ଜୀବନଶୈଳୀ

ଅଜବ ବାହାଘର ! 2 ପ୍ରେମିକାଙ୍କୁ ଗୋଟିଏ ବେଦୀରେ ବାହା ହେଲେ ଗୋଟିଏ ପ୍ରେମିକ, ଆଉ ତା’ପରେ…

ବନ୍ଧୁଗଣ, ସାଧାରଣତଃ ଆଜିଭଳି ଦିନରେ ବହୁତ ଅଜବ ଘଟଣା ମାନ ଘଟୁଥିବାର ଆପଣ ମାନେ ଦେଖୁଥିବେ । କେଉଁଠାରେ କିଏ ନିଜ ସ୍ଵାମୀ କୁ ପ୍ରେମିକା ହାତରେ କୋଟି କୋଟି ଟଙ୍କାରେ ବିକି ଦେଲାଣି ତ ଆଉ କିଏ ବେଦୀ ଉପରେ କନ୍ୟା କୁ ଛାଡି ଚାଲିଯାଉଛି ପ୍ରେମିକା ପାଖକୁ । ତେବେ ଏହିଭଳି ଏକ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣି ଆପଣ ନିଜ ଜିଭ କାମୁଡିଦେବେ । ବର୍ତ୍ତମାନ ପୁଅକୁ ବିବାହ କରିବା ପାଇଁ ଝିଅ ମିଳିବା କଷ୍ଟ ହେଉଛି ।

ଏହିଭଳି ସ୍ଥିତିରେ ଗୋଟିଏ ବେଦୀରେ ଜଣେ ବରକୁ ବାହା ହୋଇଛନ୍ତି ଦୁଇଜଣ କନିଆଁ । ଜଣେ ବର ଦୁଇଜଣ ଯୁବତୀ ଙ୍କ ବେକରେ ପକାଇଛନ୍ତି ବରଣମାଳା । ଏହା ଆଇନ ବିରୋଧୀ ହେଲେ ମଧ୍ୟ ଯୁବକ ଜଣଙ୍କ ଦୁଇଜଣ ଯୁବତୀ ଙ୍କୁ ବିବାହ କରିଛନ୍ତି । ତେବେ ଛତିଶଗଡ ବସ୍ତରରେ ହୋଇଛି ଏହି ନିଆରା ବିବାହ । ଏଠାକାର ଚନ୍ଦୁ ନାମକ ଜଣେ ଯୁବକ ଏମିତି ଏକ ନିଆରା କାମ କରିଛନ୍ତି ।

ନିଜର ଦୁଇଜଣ ପ୍ରେମିକାଙ୍କୁ ଗୋଟିଏ ମଣ୍ଡପରେ ବିବାହ କରିଛନ୍ତି । ଜଣା ପଡିଛି ଯେ ଏହି ଯୁବକ ଜଣଙ୍କ ଦୁଇଜଣ ଯୁବତୀ ଙ୍କ ସହିତ ଅନେକ ଦିନ ଧରି ପ୍ରେମ ସମ୍ପର୍କରେ ଥିଲେ । ଉଭୟ ମଧ୍ୟ ଚନ୍ଦୁ ଙ୍କୁ ବହୁତ ଭଲ ପାଉଥିଲେ । ଏଣୁ 3 ଜଣ ଯାକ ମିଳିତ ଭାବରେ ନିସ୍ପତି ନେଲେ ଏବଂ ବିବାହ କରିନେଲେ । ଗତ ଜାନୁଆରୀ 3 ତାରିଖରେ ବିବାହ କରିଲେ ।

ଏଥିରେ ଗାଁର କିଛି ଲୋକ ମଧ୍ୟ ସାମିଲ ହୋଇଥିଲେ । ଚନ୍ଦୁ କହିଛନ୍ତି ଯେ ଦୁଇଜଣ ଯାକ ଯୁବତୀ ତାଙ୍କୁ ବହୁତ ଭଲ ପାଉଥିଲେ ଏଣୁ ସେ କାହାକୁ ଦୁଃଖ ଦେବାକୁ ଅଥବା ଧୋକ୍କା ଦେବାକୁ ଚାହୁଁନଥିଲେ । ସୁନ୍ଦରୀ ନାମକ ଝିଅ ସହିତ ଚନ୍ଦୁ ଦେଖା ହୋଇ ଭଲପାଇ ବସିଲେ ଏହାର ଠିକ ବର୍ଷେ ପରେ କୌଣସି ଏକ ବିବାହ ପାର୍ଟି କୁ ଯାଇଥିବା ବେଳେ ହସିନା ନାମକ ଯୁବତୀ ଙ୍କ ସହିତ ଦେଖାସାକ୍ଷାତ ହୋଇଥିଲା ଏହାପରେ ହସିନାଙ୍କୁ ମଧ୍ୟ ଭଲପାଇ ବସିଲେ ଚନ୍ଦୁ ।

ହସିନା ଙ୍କ କଥା ସେ ସୁନ୍ଦରୀ ଙ୍କୁ ଜଣାଇଲେ ଏବଂ ଭେଟ ମଧ୍ୟ କରାଇଲେ । ଏହାପରେ 3 ଜଣ ମିଶି ନିସ୍ପତି ନେଲେ ବିବାହ କରିବା ନିମନ୍ତେ । ବର୍ତ୍ତମାନ 2 ପ୍ରେମିକା କୁ ବିବାହ କରି ପ୍ରେମିକ ଜଣଙ୍କ ବେସ ଖୁସ ଅଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button