ଦେଶ ବିଦେଶ

ମୁହଁରେ କାର୍‌ ହେଡ୍‌ଲାଇଟ୍‌ ପଡ଼ିବାରୁ ଯୁକ୍ତିତର୍କ: ଯବାନଙ୍କ ଚାପୁଡ଼ାରେ ୫୪ ବର୍ଷିୟ ବ୍ୟକ୍ତି ମୃତ – Utkal Mail


ନାଗପୁର: ନାଗପୁର ସହରରେ କାର୍‌ ହେଡ୍‌ଲାଇଟ୍‌ ପଡ଼ିବା ଘଟଣାରେ ଯୁକ୍ତିତର୍କ କରୁଥିବା ବେଳେ ‘ଷ୍ଟେଟ୍‌ ରିଜର୍ଭ ପୋଲିସ୍‌ ଫୋର୍ସ’ର (ଏସ୍‌ଆର୍‌ପିଏଫ୍‌) ଜଣେ ଯବାନଙ୍କଠାରୁ ଚାପୁଡ଼ା ଖାଇ ଜଣେ ୫୪ ବର୍ଷିୟ ବ୍ୟକ୍ତି ପ୍ରାଣ ହରାଇଥିବା କଥା ରବିବାର ଦିନ ସରକାରୀ ଅଧିକାରୀମାନେ କହିଛନ୍ତି।

ଘଟଣାଟି ଗୁରୁବାର ରାତିରେ ୱାଠୋଡ଼ା ଥାନା ଅନ୍ତର୍ଗତ ମାତା ମନ୍ଦିର ଅଞ୍ଚଳରେ ଘଟିଛି। ଭଉଣୀକୁ ଭେଟିବା ପାଇଁ ଅଭିଯୁକ୍ତ ୩୦ ବର୍ଷିୟ ‘ଏସ୍‌ଆର୍‌ପିଏଫ୍‌’ ଯବାନ ନିଖିଳ ଗୁପ୍ତା ସେଠାକୁ ଯାଇଥିଲେ।

ଗୁପ୍ତା କାର୍‌ ପାର୍କିଙ୍ଗ୍‌ କରୁଥିବା ବ‌େଳେ କାର୍‌ ହେଡ୍‌ଲାଇଟ୍‌ ସେ ଅଞ୍ଚଳର ମୁରଲୀଧର ରାମରାଓଜି ନେୱାରେ ନାମରେ ଜଣେ ବାସିନ୍ଦାଙ୍କ ମୁହଁରେ ପଡ଼ିଥିଲା ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି।

ସେମାନେ କହିଛନ୍ତି, ନେୱାରେ ଯାଇ ବିନମ୍ରତାର ସହିତ ଗୁପ୍ତାଙ୍କୁ କହିଲେ, କି ସେ ତାଙ୍କ କାର୍‌ର ହେଡ୍‌ଲାଇଟ୍‌ ‘ରିଆଡ୍‌ଜଷ୍ଟ୍‌’ କରିଦିଅନ୍ତୁ। କିନ୍ତୁ, ଗୁପ୍ତା ଭୀଷଣ ରାଗିଗଲେ ଓ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗିଲା। ପରେ ପରେ ଗୁପ୍ତା ଗୋଟାଏ ବ୍ରହ୍ମଚାପୁଡ଼ା ଦେବାରୁ ନେୱାରେ ତଳେ ପଡ଼ିଗଲେ। ତୁରନ୍ତ ତାଙ୍କୁ ‘ଗଭର୍ଣ୍ଣମେଣ୍ଟ୍‌ ମେଡିକାଲ୍‌ କଲେଜ ଆଣ୍ଡ୍‌ ହସ୍ପିଟାଲ୍‌’ରେ ଭର୍ତ୍ତି କରାଯାଇଥିଲା କିନ୍ତୁ, ଶନିବାର ଦିନ ତାଙ୍କର ମୃତ୍ୟୁ ଘଟିଲା।

ପୁଲିସ ‘ଆଇପିସି’ ଧାରା ୩୦୪ ଅନୁସାରେ ଗୁପ୍ତାଙ୍କ ନାଁରେ ମାମଲା ରୁଜୁ କରିଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button