ଜେଲ ଭିତରର ଅନୁଭୂତି କିପରି ଥିଲା ବଖାଣିଲେ ରିୟା – Utkal Mail
ନୂଆଦିଲ୍ଲୀ: ସ୍ବର୍ଗତଃ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁପରେ ଅଭିନେତାଙ୍କ ପ୍ରେମିକା କୁହାଯାଉଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଅନେକ ଗମ୍ଭୀର ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ କେନ୍ଦ୍ର କରି ପୁଲିସ ରିୟାଙ୍କୁ ଗିରଫ କରି ଜେଲ ଦଣ୍ଡ ବି ଦେଇଥିଲା।
ନିକଟରେ ରିୟା ଜୀବନର ସବୁଠାରୁ କଷ୍ଟ ଓ ଯନ୍ତ୍ରଣାଦାୟକ ମୁହୂର୍ତ୍ତର ଅନୁଭବ କିପରି ଥିଲା ତାହାକୁ ସେ ଲୋକଙ୍କ ସହିତ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି।
ରିୟା ଜେଲରୁ ବାହାରକୁ ଆସିବା ପରେ ଏକ ସାକ୍ଷାତକାରରେ ସେ କଷ୍ଟ ଓ ଯନ୍ତ୍ରଣାଦାୟକ ମୁହୂର୍ତ୍ତକୁ ମନେ ପକାଇ କହିଥିଲେ, ‘ଜେଲ ଏମିତି ଏକ ସ୍ଥାନ ଯେଉଁଠି ସୋସାଇଟି ଆପଣଙ୍କୁ ଗ୍ରହଣ କରିବାକୁ ମନା କରିଦେବା ପରେ ରହିବାକୁ ପଡ଼ିଥାଏ।
ମୁଁ ଜେଲରେ ରହିବା ସମୟରେ ସେଠାରେ ମୋର ବିଭିନ୍ନ ପ୍ରକାର କଏଦୀଙ୍କ ସହିତ ଭେଟ ହୋଇଥିଲା। ମୋ ଭଳି ସେଠାରେ ଏମିତି ଅନେକ ମହିଳା କଏଦୀ ଥିଲେ ଯେଉଁମାନେ ଦୋଷ ନକରି ବି ଜେଲଦଣ୍ଡ ଭୋଗୁଥିଲେ। ସେମାନଙ୍କ ସହିତ ମୋତେ ମିଶିକି ରହିବାକୁ ପଡ଼ିଲା। ଧୀରେଧୀରେ ସେହି କଏଦୀମାନଙ୍କ ସହ ମୋର ବନ୍ଧୁତା ବି ହୋଇଯାଇଥିଲା। କିନ୍ତୁ ସମୟସମୟରେ ସେମାନଙ୍କ ଭାଷା ମୋତେ ଭଲ ଲାଗି ନଥାଏ।
ମଜାକଥା ହେଉଛି କଏଦୀଙ୍କ ସହିତ ବନ୍ଧୁତା ହେବାପରେ ମୁଁ ସେମାନଙ୍କୁ କହିଥିଲି ମୋତେ ବେଲ ମିଳିଗଲେ ମୁଁ ନାଗୀନ ଡ୍ୟାନ୍ସ କରିବି। ବେଲ ମିଳିବା ପରେ ଦେଇଥିବା କଥା ରଖି ଜେଲ ଚଟାଣରେ କଏଦୀମାନଙ୍କ ସହ ମିଶି ନାଗୀନ ଡ୍ୟାନ୍ସ କରିଥିଲି।’