ବିଚାର

ଶୁକ୍ରବାର ଦିନ ପର୍ସରେ ରଖି ଦିଅନ୍ତୁ ଏହି ୯ ଟି ଜିନିଷ ମଧ୍ୟରୁ କୌଣସି ଗୋଟିଏ ଜିନିଷ । ମାତା ଲକ୍ଷ୍ମୀଙ୍କ କୃପାରୁ ଘରକୁ ଆସିବ ସୁଖ ସମୃଦ୍ଧି ।

ଦୁନିଆରେ ଏମିତି କେହି ଲୋକ ନାହାଁନ୍ତି ଯାହାକୁ ଧନର ଇଚ୍ଛା ନାହିଁ । ଲୋକେ ଧନ ଅର୍ଜନ କରଥାନ୍ତି ଯାହାଦ୍ୱାରା ନିଜ ଇଚ୍ଛାକୁ ପୂରଣ କରି ପାରିବେ । ମାତ୍ର ଟଙ୍କା ରୋଜଗାର ପାଇଁ କିଛି ଲୋକ ଭଲ ରାସ୍ତାକୁ ଆପଣାଉ ଥିବାବେଳେ ଆଉ କିଛି ଲୋକ ଶୀଘ୍ର ଟଙ୍କା ରୋଜଗାର କରିବା ପାଇଁ ଖରାପ ରାସ୍ତା ଆପଣେଇଥାନ୍ତି । ପୁଣି ଏଭଳି କିଛି ଲୋକ ଅଛନ୍ତି ସେମାନେ ଉଚିତ ମାର୍ଗରେ ଯାଇ ଟଙ୍କା ରୋଜଗାର କରନ୍ତି ସତ କିନ୍ତୁ ଟଙ୍କା ସ୍ଥାୟୀ ହୋଇ ରହେନାହିଁ ଏବଂ ଟଙ୍କା ଅଧିକ ଖର୍ଚ୍ଚ ହୋଇଥାଏ ।

ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ଶାସ୍ତ୍ରରେ ବର୍ଣ୍ଣିତ ହୋଇଥିବା କେଉଁ ସବୁ ଜିନିଷ ପର୍ସରେ ରଖିଲେ ଧନ ନଷ୍ଟ ହୁଏନାହିଁ ଏବଂ ସଞ୍ଚିତ ହୋଇ ରହେ । ସେହି ସବୁ ଜିନିଷ ମଧ୍ୟରୁ କୌଣସି ଗୋଟିଏ ଯଦି ଆପଣ ନିଜ ପର୍ସରେ ରଖି ଦିଅନ୍ତି ତେବେ ଏହି ସମସ୍ୟାର ସମାଧାନ ହୋଇଯିବ ।

୧ . ମାତା ଲକ୍ଷ୍ମୀଙ୍କ ଫୋଟ:-

ମାତା ଲକ୍ଷ୍ମୀଙ୍କୁ ଧନର ଦେବୀ କୁହାଯାଏ । ମାତା ଲକ୍ଷ୍ମୀଙ୍କ ଫୋଟକୁ ନିଜ ପର୍ସରେ ସଦୈବ ରଖିଲେ କେବେବି ଧନର ଅଭାବ ହୁଏନାହିଁ ଏବଂ ଅଧିକ ଖର୍ଚ୍ଚରୁ ମଧ୍ୟ ମୁକ୍ତି ମିଳିଥାଏ । ମାତ୍ର ସେହି ଫୋଟରେ ମାତା ଲକ୍ଷ୍ମୀ ବସିଥିବା ମୁଦ୍ରାରେ ଥିବା ଉଚିତ ।

୨ . ଅଶ୍ୱତ୍ଥ ପତ୍ର:-

ଶାସ୍ତ୍ର ଅନୁଯାୟୀ ଅଶ୍ୱତ୍ଥ ପତ୍ରକୁ ପର୍ସରେ ରଖିବା ଅତ୍ୟନ୍ତ ଶୁଭ ଏବଂ ଲାଭକାରୀ ହୋଇଥାଏ । ଏହାଦ୍ବାରା ଧନ ପ୍ରାପ୍ତି ହୋଇଥାଏ । ତେଣୁ ଅଶ୍ୱତ୍ଥ ପତ୍ରକୁ ଶୁଭ ମୁହୂର୍ତ୍ତରେ ଅଭିମନ୍ତ୍ରିତ କରି ପର୍ସରେ ନୋଟ ସହିତ ରଖନ୍ତୁ ।

୩ . ନାଲି କାଗଜ:-

ନାଲି କାଗଜ ମନସ୍କାମନା ପୂରଣ ପାଇଁ ଅତ୍ୟନ୍ତ ପ୍ରଭାବୀ ଅଟେ । ତେଣୁ ଏକ ନାଲି କାଗଜରେ ନିଜର ମନସ୍କାମନା ଲେଖି ରେଶମୀ ସୂତାରେ ବାନ୍ଧି ପର୍ସରେ ରଖି ଦିଅନ୍ତୁ । ଏହାଦ୍ବାରା ଆର୍ଥିକ ସମୃଦ୍ଧି ହୋଇଥାଏ ।

୪ . ଚାଉଳ:-

ଯଦି ଆପଣ ପର୍ସରେ ଏକ ଚିମୁଟା ଚାଉଳ ରଖନ୍ତି ତେବେ ଏହା ଆପଣଙ୍କର ଅଯଥା ଧନ ଖର୍ଚ୍ଚକୁ ବନ୍ଦ କରିଥାଏ । ଏହାବ୍ୟତୀତ ଆପଣ ଛୋଟ ଛୁରୀ , କାଚ ଟୁକୁଡ଼ା , ଗୋମତି ଚକ୍ର କିମ୍ବା କଉଡ଼ି ମଧ୍ୟ ରଖି ପାରିବେ ।

୫ . ସୁନା କିମ୍ବା ରୂପାର ମୁଦ୍ରା:-

ଯଦି ଆପଣ ପର୍ସରେ ସୁନା କିମ୍ବା ରୂପାର ମୁଦ୍ରା ରଖନ୍ତି ତେବେ ଏହା ଧନ ବୃଦ୍ଧିରେ ସହାୟକ ହୋଇଥାଏ । ମାତ୍ର ଏହାକୁ ପର୍ସରେ ରଖିବା ପୂର୍ବରୁ ମାତା ଲକ୍ଷ୍ମୀଙ୍କ ଚରଣରେ ରଖି ପୂଜା କରିବା ଉଚିତ । ଏହାଦ୍ବାରା ଆର୍ଥିକ ସମୃଦ୍ଧି ହୋଇଥାଏ ।

୬ . ରୁଦ୍ରାକ୍ଷ:-

ଯଦି ଆପଣ ପର୍ସରେ ରୁଦ୍ରାକ୍ଷ ରଖନ୍ତି ତେବେ ଏହା ଦାରିଦ୍ର୍ୟତାକୁ ଦୂରେଇ ଦିଏ ଏବଂ ଧନ ଖର୍ଚ୍ଚକୁ ମଧ୍ୟ କମ କରିଥାଏ ।

୭ . ଗୁରୁଜନଙ୍କ ଠାରୁ ମିଳିଥିବା ଟଙ୍କା:-

ଯଦି ଆପଣ କୌଣସି ଗୁରୁଜନଙ୍କ ଠାରୁ ଆଶୀର୍ବାଦ ଆକାରରେ ଟଙ୍କା ପାଉଛନ୍ତି ତେବେ ସେଥିରେ ହଳଦୀ ଏବଂ କେଶର ଲଗାଇ ନିଜ ପର୍ସରେ ରଖି ଦିଅନ୍ତୁ ।

୮ . ପର୍ସରେ ଟଙ୍କାକୁ କେବେ ମୋଡ଼ି ମକଚି ରଖନ୍ତୁ ନାହିଁ ବରଂ ତାହାକୁ ଭଲଭାବରେ ସଜାଡ଼ି ସିଧା ରଖନ୍ତୁ । ଏହାଦ୍ବାରା ମଧ୍ୟ ମାତା ପ୍ରସନ୍ନ ହୁଅନ୍ତି ଏବଂ ଧନରେ ଅଭିବୃଦ୍ଧି ହୋଇଥାଏ ।

ପ୍ରତ୍ୟେକ ମନୁଷ୍ୟର ଜୀବନରେ ଖରାପ ସମୟ ଏବଂ ଭଲ ସମୟ ରହିଥାଏ ଏବଂ ରାଜଯୋଗ ମଧ୍ୟ ରହିଥାଏ । ମାତ୍ର ସେହି ମୁହୁର୍ତ୍ତକୁ ଜାଣିପାରି କାମରେ ଲଗାଇ ପାରିବେ ବ୍ୟକ୍ତିକୁ ଉନ୍ନତି ମିଳିଥାଏ । ମାତ୍ର ସମସ୍ୟାରେ ମନୁଷ୍ୟ ଧୌର୍ଯ୍ୟର ସହିତ ସମସ୍ୟାର ସମାଧାନ ବାହାର କରିବା ଉଚିତ । ଆପଣ ଅଳେଇଚର ପ୍ରୟୋଗ କରି କିଛି ପ୍ରୟୋଗ କରି ପାରିବେ । ଏହାଦ୍ବାରା ଶୁକ୍ର ଗ୍ରହ ମଜବୁତ ହୋଇଥାଏ । ତେଣୁ ଏହି ଉପାୟ କରିବା ପାଇଁ ଏକ ଗ୍ଲାସ ପାଣିରେ ଅଳ୍ପ ଅଳେଇଚ ଦାନା ମିଶାଇ ପାଣିକୁ ଗରମ କରି ସ୍ନାନ କରୁଥିବା ପାଣିରେ ମିଶାଇ ସ୍ନାନ କରନ୍ତୁ । ଏହାଦ୍ବାରା ଶୁକ୍ର ମଜବୁତ ହୋଇଥାନ୍ତି ।ଏଭଳି ପ୍ରତ୍ୟେକ ଦିନ କଲେ ଭାଗ୍ୟ ମଜବୁତ ହୋଇଥାଏ ।

ଯଦି ଆପଣଙ୍କର ଶିକ୍ଷା କିମ୍ବା ବ୍ୟବସାୟରେ ଉନ୍ନତି ହେଉନାହିଁ ତେବେ କୌଣସି ଶୁକ୍ରବାର ଦିନ ଏକ ଅଳେଇଚ ଏବଂ ମିଶ୍ରୀ ନେଇ ଅଶ୍ୱତ୍ଥ ଗଛ ମୂଳରେ ରଖି ଦିଅନ୍ତୁ । ଏହାଦ୍ବାରା ଚାକିରୀ ବ୍ୟବସାୟ କିମ୍ବା ଶିକ୍ଷାରେ ଉନ୍ନତି ହୋଇଥାଏ । ବିବାହ ସମ୍ବନ୍ଧୀୟ କୌଣସି ସମସ୍ୟା ଥିଲେ ଦୁଇଟି ଅଳେଇଚ , ଘିଅ ଦୀପ ଏବଂ ଏକ ମିଠା ବସ୍ତୁ ନେଇ କୌଣସି ନଦୀ କିମ୍ବା ପ୍ରବାହିତ ଜଳ ପାଖକୁ ଯାଇ ମିଠା ବସ୍ତୁ ଏବଂ ଅଳେଇଚକୁ ରଖି ଦୀପ ଜଳାଇ ଦିଅନ୍ତୁ । ଏହାପରେ ସେହିସବୁ ବସ୍ତୁକୁ ଏକ ପତ୍ରରେ ରଖି ଭସାଇ ଦିଅନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ଶୁକ୍ର ମଜବୁତ ହେବ ।

ଯଦି ସ୍ୱାମୀ ସ୍ତ୍ରୀ ସମ୍ବନ୍ଧ ଭଲ ନାହିଁ ତେବେ ଶୁକ୍ରବାର ଦିନ ତିନୋଟି ଅଳେଇଚ ନିଜ ଶରୀରରେ ସ୍ପର୍ଶ କରାଇ ଏକ ରୁମାଲରେ ବାନ୍ଧି ନିଜ ପାଖରେ ରଖନ୍ତୁ ଏବଂ ଶନିବାର ଦିନ ତାହାକୁ ଗ୍ରାଇଣ୍ଡିଂ କରି ଖାଦ୍ୟରେ ମିଶାଇ ନିଜ ପାର୍ଟନରକୁ ଦେଇ ଦିଅନ୍ତୁ । ଏହାଦ୍ବାରା ସ୍ୱାମୀ ସ୍ତ୍ରୀ ମଧ୍ୟରେ ସମ୍ପର୍କ ପୁଣିଥରେ ଠିକ ହୋଇଯିବ ଏବଂ ସମ୍ପର୍କରେ ଗଭୀରତା ଆସିବ । ଶିକ୍ଷାରେ ଦୁର୍ବଳ ଥିଲେ କୌଣସି ଶୁକ୍ରବାର ଦିନ ଅଳେଇଚ ଖୀରରେ ମିଶାଇ ଫୁଟାଇ ଘରକୁ ଆସୁଥିବା କୌଣସି ଗରିବ ଲୋକଙ୍କୁ ପିଇବାକୁ ଦେଇ ଦିଅନ୍ତୁ । ଏହାଦ୍ବାରା ଆପଣଙ୍କ ସମସ୍ୟା ମଧ୍ୟ ଦୂର ହୋଇଯିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button