ଆୟୁଷ୍ମାନ ଭାରତ କାର୍ଡକୁ ନେଇ ସଂସଦରେ ସରଗରମ

ଆୟୁଷ୍ମାନ ଭାରତ କାର୍ଡକୁ ନେଇ ସଂସଦରେ ସରଗରମ ଆଲୋଚନା। ଆୟୁଷ୍ମାନ ଭାରତ ଯୋଜନାରେ ଅନେକ ଅନିୟମିତତାର ଫର୍ଦ୍ଦ ଖୋଲି ସରକାରଙ୍କୁ ଘେରିଥିଲେ ବିରୋଧୀ। ଜନଆରୋଗ୍ୟ ଯୋଜନା ମହତ୍ତ୍ୱପୂର୍ଣ୍ଣ ଯୋଜନା ଅଟେ ସତ। କିନ୍ତୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉତ୍ତର ବିରୋଧୀଙ୍କୁ ବିବ୍ରତ କରିଛି। ଏହି ଯୋଜନାରେ ୧ହଜାର୧୧୪ ହସ୍ପିଟାଲ ଫ୍ରଡ୍ରେ ସାମିଲ ହୋଇଛି। ୧୫ଶହରୁ ବେଶୀ ହସ୍ପିଟାଲକୁ ଜରିମାନାରେ ଦଣ୍ଡିତ କରାଯାଇଛି। ୫୪୯ ହସ୍ପିଟାଲକୁ ସସପେଣ୍ଡ୍ କରାଯାଇଛି। ଏହି ୩ଟି କାଟାଗୋରୀରେ ସାମିଲ୍ ଥିବା ହସ୍ପିଟାଲଗୁଡ଼ିକର ରାଜ୍ୟ ଓ୍ୱାରୀ ତାଲିକା ମାଗିଛନ୍ତି ବିରୋଧୀ। ଆର୍ଥିକ ଦୁର୍ବଳ ବର୍ଗ ସମେତ ବିପିଏଲ କାର୍ଡଧାରୀଙ୍କୁ ଏହି ଯୋଜନାରେ ସାମିଲ୍ କରାଯିବ କି ନାହିଁ ପଚାରିଛନ୍ତି ବିରୋଧୀ। ଅନେକ ଥର ଗମ୍ଭୀର ବେମାରରେ ଆବଶ୍ୟକୀୟ ଅପରେସନ ଲାଗି ଏହି କାର୍ଡରେ ସଠିକ୍ ସମୟରେ ସାହାଯ୍ୟ ମିଳୁନି। କାରଣ ଏଥିଲାଗି ନାସନାଲ ହେଲଥ ଅଥୋରିଟିରୁ ଅନୁମତି ଆଣିବା ବେଳକୁ ରୋଗୀ ମରିଯାଉଛି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ସାଂସଦ ମାଣିକରାମ ଟାଗୋର, ଡକ୍ଟର ପ୍ରଭା ମଲ୍ଲିକାର୍ଜୁନ ଓ ଗାଣିବେନ୍ ଠାକୋର।