ସକାଳୁ ଖାଲି ପେଟରେ ଖାଆନ୍ତୁ ପିଜୁଳି ପତ୍ର, ଆଉ ତା’ପରେ ଦେଖନ୍ତୁ ଚମତ୍କାର…

ବର୍ତ୍ତମାନ ସମୟ କିଛି ଏପରି ହୋଇ ଯାଇଛି ଯାହା କାରଣ ରୁ ସମସ୍ତେ କିଛିନା କିଛି ରୋଗ ବ୍ୟାଧିରେ ପୀଡିତ ହୋଇ ଯନ୍ତ୍ରଣା କଷ୍ଟ ମାନ ଭୋଗ କରୁଛନ୍ତି । ଏହାର ମୁଖ କାରଣ ହେଉଛି ବର୍ତ୍ତମାନ ସମୟର ଆମର ବଞ୍ଚିବାର ଜୀବନ ଶୈଳୀ ଓ ଆମର ଖାଦ୍ୟ ପେୟ । ତାହାସହ ବାୟୁ ପ୍ରଦୂଷଣ ମଧ୍ୟ ଏପରି ଭାବରେ ହୋଇ ଗଲାଣି ଯାହା ବହୁ ରୋଗ ବ୍ୟାଧି ସୃଷ୍ଟିର କାରଣ ହୋଇ ସାରିଲାଣି ।
ଏପରି ରେ ସମସ୍ତେ ନିଜ ଶରୀର ଓ ସ୍ଵାସ୍ଥ୍ୟ କୁ ନେଇ ଚିନ୍ତିତ । ଏପରି ରେ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏକ ଏପରି ଉପଚାର ଯାହା ସାହାର୍ଯ୍ୟ ରେ ଆପଣ ଅତି କମ ରେ ଷୋହଳ ପ୍ରକାର ର ରୋଗ ରୁ ଜୀବନ କାଳ ପାଇଁ ନିଜକୁ ରକ୍ଷା କରି ପାରିବେ ।
ବନ୍ଧୁଗଣ ଆମେ ସମସ୍ତେ ନିଜ ନିଜ ବାଡି ଅବଗିଚା ରେ କିଛି କିଛି ଫଳ ଫୁଲ ଗଛ ତ ନିଶ୍ଚୟ ଲଗାଇଥାଉ । ଆପଣ ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ ଆଜିର ଏହି ଉପଚାର ଟିର ମୁଖ୍ୟ ସାମଗ୍ରୀ ହେଉଛି, ଆମ ବାଡି ବଗିଚାରେ ଥିବା ବା ଅତି ସାମାନ୍ଯ ଦେଖା ଯାଉଥିବା ପିଜୁଳିର ପତ୍ର ।
ଯେଉଁ ବ୍ୟକ୍ତି ମାନଙ୍କର ଗଣ୍ଠି ବିନ୍ଧା ହୋଇଥାଏ, ସେହି ବ୍ୟକ୍ତି ମାନେ ପିଜୁଳି ପତ୍ର କିଛି କୁ କୁଟି ଗରମ କରି ଗଣ୍ଠି ବିନ୍ଧା ଉପରେ ଲାଗିବା ଦ୍ଵାରା ଆରାମ ଅନୁଭବ ହୋଇଥାଏ । ଯେଉଁ ଲୋକ ମାନଙ୍କୁ ଡାଇରିଆ ରୋଗ ହୋଇଥାଏ, ସେମାନେ ଯଦି ଗୋଟିଏ ପିଜୁଳି ପତ୍ର କୁନେଇ ତାହାକୁ ଏକ ଗ୍ଳାସ ପାଣିରେ ଫୁଟାଇ ସେବନ କରନ୍ତି, ତେବେ ସେମାନେ ଏହାଦ୍ଵାରା ଖୁବ ଆରମ ଅନୁଭବ କରିଥାନ୍ତି ।
ଯେଉଁ ଲୋକ ଙ୍କୁ ସ୍ଵପ୍ନ ଦୋଷ ଥାଏ, ସେମାନେ ଯଦି କିଛି ଦିନ ଧରି ପିଜୁଳି ପତ୍ର ର ରସ କୁ ମହୁ ସହ ମିଶାଇ ସେବନ କରନ୍ତି, ତେବେ ସେମାନେ ଏହା ଦ୍ଵାରା ଏହି ଦୋଷ ରୁ ମୁକ୍ତ ହୋଇ ପାରିବେ । ପିଜୁଳି ପତ୍ର ଶରୀରର ଓଜନ କମାଇବାରେ ମଧ୍ୟ ସହାୟକ ହୋଇଥାଏ । ପୋଇଜୁଳିର କଅଁଳ ପତ୍ରକୁ ପାଣିରେ ଫୁଟାଇ ସେବନ ଅକରିବା ଦ୍ଵାରା ବହୁ ପୁରୁଣା କୋଷ୍ଟ କାଠିନ୍ଯ ରୁ ମଧ୍ୟ ରକ୍ଷା ମିଳିଥାଏ ।
ପିଜୁଳି ପତ୍ର ର ରସ ରେ ଚିନୀ ମିଶାଇ ତାହାର ସେବନ କରିଆବା ଦ୍ଵାରା ଶରୀର ର ଦୁର୍ବଳତା ମଧ୍ୟ ଦୂର ହୋଇ ଯାଇଥାଏ । ପିଜୁଳି ପତ୍ର ର ରସ ର ସେବନ ରୁ ପାଚନ ତନ୍ତ୍ର ଠିକ ହୋଇଯାଇଥାଏ । ଦାନ୍ତରେ କଷ୍ଟ, ଗଳା ରେ କଷ୍ଟ ମାଢିରେ ଯନ୍ତ୍ରଣା ଓ ସମସ୍ତ ପ୍ରକାରର ଦାନ୍ତ ର ସମସ୍ଯା ରୁ ମଧ୍ୟ ପିଜୁଳି ପତ୍ର ର ରସ ସେବନ ଦ୍ଵାରା ଦୂର ହୋଇ ଯାଇଥାଏ । ଡେଙ୍ଗୁ ଜ୍ଵର ଭଲ ହେବାରେ ମଧ୍ୟ ଏହା ବହୁତ ସହାୟକ ହୋଇଥାଏ ।
ତାହାଛଡା ଏହା ସମସ୍ତ ପ୍ରକାରର ଆଲର୍ଜି କୁ ମଧ୍ୟ ଶେଷ କରି ଦେଇଥାଏ । ମୁହଁରେ ବ୍ରଣ ହୋଇ ଥିଲେ ପିଜୁଳି ପତ୍ର କୁ ବାଟି ଲଗାଇବା ଦ୍ଵାରା ତାହା ଭଲ ହୋଇ ଯାଇଥାଏ । ମଧୁମେହ, ମୁଣ୍ଡ ବିନ୍ଧା ଓ କେଶ ଜନିତ ସମସ୍ଯା ସବୁ ଏହି ପିଜୁଳି ର ରସ ସେବନ ଦ୍ଵାରା ଭଲ ହୋଇ ଯାଇଥାଏ ।