ବିନା ଅପରେସନର ଦୂର କରନ୍ତୁ ବଧିରପଣ, ଆପଣାନ୍ତୁ ଏହି ଉପାୟ

ବୟସ ବଢିବା ସହିତ କାନକୁ କମ୍ ଶୁଣାଯାଏ। କିନ୍ତୁ ଆଜିକାଲି ଯୁବାବସ୍ଥାରେ ମଧ୍ୟ ବଧିରାପଣ ସମସ୍ୟା ଅନେକ ଲୋକଙ୍କର ଦେଖିବାକୁ ମିଳୁଛି। ଏଥିପାଇଁ ଲୋକେ କାନରେ ମେସିନ ଲଗାଇବା ସହ ଅପରେସନ ମଧ୍ୟ କରୁଛନ୍ତି। କିନ୍ତୁ କିଛି ଘରୋଇ ଉପାୟରେ ଆପଣ ବଧିରାପଣ ସମସ୍ୟାକୁ ମଧ୍ୟ ଦୂର କରିପାରିବେ। ଆସନ୍ତୁ ଜାଣିବା କିଛି ଘରୋଇ ଉପାୟ…

– ଏକ ଚାମଚ ବେଲପତ୍ର ରସ, ଏକ ଚାମଚ ଡାଳିମ୍ବ ପତ୍ର ରସ, ୧୦୦ ଗ୍ରାମ ସୋରିସ ତେଲରେ ଗରମ କରନ୍ତୁ। ଏହା ଅଧା ହୋଇଗଲେ କାଢି ନିଅନ୍ତୁ। ଏହି ତେଲକୁ ନିୟମିତ କାନରେ ପକାଇବା ଦ୍ୱାରା ସମସ୍ୟା ଦୂର ହୋଇଥାଏ।
– କାନରେ ଡାଳଚିନି ତେଲ ନିୟମିତ ଭାବେ ପକାଇବା ଦ୍ୱାରା ମଧ୍ୟ ଲାଭ ମିଳିଥାଏ।
– କ୍ଷୀରରେ ଅଳ୍ପ ହେଙ୍ଗୁ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ଏହାକୁ କାନରେ ପକାଇବା ଦ୍ୱାରା ଲାଭ ମିଳିବ।

– ତୁଳସୀ ପତ୍ରରେ ସୋରିଷ ତେଲ ମିଶାଇ ଗରମ କରନ୍ତୁ, ଏହାକୁ ଥଣ୍ଡା ହୋଇଗଲା ପରେ କାନରେ ପକାନ୍ତୁ।
– ସୋରିଷ ତେଲରେ ଧନିଆର କିଛି ଦାନା ପକାଇ ଗରମ କରନ୍ତୁ, ଏବେ ଏହା ଅଧା ହୋଇଗଲା ପରେ ଛାଣି ରଖନ୍ତୁ। ପରେ ଏହାକୁ ଏକ ବୁନ୍ଦା କାନରେ ପକାନ୍ତୁ ଲାଭ ମିଳିବ।
– କାନରେ ଧଳା ପିଆସ ରସ ପକାଇଲେ ମଧ୍ୟ ବଧିରପଣ ଦୂର ହୁଏ।
