ଜୀବନଶୈଳୀ

ଗର୍ଭାବସ୍ଥାରେ ଗାଧୋଇବାର ସଠିକ୍‌ ଢଙ୍ଗ ଅଧିକାଂଶ ମହିଳା ଜାଣିନଥାନ୍ତି, ଆପଣ ବି ପଢ଼ନ୍ତୁ ନିଶ୍ଚୟ

ଗର୍ଭାବସ୍ଥା ପ୍ରତ୍ୟେକ ମହିଳାଙ୍କ ପାଇଁ ଏକ ଖାସ୍‌ ସମୟ ହୋଇଥାଏ। ଏହି ସମୟରେ ସବୁ ଜିନିଷ ପ୍ରତି ବିଶେଷ ଯତ୍ନବାନ୍‌ ହେବାକୁ ଓ ସାବଧାନତା ଅବଲମ୍ବନ କରିବାକୁ ପଡ଼ିଥାଏ। ଗର୍ଭାବସ୍ଥାରେ ମହିଳାମାନେ ଖାଦ୍ୟପେୟ ସମେତ କେତେକ ଅନ୍ୟ ଜିନିଷ ପ୍ରତି ବି ଦୃଷ୍ଟି ଦେଇଥାନ୍ତି। ସେଥିମଧ୍ୟରୁ ଗୋଟିଏ ହେଉଛି ସ୍ନାନ। ଏହି ସମୟରେ ଗାଧୋଇବା ପାଧୋଇବା ଉପରେ ମଧ୍ୟ ଗୁରୁତ୍ୱ ଦେଇଥାନ୍ତି। ତେବେ ଆସନ୍ତୁ ଜାଣିବା ଗର୍ଭାବସ୍ଥାରେ ମହିଳାମାନେ କେମିତି ଗାଧୋଇବା ଉଚିତ…

 

-ଗର୍ଭାବସ୍ଥାରେ ଆପଣ ପ୍ରତିଦିନ ଗାଧୋଇପାରିବେ। କିନ୍ତୁ ଧ୍ୟାନ ରଖିବେ ପାଣି ଯେମିତି ଅଧିକ ଗରମ ନ ଥାଏ। ପାଣି ଅଧିକ ଗରମ ଥିଲେ ବ୍ଲଡ ପ୍ରେସର କମିଯିବା ସମ୍ଭାବନା ରହିଛି।

-ଗର୍ଭାବସ୍ଥାର ପ୍ରଥମ ତିନି ମାସ ଗାଧୋଇବା ପାଇଁ ନଳ ପାଣି କିମ୍ବା ଉଷୁମ ପାଣି ବ୍ୟବହାର କରନ୍ତୁ।

-ଦ୍ୱିତୀୟ ତିନି ମାସ ପର୍ଯ୍ୟନ୍ତ ଶିଶୁର ଅଧିକାଂଶ ଅଙ୍ଗପ୍ରତ୍ୟଙ୍ଗର ବିକାଶ ହୋଇଯାଇଥାଏ। ଏଣୁ ଯଦି ଏହି ସମୟରେ ଡାକ୍ତର ଗାଧୋଇବାକୁ ବାରଣ କରୁଛନ୍ତି ତେବେ ଗାଧାନ୍ତୁ ନାହିଁ। ଯଦି ବି ଗାଧୋଉଛନ୍ତି ତେବେ ଅଧିକ ସମୟ ପାଣିରେ ରୁହନ୍ତୁ ନାହିଁ। ଏହା ଦ୍ୱାରା ଭାଜିନାଲ ଇନ୍‌ଫେକସନ୍‌ର ଆଶଙ୍କା ବଢ଼ିଯାଏ।

-ଗର୍ଭାବସ୍ଥାର ତୃତୀୟ ତିନି ମାସ ଶରୀରରେ ପୀଡ଼ା ରହିଥାଏ। ଏହି ସମୟରେ ଗାଧୋଇଲେ ଆରାମ ମିଳେ। ମାତ୍ର ଧ୍ୟାନ ରଖିବେ ଏହି ସମୟରେ ଓଜନ ବଢ଼ିଯାଇଥିବାରୁ ବାଥ୍‌ରୁମ୍‌ ଯିବ ବେଳେ ଆଉ କାହା ସାହାଯ୍ୟ ନିଅନ୍ତୁ।

Hot Water Bath while Pregnant: Benefits & Is It Safe or Not

-ଗର୍ଭାବସ୍ଥାରେ କୌଣସି ପ୍ରକାରର କେମିକାଲ ଯୁକ୍ତ ପ୍ରଡକ୍ଟ ବ୍ୟବହାର କରନ୍ତୁ ନାହିଁ। ଏହା ଛୁଆ ପାଇଁ ହାନିକାରକ ହୋଇପାରେ।

-୧୫-୨୦ ମିନିଟ୍‌ରୁ ଅଧିକ ସମୟ ବାଥ୍‌ଟବ୍‌ରେ ରୁହନ୍ତୁ ନାହିଁ। ଇନ୍‌ଫେକସନ୍‌ ହୋଇପାରେ।

-ଗର୍ଭାବସ୍ଥାରେ ସୁଗନ୍ଧିତ ଦ୍ରବ୍ୟ ବ୍ୟବହାର କରନ୍ତୁ ନାହିଁ। ବେଳେବେଳେ ଏହା ଦ୍ୱାରା ଆଲର୍ଜି ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button