ଦେଶ ବିଦେଶ

ପୁରୁଷମାନେ ଦୟାକରି ଧ୍ୟାନ ଦିଅନ୍ତୁ ! ପଢ଼ନ୍ତୁ ଶୀତ ଦିନରେ କେମିତି ରଖିବେ ନିଜ ତ୍ବଚାର ଯତ୍ନ

ଶୀତ ଦିନରେ ତ୍ବଚାର ଖାସ ଧ୍ୟାନ ରଖିବା ଆବଶ୍ୟକ। ପୁରୁଷ ମାନେ ସ୍ବତନ୍ତ୍ର ଭାବରେ ତାଙ୍କର ତ୍ବଚାର ଧ୍ୟାନ ରଖିବା ଆବଶ୍ୟକ। କାରଣ ସାଧାରଣତଃ ପୁରୁଷ ମାନେ ତାଙ୍କର ତ୍ବଚାର ଯତ୍ନ ନିଅନ୍ତି ନାହିଁ। ଏହି କାରଣରୁ ଅନେକ ତ୍ବଚା ସମ୍ବଦ୍ଧୀୟ ସମସ୍ୟା ସେମାନଙ୍କ ଠାରେ ଦେଖାଯାଇଥାଏ। ଶୀତ ଋତୁରେ ତ୍ବଚା ଅଧିକ ଋକ୍ଷ ଏବଂ ନିର୍ଜୀବ ହୋଇଯାଇଥାଏ, ଏହି କାରଣରୁ ସେମାନଙ୍କୁ ଅଧିକ ଧ୍ୟାନ ରଖିବା ଆବଶ୍ୟକ ହୋଇଥାଏ। ତ୍ବଚା ପାଇଁ ଅଧିକ ବିୟୁଟି ପ୍ରଡକ୍ଟସର ବ୍ୟବହାର କରିବା ଚେହେରା ପାଇଁ କ୍ଷତିକାରକ ହୋଇଥାଏ। ଏଥିପାଇଁ ଅଧିକ ବିୟୁଟି ପ୍ରଡକ୍ଟସ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ। ପୁରୁଷ ମାନଙ୍କୁ ତ୍ବଚା ପାଇଁ କିଛି ସହଜ ଟିପ୍ସକୁ ପାଳନ କରିବା ଆବଶ୍ୟକ। ଏହି ଟିପ୍ସ ସାହାଯ୍ୟରେ ଶୀତରେ ତ୍ବଚାର ରକ୍ଷା କରିବା ସହିତ ତ୍ବଚା ଋକ୍ଷ ହେବା ମଧ୍ୟ କମ୍ ହୋଇଥାଏ।

ସନସ୍କ୍ରୀନ ଲଗାନ୍ତୁ

Man applying creamବାହାରକୁ ବାହାରିବା ପୂର୍ବରୁ ସନସ୍କ୍ରୀନ ଲଗାଇବା ଭୁଲନ୍ତୁ ନାହିଁ। ଏହା ଆପଣଙ୍କ ତ୍ବଚାକୁ ସୂର‌୍ୟ୍ୟଙ୍କର କ୍ଷତିକାରକ କିରଣରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ। ସନସ୍କ୍ରୀନ ଆପଣଙ୍କ ତ୍ବଚା ପାଇଁ ବହୁତ ଲାଭକାରୀ ଅଟେ। ଚାରକୋଲ ଫେସୱାସ ଏବଂ କ୍ରୀମର ବ୍ୟବହାର ମଧ୍ୟ କରିପାରିବେ।

ଚାରକୋଲ ଫେସୱାସର ବ୍ୟବହାର କରନ୍ତୁ

ଚାରକୋଲ ଫେସୱାସର ବ୍ୟବହାର କରିବା ଦ୍ବାରା ତ୍ବଚା ଉପରେ ରହିଥିବା ଧୂଳିକୁ କମ୍ କରିଦେଇଥାଏ। ଏହାଛଡା ଏହା ତ୍ବଚାକୁ ଡିଟକ୍ସ କରିଥାଏ, ଯାହା ଦ୍ବାରା ତ୍ବଚାକୁ ଆରାମ ମିଳିଥାଏ ଏବଂ ତ୍ବଚାର ସମସ୍ୟା ମଧ୍ୟ କମ୍ ହୋଇଯାଇଥାଏ।

ଚେହେରାକୁ ପାଣିରେ ଧୁଅନ୍ତୁ

ସୁସ୍ଥ ତ୍ବଚା ପାଇଁ ଆପଣ ଆପଣଙ୍କ ତ୍ବଚାକୁ ସଫା ପାଣିରେ ଧୋଇବା ଆବଶ୍ୟକ। କାରଣ ତ୍ବଚାରେ ରହିଥିବା ମଇଳା, ବ୍ୟାକ୍ଟେରିଆ ଏଂ କୀଟାଣୁକୁ କମ୍ କରିବାରେ ଏହା ସାହାଯ୍ୟ କରିଥାଏ। ଚେହେରାକୁ ପାଣିରେ ଧୋଇବା ଦ୍ବାରା ମଧ୍ୟ ଡେଡ୍ ସ୍କିନ କମ୍ ହୋଇଯାଇଥାଏ।

ମଶ୍ଚରାଇଜର ଲଗାନ୍ତୁ

ଶୀତ ଦିନରେ ତ୍ବଚା ଅଧିକ ରୂକ୍ଷୀ ହୋଇଯାଇଥାଏ। ଯେଉଁ କାରଣରୁ ତ୍ବଚା ଅସୁସ୍ଥ ଦେଖାଯାଇଥାଏ। ଏଥିପାଇଁ ମଶ୍ଚରାଇଜର ଲଗାଇବା ଭୁଲନ୍ତୁ ନାହିଁ। ଏହା ଆପଣଙ୍କ ତ୍ବଚାକୁ ପୋଷଣ ଦେଇଥାଏ ଏବଂ ନରମ କରିବାରେ ସାହାଯ୍ୟ କରିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button