ଗାଧୋଇବା ସମୟରେ ଦୁଇଟି ଲେମ୍ବୁର ରସ ପାଣିରେ ମିଶାଇ ଗାଧାନ୍ତୁ,ଆଉ ତା ପରେ ଚମତ୍କାର ଦେଖନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ। ପ୍ରାୟତଃ ସମସ୍ତଙ୍କୁ ଗାଧୋଇବା ପାଇଁ ଭଲ ଲାଗିଥାଏ। କାରଣ ଗାଧୋଇ ସାରିଲା ପରେ ମନକୁ ଶାନ୍ତି ମିଳିଲା ଭଳି ଅନୁଭବ ହୋଇଥାଏ। କିନ୍ତୁ ଗାଧୋଇବା ସମୟରେ କିଛି ଏଭଳି ଉପାୟ କଲେ, ବହୁତ ଆରାମ ମିଳିଥାଏ। ଆଜି ଆମେ ଆପଣ ମାନଙ୍କୁ ସେହି ବିଷୟରେ ବିସ୍ତାର ରୂପରେ କହିବାକୁ ଯାଉଛୁ।
– ଯଦି ଆପଣ ଉଷୁମ ପାଣିରେ ସ୍ନାନ କରୁଛନ୍ତି, ତାହେଲେ ଗାଧୋଇବା ସମୟରେ ସେହି ଉଷୁମ ପାଣିରେ ୨ଟି ଲେମ୍ବୁ ଚିପୁଡି ଦିଅନ୍ତୁ ଏବଂ ସେହି ପାଣିରେ ସ୍ନାନ କରନ୍ତୁ। ଦେଖିବେ ଯଦି ଆପଣଙ୍କର ଘିମିରି ସମସ୍ୟା ରହିଛି, ତାହେଲେ ଖୁବ୍ ଶୀଘ୍ର ଦୂର ହୋଇଯିବ।
– ରାତିରେ ଶୋଇବା ପୂର୍ବରୁ ଆପଣ କୌଣସି ତମ୍ବା ପାତ୍ରରେ ପାଣି ରଖି ଶୁଅନ୍ତୁ। ତାପରେ ସକାଳୁ ଉଠି ସେହି ପାଣିକୁ କୌଣସି ଗଛ ମୂଳରେ ଢ଼ାଳି ଦିଅନ୍ତୁ। ଏଭଳି କରିବା ଦ୍ଵାରା ଶାରୀରିକ ଏବଂ ମାନସିକ ରୂପରେ ଆପଣ ସର୍ବଦା ସୁସ୍ଥ ରହିବେ।
– ଗୋଟେ ନଡିଆ ନେଇ ତାହାକୁ ୨୧ ଥର ନିଜ ମୁଣ୍ଡ ଚାରିପଟେ ବୁଲାଇ ଅଗ୍ନିରେ ପକାଇ ଦିଅନ୍ତୁ ନଚେତ କୌଣସି ନଦୀ ଜଳରେ ତାହାକୁ ଭସାଇ ଦିଅନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କର ସମସ୍ତ ସମସ୍ୟା ଦୂର ହେବା ସହିତ ନକାରାତ୍ମକ ଭାବନା ମଧ୍ୟ ଦୂର ହୋଇ ଯାଇଥାଏ।
– ପ୍ରତ୍ୟେକ ମଙ୍ଗଳବାର ଦିନ କୌଣସି ନଦୀରେ ସିନ୍ଦୂର କିମ୍ବା ମହୁ ପ୍ରବାହିତ କଲେ ମଙ୍ଗଳଦୋଷ ଦୂର ହୋଇ ଯାଇଥାଏ। ଏହାସହିତ ଘରର ଆର୍ଥିକ ଅବସ୍ଥା ସୁଧୁରି ଯାଇଥାଏ।
– କହିବାକୁ ଗଲେ ଗୋଟିଏ ବର୍ଷରେ ଦୁଇଥର ଅନ୍ଧ ଲୋକ କିମ୍ବା ଅସହାୟ ଲୋକଙ୍କୁ ଭୋଜନ କରାଇବା ଉଚିତ। ଏଭଳି କରିବା ଦ୍ଵାରା ଶନିଦୋଷ ଦୂର ହୋଇଥାଏ। ଏହାସହିତ ଆପଣଙ୍କ ଘରର ସମସ୍ତ ନକାରାତ୍ମକ ଶକ୍ତି ଦୂର ହୋଇଯାଇଥାଏ।
– ଯଦି ଆପଣ ସଙ୍କଟରୁ ସର୍ବଦା ବଞ୍ଚିତ ହେବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କୁ ପ୍ରଭୁ ହନୁମାନଙ୍କୁ ସର୍ବଦା ଆରାଧନା କରିବା ଉଚିତ। ଏହାସହିତ ପ୍ରତ୍ୟେକ ମଙ୍ଗଳବାର ଏବଂ ଶନିବାର ହନୁମାନ ମନ୍ଦିର ଯାଇ ଠାକୁରଙ୍କୁ ଭୋଗ ଓ ଚୋଲା ଅର୍ପଣ କରିବା ଉଚିତ।ଏଭଳି କରିବା ଶୁଭ ହୋଇଥାଏ।
– ଯଦି ଆପଣ ଗୋଟେ ଅଶ୍ୱତ୍ଥ ଗଛ, ଗୋଟେ ନିମ୍ବ ଗଛ, ଗୋଟେ ତେନ୍ତୁଳୀ, ତିନୋଟି କଇଁଥ ଗଛ, ବେଲ ଗଛ, ଅଁଳା ଗଛ ଓ ପାଞ୍ଚଟି ଆମ୍ବଗଛ ଲଗାଇବେ, ତାହେଲେ ଆପଣଙ୍କୁ ମୃତ୍ୟୁ ପରେ ସ୍ୱର୍ଗଲୋକ ପ୍ରାପ୍ତ ହେବ।ଏଭଳି ଶାସ୍ତ୍ରରେ ମାନ୍ୟତା ରହିଛି।
– ବର୍ଷରେ ଥରୁଟେ ଯେକୌଣସି ତୀର୍ଥ ସ୍ଥାନକୁ ଯାତ୍ରା କରିବା ଉଚିତ । ଏହାଦ୍ଵାରା ଭଗବାନଙ୍କର ଆଶୀର୍ବାଦ ପ୍ରାପ୍ତ ହେବା ସହିତ କଲ୍ୟାଣ ହୋଇଥାଏ।
– ପ୍ରତ୍ୟେକଦିନ ପଶୁ ଓ ପକ୍ଷୀ ମାନଙ୍କୁ ଅନ୍ନ ଓ ଜଳ ଅର୍ପଣ କରିବା ଉଚିତ। ଏଭଳି କରିବା ମଙ୍ଗଳକାରୀ ହୋଇଥାଏ। ଆପଣଙ୍କ ଉପରେ ଭଗବାନଙ୍କର ଆର୍ଶୀବାଦ ସର୍ବଦା ରହିବ।
ତେବେ ବନ୍ଧୁଗଣ ଯଦି ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଛି, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!