହୋଇଥିଲା ।

Image Courtesy: Google

ଯେତେବେଳେ ରାବଣ ମୃତ୍ୟୁ ସଇୟାରେ ଥିଲା ସେତେବେଳେ ଭଗବାନ ରାମ ଲକ୍ଷ୍ମଣଙ୍କୁ କହିଥିଲେ ଦୁନିଆ ସବୁଠାରୁ ବିଦ୍ଵାନ ଲୋକ ସଂସାର ଠାରୁ ବିଦାୟ ନବାକୁ ଯାଉଛନ୍ତି ତମେ ତାଙ୍କ ସମୁଖୀନ ଯାଇ ସଂସାର କିଛି କଥା ଜାଣିବା ଉଚିତ, ତେବେ ଭାଇଙ୍କ ଆଜ୍ଞା ମାନି ଲକ୍ଷ୍ମଣ ମଧ୍ୟ ରାବଣ ପାଖକୁ ଯାଇଥିଲେ ଯାହା ପରେ ରାବଣ ତାଙ୍କୁ ସଂସାର ବିଷୟରେ ଏହି ୬ଟି ବିଶେଷ ଏବଂ ମହତ୍ଵପୂର୍ଣ କଥା କହିଥିଲା । ତେବେ ଭଗବାନ ରାମଙ୍କ କଥା ମାନି ଲକ୍ଷ୍ମଣ ରାବଣ ମୁଖ ପାଖରେ ଯାଇ ଠିଆ ହୋଇଲେ ଯାହା ପରେ ରାବଣ କିଛି କହିଲେ ନାହିଁ ଯାହା ପରେ ଲକ୍ଷ୍ମଣ ରାମଙ୍କ ପାଖକୁ ଯାଇ କହିଲେ ସେ କିଛି କହିଲେ ନାହିଁ ଏହା ପରେ ରାମ କହିଲେ କାହା ଠାରୁ ଶିକ୍ଷା ପାଇବାକୁ ହେଲେ ପାଦ ପାଖରେ ଠିଆ ହବା ଉଚିତ ଯାହା ପରେ ଲକ୍ଷ୍ମଣ ପାଦ ପାଖରେ ଠିଆ ହୋଇଲେ ଓ ରାବଣ କହିବା ଆରମ୍ଭ କରିଥିଲେ ।

Image Courtesy: Google

୧. ଶୁଭ କାର୍ଯ୍ୟ ଯେତେ ଶୀଘ୍ର ପାରୁଛନ୍ତି କରି ଚାଲନ୍ତୁ ଓ ଅଶୁଭ କାର୍ଯ୍ୟ ଯେତେ ଘୁଞ୍ଚେଇ ପାରୁଛନ୍ତି ଘୁଞ୍ଚେଇ ଚାଲନ୍ତୁ, ମୁଁ ଶ୍ରୀ ରାମ ଚନ୍ଦ୍ରନକୁ ଚିହ୍ନିବା ପାଇଁ ବିଲମ୍ବ କଲି ଯାହା ଫଳ ଆଜି ଆମେ ଏହି ମୃତ୍ୟୁ ଆସୁଛି । ଯଦି ମୁଁ ଏହା ଆଗରୁ ଭଗବାନଙ୍କ ଶରଣରେ ଆସିଥାନ୍ତି ତେବେ ମତେ ଏହା ଦେଖିବାକୁ ପଡି ନଥାନ୍ତା ।

୨. ନିଜ ଶତ୍ରୁ ବା ପ୍ରତି ଦ୍ବନ୍ଦୀ ମାନଙ୍କୁ କମ ବା ଦୁର୍ବଳ ଭାବନ୍ତୁ ନାହିଁ, ଯାହାକୁ ମୁଁ ମାଙ୍କଡ ମନେ କରୁଥିଲି ସେ ମୋ ପୁରା ରାକ୍ଷାଶ ସେନାକୁ ମାରି ଦେଲେ ତେବେ କାହାକୁ ତୁଛ ଭାବିବା ବହୁତ ବଡ ଭୁଲ ଅଟେ ସେଥିପାଇଁ ଭୁଲରେ ବି କାହାକୁ ତୁଛ ଭାବନ୍ତୁ ନାହିଁ ।

୩. ନିଜ ଗୁପତ କଥା କେବେ କାହାକୁ କହିବ ନାହିଁ, ଏହା ତମ ଶତ୍ରୁକୁ ସବଳ ଏବଂ ତମକୁ ଦୁର୍ବଳ କରିଥାଏ, ତେବେ ରାବଣ ମୃତ୍ୟୁ ରହସ୍ୟ କେବଳ ବିଭୀଷଣ ଜାଣିଥିଲେ ଓ ତାଙ୍କ କହିବା ଦ୍ଵାରା ଭଗବାନ ରାମ ରାବଣକୁ ମାରିବାରେ ସଫଳ ହୋଇଥିଲେ ସେଥିପାଇଁ କେବେ ବି ନିଜ ଗୁପ୍ତ କଥା କାହାକୁ କୁହନ୍ତୁ ନାହିଁ ।

Image Courtesy: Google

୪. ନିଜ ଉପରେ ଅତି ଆତ୍ମବିଶ୍ଵାସ ରଖନ୍ତୁ ନାହିଁ, ଏହା ଅହଂକାରରେ ପରିବର୍ତିତ ହୋଇଥାଏ ଓ ଭଗବାନ ପାପୀକୁ କ୍ଷମା କରି ପାରନ୍ତି କିନ୍ତୁ ଅହଙ୍କାରୀ ମଣିଷକୁ ନୁହ ।

୫. କେବେ ଭୁଲରେ ବି ଅନ୍ୟ ସ୍ତ୍ରୀ ଉପରେ ନଜର ପକାଇବା ବା ଚରିତ୍ରବାନ ସ୍ତ୍ରୀକୁ ଭୁଲ ନଜରରେ ଦେଖିବା ଉଚିତ ନୁହ ଏହା ଦ୍ଵାରା ତମ ନାସ ହୋଇଥାଏ, ଯଦି ମୁଁ ସୀତା ମାତାଙ୍କ ହରଣ କରି ନଥାନ୍ତି ତେବେ ମୋ ମୃତ୍ୟୁ ହୋଇ ନଥାନ୍ତା ।

୬. ମଣିଷ କେବେ ଭାଗ୍ୟ ପରିବର୍ତନ କରି ପାରିବ ନାହିଁ କିନ୍ତୁ ଭାଗ୍ୟ ପରିବର୍ତନ କରିବା ପାଇଁ ଆଗ ପାପ ତା ପରେ ପୂଣ୍ୟ କଲେ ମଧ୍ୟ ପାପ ହିସାବ ଆଗ ହୋଇଥାଏ ଏହା ପରେ ପୂଣ୍ୟ କାର୍ଯ୍ୟ ଅନୁଯାଇ ଫଳ ପ୍ରାପ୍ତ ହୋଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button