କ୍ରାଇମ

ସୀମା ଓ ଅଞ୍ଜୁଙ୍କ ପରେ ପିଲା ଓ ସ୍ବାମୀଙ୍କୁ ଛାଡ଼ି ପ୍ରେମିକ ସହିତ ବିଦେଶ ଫେରାର ହେଲେ ଦୀପିକା – Utkal Mail


ନୂଆଦିଲ୍ଲୀ: ସୀମା ହାଇଦର ଓ ଅଞ୍ଜୁଙ୍କ ପରେ ରାଜସ୍ଥାନର ଡୁଙ୍ଗରପୁର ଜିଲ୍ଲାରେ ବସବାସ କରୁଥିବା ଦୀପିକା ନାମକ ଜଣେ ମହିଳାଙ୍କ ପ୍ରେମକାହାଣୀକୁ ନେଇ ଚର୍ଚ୍ଚାର ଜୋର ଧରିଛି।

ଦୀପିକାଙ୍କ ସ୍ବାମୀ  ପୁଲିସରେ ଅଭିଯୋଗ କରି କହିଛନ୍ତି କି , ଦୀପିକା ତାଙ୍କ ପିଲା ଓ ମୋତେ ଛାଡ଼ି ପ୍ରେମିକ ସହିତ ବିଦେଶ ପଳାଇ ଯାଇଛନ୍ତି।’

ଦୀପିକାଙ୍କ ସ୍ବାମୀଙ୍କ ଅଭିଯୋଗ କ୍ରମେ ପୁଲିସ ଯାଞ୍ଚ ଆରମ୍ଭ କରି ଦେଇଛି। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଦୀପିକାଙ୍କ କୌଣସି ସୂଚନା ମିଳି ପାରି ନଥିଲା। ତେବେ ସ୍ଥାନୀୟଲୋକେ ଏହାକୁ ଲବଜିହାଦ ଘଟଣା ବୋଲି କହୁଛନ୍ତି।

ଘଟଣାଟି ଡୁଙ୍ଗରପୁର ଜିଲ୍ଲାର ଭେମଇ ଗ୍ରାମର ରହିଛି। ଦୀପିକାଙ୍କ ସ୍ବାମୀ ମୁମ୍ବାଇରେ କାମ କରୁଥିବା ବେଳେ ସେ ତାଙ୍କର ୧୧ବର୍ଷର ଝିଅ ଓ ୭ବ‌ର୍ଷର ପୁଅ ସହିତ ଘରେ ରୁହନ୍ତି। ସମୟସମୟରେ ଦୀପିକା ଶରୀର ଅସୁସ୍ଥ ଥିବା କହି ଚିକିତ୍ସା ପାଇଁ  ଗୁଜୁରାଟ ଯାଇ ଥାଆନ୍ତି।

ନିକଟରେ ବି ସେମିତି ଦୀପିକା ଜୁଲାଇ ୧୦ ତାରିଖରେ ଚିକିତ୍ସା ପାଇଁ ଗୁଜୁରାଟ ଯାଉଛି ବୋଲି କହି ଘରୁ ଯାଇଥିଲେ ‌ଯେ ଜୁଲାଇ ୧୩ ତାରିଖ ଯାଏଁ ଆଉ ସେ ଘରକୁ ଫେରି ନଥି‌ଲେ। ପରେ ହ୍ବ‌ାଟସଆପରେ ଫୋନ କରି ସ୍ବାମୀଙ୍କୁ କହିଥିଲେ କି, ‘ମୁଁ ତୁମକୁ ପସନ୍ଦ ନୁ‌ହଁ, ତେଣୁ ଘର ଛାଡ଼ି ଚାଲି ଆସିଛି। ମୋତେ ଖୋଜିବାକୁ ଚେଷ୍ଟା କର ନାହିଁ। ମୁଁ ଆଉ ଘରକୁ ଫେରିବି ନାହିଁ।’




Related Articles

Leave a Reply

Your email address will not be published. Required fields are marked *

Back to top button