ଆପଣ ମାନେ ଶିବ ମନ୍ଦିର ଯାଉଛନ୍ତି କି ଯଦି ଯାଉଛନ୍ତି ତେବେ ଜାଣନ୍ତୁ ଏହି ଭୟଙ୍କର କଥା…

ନମସ୍କାର ବନ୍ଧୁଗଣ ତେବେ ଲୋକ ମାନେ କିଛି ବିଶ୍ୱାସ କରନ୍ତୁ ନ କରନ୍ତୁ କିନ୍ତୁ ଭଗବାନ ଙ୍କୁ ସମସ୍ତେ ବିଶ୍ୱାସ କରିଥାନ୍ତି । ଶିବ ଠାକୁର ଙ୍କର ପ୍ରାୟ ବହୁତ ଭକ୍ତ ଅଛନ୍ତି ଏବଂ ସେମାନେ ପ୍ରତି ସୋମବାର ମନ୍ଦିର ମଧ୍ୟ ଯାଉ ଥିବେ । ଆପଣ ମାନେ ବି ଶିବ ମନ୍ଦିର ଯାଉଛନ୍ତି କି ଯଦି ଯାଉଛନ୍ତି ଏହି ଭୁଲ ସବୁ କରୁଛନ୍ତି କି ଯଦି ଆପଣ ଏହି ଭୁଲ କରୁଛନ୍ତି ତେବେ କିଛି ପାଇବା ଆଶା ରେ ଯାଉଛନ୍ତି ସତ କିନ୍ତୁ କିଛି ହରାଇ ମଧ୍ୟ ଦେବେ । ଏହି ଭୁଲ କରିବା ଦ୍ୱାରା ମହାପାପ ରେ ଭାଗିଦାର ହେବେ ତେଣୁ ସତର୍କ ରୁହନ୍ତୁ ଏବଂ ଶିବ ମନ୍ଦିର କୁ ଯାଇ କେଉଁ ନିୟମ ସବୁ ମାନିବାକୁ ପଡେ ତାହା ଜାଣନ୍ତୁ ।
ତେବେ ଯାହା ପାଇବା ଆଶା ରେ ଯାଇ ଥିବେ ତାହା ପାଇବେ ନଚେତ ଏହି ଭୁଲ କରିବା ଦ୍ୱାରା ଧନୀ ରୁ ଗରିବ ମଧ୍ୟ ହୋଇ ଯିବେ, ତେବେ ନିୟମ ଟି କଣ ଏବଂ କିପରି ନିୟମକୁ ପାଳନ କରିବା ଆସନ୍ତୁ ଜାଣିବା । ତେବେ ଆପଣ ଯେତେବେଳେ ଶିବ ମନ୍ଦିର ଯାଉଛନ୍ତି ପ୍ରଥମେ ସିଧାସଳଖ ଶିବ ଙ୍କୁ ଦର୍ଶନ କରନ୍ତୁ ନାହିଁ କିଛି ଭୋଗ, ଧୂପ, ଦୀପ ଆଦି ଏ ସବୁ ନିଅନ୍ତୁ ।
ଶିବ ମନ୍ଦିର ଯେତେବେଳେ ଯାଉଛନ୍ତି ପ୍ରଥମେ ଗଣେଶ ଙ୍କ ନିକଟକୁ ଯାଆନ୍ତୁ ଏବଂ ଧୂପ ଦୀପ କିଛି ଦିଅନ୍ତୁ ଅବା ନ ଦିଅନ୍ତୁ କିନ୍ତୁ କିଛି ପାର୍ଥନା କି ସ୍ତୁତି ଯଦି ଆସୁଥାଏ ତେବେ ପାଠ କରନ୍ତୁ ଏବଂ ଭୂମିଷ୍ଠ ପ୍ରଣାମ କରନ୍ତୁ । ଏହା ପରେ କାର୍ତିକ ଙ୍କ ପାଖକୁ ଯାଆନ୍ତୁ ସେହି ପରି ଧୂପ କି ଦୀପ ଦିଅନ୍ତୁ ଅବା ନ ଦିଅନ୍ତୁ କିନ୍ତୁ ମୁଣ୍ଡିଆ ମାରନ୍ତୁ ।
ଏହା ପରେ ମାତା ପାର୍ବତୀ ଙ୍କ ନିକଟକୁ ଯାଆନ୍ତୁ ସେଠି ମଧ୍ୟ ଠିକ ସେହି ପରି ମୁଣ୍ଡିଆ ମାରନ୍ତୁ । ସେହି ଠାରୁ ମା ପାର୍ବତୀ ଙ୍କ ଠାରୁ ପଛ କୁ ଫେରି ଆସନ୍ତୁ ଏବଂ ସୂର୍ଯ୍ୟ ଙ୍କୁ ଚାହିଁ ପ୍ରଣାମ କରନ୍ତୁ । ଯଦି କିଛି ସ୍ତୁତି ଜଣା ଅଛି ତେବେ ପାଠ କରନ୍ତୁ ନଚେତ ଖାଲି ପ୍ରଣାମ କରନ୍ତୁ । ତେବେ ଏହା ପରେ କାର୍ତିକ ଏବଂ ଗଣେଶ ଙ୍କ ବାଟ ଦେଇ ଶିବ ମନ୍ଦିର କୁ ପ୍ରବେଶ କରନ୍ତୁ ଏବଂ ଶିବ ମନ୍ଦିର କୁ ପ୍ରବେଶ କରିବା ମାତ୍ରେ ଆପଣ ଵୃଷବ ଙ୍କୁ ପ୍ରଣାମ କରନ୍ତୁ ।
ଯଦି ଵୃଷବ ଙ୍କ ମନ୍ତ୍ର କିଛି ଜଣା ଅଛି ତେବେ ପାଠ କରନ୍ତୁ ନଚେତ ମୁଣ୍ଡିଆ ଟି ମାରନ୍ତୁ । ବୃଷବ ଙ୍କୁ ମୁଣ୍ଡିଆ ମାରି ସାରିବା ପରେ ଶିବ ଙ୍କୁ ଦର୍ଶନ କରନ୍ତୁ, ଯଦି କିଛି ସ୍ତୁତି ଆପଣଙ୍କୁ ଜଣା ଅଛି ତେବେ ପାଠ କରନ୍ତୁ ନଚେତ ମୁଣ୍ଡିଆ ମାରନ୍ତୁ ।
ଏହା ପରେ ନବ ଗ୍ରହ କୁ ପ୍ରଣାମ କରନ୍ତୁ, ଯଦି ଏତିକି ନିୟମ ମାନି ଆପଣ ଶିବ ମନ୍ଦିର ପରିକ୍ରମା କରିବେ ତେବେ ଆପଣ ସବୁ କିଛି ପାଇଯିବେ । ଆପଣଙ୍କ ମନରେ ଯାହା ମନବାଞ୍ଛା ଥିବ ତାହା ପୂରଣ ହେବ, ଯଦି ଏତିକି ନିୟମ ନ ମାନିବେ ତେବେ ଯାହା ପାଇବା ଆଶା ରେ ଯାଇ ଥିବେ ତା ଠୁ ଅଧିକ ହରାଇ ବସିବେ ।