ବିଚାର

କେଉଁ ଅଭ୍ଯାସ ମଣିଷକୁ କାଙ୍ଗାଲ କରିଦିଏ ? – Ajira Anuchinta

ଯେଉଁମାନଙ୍କ ର ସବୁ ଏଠି ସେଠି ଛେପ ପକାଇବାର ଖରାପ ଅଭ୍ୟାସ ଥାଏ ସେମାନଙ୍କୁ କେବେ ମାନ ସମ୍ମାନ ପ୍ରାପ୍ତ ହୋଇନଥାଏ । ଏବଂ ମିଳିଥିବା ସମ୍ମାନ ସବୁ ନଷ୍ଟ ହୋଇଥାଏ । ତେଣୁ ଉପଯୁକ୍ତ ସ୍ଥାନ ରେ ଛେପ ପକାଇବା ଉଚିତ । ଯେଉଁମାନଙ୍କୁ ଖାଇ ସାରିବା ପରେ ଅଇଁଠା ବାସନ ଛାଡିବା ଅଭ୍ୟାସ ଥାଏ ସେମାନଙ୍କୁ ମିଳିଥିବା ସଫଳତା ଜଲଦି ନଷ୍ଟ ହୋଇ ଯାଇଥାଏ କିମ୍ବା ସଫଳତା ପାଇଁ ବହୁତ କଷ୍ଟ ସହିବାକୁ ପଡ଼ିଥାଏ ।

ଯେଉଁମାନଙ୍କର ସୂର୍ଯ୍ୟ ଉଦୟ ସମୟରେ , ସୂର୍ଯ୍ୟ ଅସ୍ତ ସମୟରେ ଏବଂ ଦିନ ବାରଟାରେ , ଖାଇବା , ଶୋଇବା , କିମ୍ବା ଝଗଡା କରିବାର ଅଭ୍ୟାସ ଥାଏ ସେମାନଙ୍କର ଦୁର୍ଭାଗ୍ୟ ଏବଂ ଦରିଦ୍ରତା ବୃଦ୍ଧି ହୋଇଥାଏ ।

ଯେଉଁମାନେ ଦାନ୍ତ ରେ ନଖ ଛିଡାନ୍ତି ଏବଂ ଖାଇସାରିବା ପରେ ଥାଳି ରେ ହାତ ଧୋଇବାର ଖରାପ ଅଭ୍ୟାସ ଥାଏ ଏହା ସେମାନଙ୍କର ଦରିଦ୍ରତା ର କାରଣ ହୋଇଥାଏ ।

ଯେଉଁମାନଙ୍କର ଅମାବାସ୍ୟା ଦିନ ମଦ ଓ ମାଂସ ଖାଇବାର ଅଭ୍ୟାସ ଥାଏ ସେମାନଙ୍କର ବହୁତ ଜଲଦି ଦୁର୍ଘଟଣା ଘଟିବାର ସମ୍ଭାବନା ଥାଏ ଏବଂ ଦରିଦ୍ରତା ବୃଦ୍ଧି ପାଇଥାଏ ।

ଯେଉଁ ପରିବାର ରେ ବାହାରୁ ଆସିଥିବା ଲୋକଙ୍କୁ ସ୍ୱଚ୍ଛ ପାଣି ପିଇବାକୁ ଦିଆଯାଇଥାଏ ସେ ପରିବାର ପ୍ରତି ରାହୁ ଙ୍କ ଅଶୁଭ ପ୍ରଭାବ ପଡିନଥାଏ ଏବଂ ପରିବାରର ମଙ୍ଗଳ ହୋଇଥାଏ ।

ଯେଉଁମାନଙ୍କର ମଙ୍ଗଳବାର , ଗୁରୁବାର , ଶନିବାର , ଏକାଦଶୀ , ଅମାବାସ୍ୟା , ଚତୁର୍ଦ୍ଦଶୀ , ପୂର୍ଣ୍ଣିମାରେ ବାଳ କାଟିବାର ଅଭ୍ୟାସ ଥାଏ ସେମାନଙ୍କୁ ଘୋର ଦୁଃଖ ଦାରିଦ୍ର୍ୟତା ପ୍ରାପ୍ତ ହୋଇଥାଏ ।

ଖାଇବା ସମୟରୁ ଖାଦ୍ୟ ପଦାର୍ଥ ରେ ଚୁଟି ବାହାରିଲେ ଏହା ଅମଙ୍ଗଳ ହୋଇଥାଏ ଏବଂ ରୋଗ ର କାରଣ ମଧ୍ୟ ହୋଇଥାଏ ।

ଯେଉଁମାନଙ୍କର ଚୁଟି ନ ବାନ୍ଧି ଖୋଲା ରଖିବାର ଖରାପ ଅଭ୍ୟାସ ଥାଏ ତାହା ସେମାନଙ୍କ ପାଇଁ ଅଶୁଭ ହୋଇଥାଏ । ଏବଂ ଚୁଟି ବାନ୍ଧିକରି ରଖିଲେ ଚେହେରା ରେ ଚମକ ଆସିଥାଏ ।

ଘରେ ଠାକୁର ପୂଜା କରିଲାବେଳେ ସ୍ତ୍ରୀ କିମ୍ବା ପୁରୁଷ ମାନେ ଚୁଟି ଖୋଲା ରଖିବା ଅଶୁଭ ହୋଇଥାଏ ।

ଯେଉଁମାନଙ୍କର ରାତିରେ ମୁଣ୍ଡ କୁଣ୍ଡାଇବାର ଖରାପ ଅଭ୍ୟାସ ଥାଏ । ତାହା ସେମାନଙ୍କ ପାଇଁ ଅମଙ୍ଗଳ ହୋଇଥାଏ ।

ମୁଣ୍ଡ କୁଣ୍ଡାଇବା ବେଳେ କାଠ ପାନିଆ ବ୍ୟବହାର କରନ୍ତୁ । ମୁଣ୍ଡ କୁଣ୍ଡାଇବା ବେଳେ ହାତରୁ ଯଦି ପାନିଆ ଖସିଯାଏ ତେବ ତାହା ଅଶୁଭ ହୋଇଥାଏ ।

କାନ ରେ ଚୁଟି ଉଠିବା ବି ବହୁତ ଅଶୁଭ ହୋଇଥାଏ । ଯେଉଁମାନଙ୍କର ଗରମ ପାଣି ରେ ଗାଧୋଇବାର ଅଭ୍ୟାସ ଥାଏ ସେମାନଙ୍କର ବାଳ ଝଡ଼ିବା ସହ ଆଖି କୁ ନ ଦେଖାଯିବା ର ସମ୍ଭାବନା ରହିଥାଏ ।

ଯେଉଁମାନେ ଘରେ ଲାଗିଥିବା ଗଛ କୁ ସକାଳେ ସନ୍ଧ୍ୟାରେ ପାଣି ଦିଅନ୍ତି ସେମାନଙ୍କର ସବୁ ସମସ୍ୟା ସହିତ ଲଢ଼ିବାର ଶକ୍ତି ଆସିଥାଏ ଏବଂ ସେମାନଙ୍କର ଅବସାଦ ଚିନ୍ତା ସବୁ ଦୂରେଇ ଯାଇଥାଏ ।

ଯେଉଁଲୋକ ମାନଙ୍କର ବାହାରୁ ଆସି ଜୋତା ଚପଲ ଓ ମୌଜା ଏଠି ସେଠି ପକାଇବାର ଖରାପ ଅଭ୍ୟାସ ଥାଏ ସେମାନଙ୍କର ଶତ୍ରୁ ବଢ଼ିଥାଏ ।

ଯେଉଁମାନଙ୍କର ସକାଳୁ ଉଠିବା ପରେ ସେଜ ଅସଜଡ଼ା ରଖିବାର ଖରାପ ଅଭ୍ୟାସ ଥାଏ ସେମାନେ ଦିନ ସାରା ଅଶାନ୍ତି ରୁହନ୍ତି ଏବଂ ଅନ୍ୟମାନଙ୍କୁ ମଧ୍ୟ ଅଶାନ୍ତି କରିଥାନ୍ତି।

ଗାଧୋଇବା ସମୟରେ ଏବଂ ବାହାରୁ ଆସିଲା ପରେ ପାଦକୁ ଭଲକରି ଧୋଇବା ଉଚିତ ଏହାଦ୍ବାରା ମନସ୍ଥିର ହୋଇଥାଏ , ମନ ର ଶକ୍ତି ବୃଦ୍ଧି ହୋଇଥାଏ ଓ କ୍ରୋଧ କମିଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button