ଓଡିଶା

ସଡ଼କ ଦୁର୍ଘଟଣା ନେଲା ୨ଜଣଙ୍କ ଜୀବନ – Utkal Mail


ସଡ଼କ ଦୁର୍ଘଟଣା ନେଲା ୨ଜଣଙ୍କ ଜୀବନ। ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ନୂଆ ଗାଁ ଆଶ୍ରମ ସ୍କୁଲ ଛକରେ ବିଦ୍ୟୁତ ବିଭାଗ ଗାଡ଼ିରେ ଜଣେ ମୃତ।

ସଡ଼କ ଦୁର୍ଘଟଣା ନେଲା ୨ଜଣଙ୍କ ଜୀବନ। ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ନୂଆ ଗାଁ ଆଶ୍ରମ ସ୍କୁଲ ଛକରେ ବିଦ୍ୟୁତ ବିଭାଗ ଗାଡ଼ିରେ ଜଣେ ମୃତ। ବାଇକରେ ଦୁଇ ଜଣ ଯାଉଥିବା ବେଳେ ସାମନାରୁ ଟିପିଏନଓଡିଏର ବୋଲେରୋ ଗାଡ଼ି ଧକ୍କା ଦେଇଥିଲା। ଦୁଇ ବାଇକ ଆରୋହୀଙ୍କୁ ଗୁରୁତର ଅବସ୍ଥାରେ କୁଳିଅଣା ପ୍ରାଥମିକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଜଣକୁ ଡାକ୍ତର ମୃତ ଘୋଷଣା କରିଥିଲେ।

ଅନ୍ୟଜଣେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ସେପଟେ ଦୁର୍ଘଟଣା ପରେ ଉତ୍ତେଜନା ଦେଖାଯାଇଛି। ଗ୍ରାମବାସୀ ବୋଲେରୋ ଗାଡ଼ି ଭଙ୍ଗାରୁଜା କରିବା ସହ କ୍ଷତିପୂରଣ ଦାବି କରିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉତ୍ତ୍ୟକ୍ତଙ୍କୁ ବୁଝାସୁଝା କରୁଛି। ସେପଟେ ଲକ୍ଷ୍ମୀପୂଜା ଦେଖିବାକୁ ଆସୁଥିବା ବେଳେ ଦୁର୍ଘଟଣାରେ ଜଣେ ମୃତ।

ଢେଙ୍କାନାଳ ସଦର ଥାନା କୁରୁମଟାଙ୍ଗର ଗାଁରୁ ଲକ୍ଷ୍ମୀ ପୂଜା ଦେଖିବାକୁ ଆସୁଥିବା ଭାରସାମ୍ୟ ହରାଇ ଗଛରେ ପିଟି ହେଲା ଅଟୋ। ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୫ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।


utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button