ଦେଶ ବିଦେଶ

ଭାରତୀୟ ପ୍ରତିରକ୍ଷା ବାହିନୀ ଏବେ ହେବାକୁ ଯାଉଛି ମହା ଶକ୍ତିଶାଳୀ ଆସୁଛି ଭାରତର C-295 ଏୟାରକ୍ରାଫ୍ଟ

ଭାରତର ଆସୁଛି C-295 ଏୟାରକ୍ରାଫ୍ଟ । ଆଖି ପିଛୁଳାକେ ରଣ କ୍ଷେତ୍ରରେ ପହଞ୍ଚିବେ ଯବାନ । ଶତ୍ରୁ ପାଇଁ କାଳ ସାଜିବ ଏହି ଏୟାରକ୍ରାଫ୍ଟ । ହଁ ଦର୍ଶକ ବନ୍ଧୁ ପ୍ରତିରକ୍ଷା କ୍ଷେତ୍ରରେ ଦିନକୁ ଦିନ ମଜବୁତ ହେବାରେ ଲାଗିଛି ଭାରତ । ବିଶ୍ଵର ମହାଶକ୍ତି କୁହା ଯାଉଥିବା ଦେଶ ମାନଙ୍କ ଭଳି ପ୍ରତିଏରକ୍ଷା କ୍ଷେତ୍ରରେ ଆଗକୁ ବାଢୁଛି ଭାରତ । ସେନାରେ ସାମିଲ ହେଉଛି ନୂଆ ନୂଆ ଅସ୍ତ୍ର ଶସ୍ତ୍ର । ରାପେଲ, ଆପାଚେ, ଏସ-400 ଭଳି ଅନେକ ଅସ୍ତ୍ର ଶସ୍ତ୍ର ଭାରତୀୟ ସେନାର ଶକ୍ତିକୁ ବଢାଉଥିବା ବେଳେ ଏବେ ଆଉ ଏକ ଅସ୍ତ୍ର ସେନାରେ ସାମିଲ ହେବାକୁ ଯାଉଛି ।

ଏଣିକି ଯୁଦ୍ଧ ସ୍ଥିତି ଦେଖାଗଲେ ସେନା ଯବାନ ମାନଙ୍କୁ ସ୍ଥାନାନ୍ତର ହେବାରେ କିଛି ସମସ୍ଯା ହେବନି । ଆଖି ପିଛୁଳାକେ ରଣ କ୍ଷେତ୍ର ରେ ପହଞ୍ଚିବେ ସୈନ୍ୟ । ଆଉ ଶତ୍ରୁକୁ କରିବେ ନିପାତ । ବହୁତ ଜଲ୍ଦି ଭାରତୀୟ ସେନାରେ ସାମିଲ ହେବାକୁ ଯାଉଛି ଅତ୍ୟାଧୁନିକ ଏୟାରକ୍ରାଫ୍ଟ C-295 । ପେନ ସହ 56 ଟି ସୈନ୍ୟ ବିମାନର ଟି ହୋଇଥିବା ବେଳେ ଆଜି ପ୍ରଥମ C-295 ବିମାନ ଭାରତକୁ ମିଳିବାକୁ ଯାଉଛି ।

ଆଗାମୀ ଦିନରେ ଆଉ 16 ଟି ବିମାନ ଭାରତକୁ ଆସିବାକୁ ଥିବା ବେଳେ ଅନ୍ୟ 40 ଟି ବିମାନ ଗୁଜୁରାଟ ର ବରୋଦ୍ରାରେ ତିଆରି କରାଯିବାର ଯୋଜନା ରହିଛି । ତେବେ ବର୍ତ୍ତମାନ ଯେଉଁ ବିମାନ ଭାରତକୁ ପ୍ରଦାନ କରାଯିବ ତାହା ଆସନ୍ତା ସେପ୍ଟେମ୍ବର 25ରେ ଉତ୍ତରପ୍ରଦେଶର ହିଣ୍ଡେନ ଏୟାରବେସ ରେ ଅବତରଣ କରିବାର ଯୋଜନା ରହିଛି । ପୂର୍ବରୁ ଭାରତୀୟ ସେନାରେ ଏୟାରୱେ-784 କାମ କରୁଥିଲା ।

ଏବେ ଏହା ବଦଳରେ C-295 କାମ କରିବ । ଏଥିପାଇଁ ସ୍ପେନ ସହ 21 ହଜାର କୋଟିର ଡିଲ ହୋଇଛି । ଏହି ଏୟାରକ୍ରାଫ୍ଟ ର ସାଧାରଣ ଗତି ଘଣ୍ଟା ପ୍ରତି 260 କିମି ଅହିଛି । ଅଧିକତର ଏହା ଘଣ୍ଟା ପ୍ରତି 480 କିମି ବେଗରେ ଆଗକୁ ବଢି ପାରିବ । ଏହି କ୍ରାଫ୍ଟ 9 ଟନ ରୁ ଅଧିକ ଓଜନ ନେଇ ଆକାଶରେ ଉଡିବାର କ୍ଷମତା ରଖିଛି । ଅଥତା ଅସ୍ତ୍ର ଶସ୍ତ୍ର ସହ 71 ଜଣ ସୈନ୍ୟଙ୍କୁ ବୋହି ନେବାର ଏହି କ୍ରାଫ୍ଟ ସକ୍ଷମ ଅଟେ ।

ଆକାଶ ମାର୍ଗରେ ଅନ୍ୟ ଯୁଦ୍ଧ ବିମାନ ଓ ହେଲିକ୍ୟାପ୍ଟର ରେ ଇନ୍ଧନ ଭରିବାରେ ମଧ୍ୟ କ୍ଷମତା ରଖିଛି ଏହି କ୍ରାଫ୍ଟ । ଏହା ଅସ୍ତ୍ର ଶସ୍ତ୍ର ସହ 30 ହଜାର କିମି ଦୂରରେ ଉଡି ପାରିବ । ଏହି ବିମାନ ଉଡାଣ ଓ ଅବତରଣ ପାଇଁ ମଧ୍ୟ ବଡ ସ୍ଥାନରେ ଆବଶ୍ୟକତା ନାହିଁ କାରଣ ଏହା ଛୋଟ ସ୍ଥାନରେ ଅବତରଣ ଓ ଉଡାଣ ଭରିପାରିବ । ଏହି ବିମାନ ଟେକଅପ ପାଇଁ 670 ମିଟର ଓ ଲ୍ୟାଣ୍ଡିଂ ପାଇଁ 320 ମିଟର ସ୍ଥାନ ର ଆବଶ୍ୟକତା ପଡିବ । ଏହା ଆକାଶରେ ଲଗାତାର 11 ଘଣ୍ଟା ଉଡିପାରିବ । ଏହି ବିମାନ ବଡ ବଡ ରେସକ୍ୟୁଇ ଅପରେସନ ରେ  ବ୍ୟବହାର କରାଯାଇ ପାରିବ ।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button