ଓଡିଶା
ହଟ୍ଟଗୋଳ ଭିତରେ ଚାଲିଲା ପ୍ରଶ୍ନକାଳ, ଜୟନାରାୟଣଙ୍କ ବିବାଦୀୟ ମନ୍ତବ୍ୟର ପ୍ରତିବାଦ କଲା ବିଜେଡି

ଭୁବନେଶ୍ୱର : ଆଜି ମଧ୍ୟ ବିଧାନସଭାରେ ଜୟନାରାୟଣ ତାତି । ବେକରେ କଳା ପଟି ପକାଇ, ହାତରେ କଳପଟି ବାନ୍ଧି ବିଧାନସଭାକୁ ଆସିଲେ ବିଜେଡି ବିଧାୟକ । ହାତରେ ବିଭିନ୍ନ ଲେଖା ଥିବା ପ୍ଲାକାର୍ଡ ଧରି ବିଜେଡି ବିଧାୟକ ପ୍ରତିବାଦ ପ୍ରତିବାଦ କରିଛନ୍ତି । ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟର ପ୍ରତିବାଦ କରିଛନ୍ତି ।
କଂଗ୍ରେସ ବିଧାୟକମାନେ ହାତରେ ବ୍ୟାନର ଧରି ମହିଳା ନିର୍ଯ୍ୟାତନା ପ୍ରସଙ୍ଗରେ ପ୍ରତିବାଦ କରିଛନ୍ତି । ବାଚସ୍ପତିଙ୍କ ପୋଡିୟମ ଉପରକୁ କଂଗ୍ରେସ ବିଧାୟକ ଚଢବାକୁ ଉଦ୍ୟମ କରିଛନ୍ତି । ତେବେ ହଟ୍ଟଗୋଳ ଭିତରେ ପ୍ରଶ୍ନକାଳ ଜାରି ରହିଥିଲା ।
ସୁରୁଖୁରୁରେ ଚାଲିପାରୁନି ବିଧାନସଭାର ଦ୍ୱିତୀୟ ବଜେଟ୍ ଅଧିବେଶନ। ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ବିରୋଧୀଙ୍କ ନାରାବାଜି। ଗୃହ ଆରମ୍ଭରୁ ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଚଢିଗଲେ ବିରୋଧୀ। ପୂର୍ବରୁ ମଧ୍ୟ ଗୃହରେ ଏହିଭଳି ହୋହଲ୍ଲା ପାଇଁ ଗୃହକୁ ମୁଲତବି ରଖିଥିଲେ ବାଚସ୍ପତି ।