ନୀତି

ମନେ ପକାଇଲେ ଦୀୟା, ଅତୀତର ଲଜ୍ଜାଜନକ ସୁଟିଂ ଅଭିଜ୍ଞତା – Utkal Mail


ଦୁଇ ଦଶନ୍ଧି ତଳେ ସୁଟିଂ ସେଟ୍‌ମାନଙ୍କରେ ଅଭିନେତ୍ରୀମାନେ ସମ୍ମୁଖୀନ ହେଉଥିବା ନାନା ଭେଦଭାବ ଓ ସମସ୍ୟା ସମ୍ପର୍କରେ ଅଭିନେତ୍ରୀ ଦୀୟା ମିର୍ଜା ମୁହଁ ଖୋଲିଛନ୍ତି। ସୁଟିଂ ସେଟ୍‌ରେ ମହିଳା କଳାକାରଙ୍କ ପାଇଁ ଶୌଚାଳୟ ପରି ମୌଳିକ ସୁବିଧା ନଥିଲା ବୋଲି ସେ କହିଛନ୍ତି। ଏପରିକି ଶୌଚାଳୟ ଖୋଜୁଥିବା ଅଭିନେତ୍ରୀମାନଙ୍କୁ ଅଣପେସାଦାର ବୋଲି ଅଭିହିତ କରାଯାଉଥିଲା। ସିନେମାରେ କାମ କରିବା ମହିଳାମାନଙ୍କ ପାଇଁ ଖୁବ୍ ଅସୁରକ୍ଷିତ ଥିଲା ବୋଲି ‘ବିବିସି ହିନ୍ଦୀ’କୁ ଏକ ସାକ୍ଷାତକାର ଦେଇ ଦୀୟା କ୍ଷୋଭ ପ୍ରକାଶ କରିଛନ୍ତି। ଫିଲ୍ମ ସେଟ୍‌ରେ ଖୁବ୍‌ କମ୍‌ ମହିଳା କାମ କରୁଥିବାରୁ ସେମାନେ ଲିଙ୍ଗଭେଦର ଶିକାର ହେବା ଅତି ସ୍ବାଭାବିକ ଥିଲା ଏବଂ ମହିଳାଙ୍କ ପାଇଁ ନାନା ପ୍ରତିବନ୍ଧ ସୃଷ୍ଟି ହେଉଥିଲା। ସେମାନଙ୍କର ଭ୍ୟାନିଟି ଭ୍ୟାନ୍ ଛୋଟ ରହୁଥିଲା। କୌଣସି ବାହ୍ୟସ୍ଥାନରେ ଗୀତ ସୁଟିଂ କରିବାକୁ ଗଲେ ସେଠାରେ ଶୌଚାଳୟ ଭଳି ସାମାନ୍ୟ ସୁବିଧା ନଥିଲା। ସେମାନଙ୍କୁ ଗଛ ଉହାଡ଼ ବା ପଥର ପଛରେ ଶୌଚ ହେବାକୁ ପଡୁଥିଲା। ସେହିପରି ପୋଷାକ ବଦଳାଇବା ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା ନଥିଲା। ମୋଟାମୋଟି ଭାବେ ସେସବୁ ସ୍ଥାନରେ ବ୍ୟକ୍ତିଗତ ଗୋପନୀୟତା ଓ ମୌଳିକ ପରିମଳର ଅଭାବ ରହୁଥିଲା ବୋଲି ଦୀୟା କହିଛନ୍ତି। ସେହିପରି କୌଣସି ଅଭିନେତାଙ୍କର ପହଞ୍ଚିବାରେ ବିଳମ୍ବ ହେଲେ, କେହି ପଦେ ବି କିଛି କହୁ ନ ଥିଲେ, ମାତ୍ର ଅଭିନେତ୍ରୀ ଟିକେ ବିଳମ୍ବ କଲେ ତାଙ୍କୁ ସଙ୍ଗେ ସଙ୍ଗେ ଅଣପେସାଦାର ବୋଲି ବିବେଚନା କରାଯାଉଥିଲା। ଅତୀତରେ ଆଶା ପାରେଖ ଓ ଜୟା ବଚ୍ଚନଙ୍କ ପରି ଅଭିନେତ୍ରୀ ମଧ୍ୟ ସୁଟିଂ ବେଳର ଏଭଳି ଲଜ୍ଜାଜନକ ପରିସ୍ଥିତି ସମ୍ପର୍କରେ ପ୍ରକାଶ କରିଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button