ନଖ କାମୁଡିବା ବଦଅଭ୍ୟାସରେ ଆପଣ ପୀଡିତ କି? ଜାଣନ୍ତୁ ଏହାର କୁପରିଣାମ

ବିଭିନ୍ନ ଲୋକଙ୍କ ମଧ୍ୟରେ ଭିନ୍ନ ଭିନ୍ନ ଗୁଣ ପରିଲିକ୍ଷିତ ହୋଇଥାଏ । ସେହି ଗୁଣ ଭଲ ହୋଇଥାଇପାରେ ଏବଂ ଖରାପ ମଧ୍ୟ ହୋଇଥାଇପାରେ । ଖରାପ ଗୁଣକୁ ବାରମ୍ବାର କରିବା ଦ୍ବାରା ତାହା ଏକ ବଦଅଭ୍ୟାସରେ ପରିଣତ ହୋଇଥାଏ । ବଦଅଭ୍ୟାସ ପ୍ରତ୍ୟକ ବ୍ୟକ୍ତିଙ୍କ ଭିତରେ ରହିଥାଏ । କିଏ ଡେରି ରାତି ଯାଏଁ ଶୋଇନଥାଏ କିଏ ଖାଇବା ସମୟରେ ଗପିଥାଏ । ଏପରି ବଦଅଭ୍ୟାସ ମଧ୍ୟରେ ନଖ କାମୁଡିବା ମଧ୍ୟ ଏକ ବଦଅଭ୍ୟାସ । ଯାହା ପ୍ରାୟତଃ ବ୍ୟକ୍ତିଙ୍କ ପାଖରେ ପରିଲିକ୍ଷୀତ ହୋଇଥାଏ ।
ତେବେ ଆସନ୍ତୁ ଜାଣିବା ନଖ କାମୁଡିବା ବଦଅଭ୍ୟାସ ଥିବା ଲୋକଙ୍କର ବ୍ୟବହାର କିପରି ହୋଇଥାଏ ଏବଂ ସେମାନଙ୍କ ସ୍ବାସ୍ଥ୍ୟ ଉପରେ ଏହି ବଦଅଭ୍ୟାସର କି କୁପ୍ରଭାବ ପଡିଥାଏ :
-ଅନେକ ଲୋକଙ୍କର ଏକ ବଦଭ୍ୟାସ ରହିଛି ଯେ ସେମାନେ ନିଜ ଦାନ୍ତରେ ନଖ କାମୁଡିଥାନ୍ତି । ଯଦି ଜଣେ ନିୟମିତ ଭାବେ ନିଜ ଦାନ୍ତରେ ନଖ କାମୁଡିଥାଏ, ତେବେ ସ୍ୱାସ୍ଥ୍ୟ ଉପରେ ଏହାର କୁପ୍ରଭାବ ପକାଇଥାଏ ।
-ପ୍ରଥମ କଥା ହେଲା ନଖ କାମୁଡିଲେ ଏହାର କୁପ୍ରଭାବ ସିଧାସଖଳ ନଖ ଉପରେ ପଡ଼ିଥାଏ । ନଖ ଗୁଡିକ ଖରାପ ହେବାସହ ଦାନ୍ତ ମଧ୍ୟ ଦୁର୍ବଳ ହୋଇଥାଏ । ଖାଲି ସେତିକି ନୁହେଁ ଦାନ୍ତରେ ସଂକ୍ରମଣ ମଧ୍ୟ ଦେଖା ଦେଇଥାଏ ।
-ଯେଉଁମାନେ ନିୟମିତ ଭାବେ ଦାନ୍ତରେ ନଖ କାମୁଡିଥାନ୍ତି ସେମାନେ ନିଜର କାମକୁ ଶତ ପ୍ରତିଶତ କରିବାକୁ ପ୍ରୟାସ କରିଥାନ୍ତି । ଏଥିରେ ସଫଳ ନ ହେଲେ ବା ନିଜ ଭିତରେ ଆତ୍ମବିଶ୍ବାସ କମ୍ ହେଲେ ସେମାନେ ନଖ କାମୁଡ଼ିଥାନ୍ତି । ଏହି ସ୍ବଭାବର ଲୋକ ବିଶେଷ ଭାବେ ପରଫେକସନିଷ୍ଟ ହୋଇଥାନ୍ତି।
-ଯେଉଁମାନେ ନଖ କାମୁଡ଼ିଥାନ୍ତି, ସେମାନଙ୍କର ସାଙ୍ଗଠନିକ ଦକ୍ଷତା ଖୁବ୍ ଭଲ ଓ ସେମାନେ ଖୁବ୍ ପ୍ରଭାବଶାଳୀ ହୋଇଥାନ୍ତି ।
ନିକଟରେ ଏ ସଂପର୍କରେ ଏକ ଅନୁସନ୍ଧାନ କରାଯାଇଥିଲା, ଯେଉଁଥିରୁ ୪୮ ପ୍ରତିଶତ ନଖ କାମୁଡୁଥିବା ଲୋକଙ୍କ କ୍ଷେତ୍ରରେ ଏହା ସତ୍ୟ ବୋଲି ପ୍ରମାଣିତ ହୋଇଥିଲା ।



