ମନୋରଞ୍ଜନ

ଏହି କାରଣରୁ Bobby Deol ଙ୍କୁ ଝିଅ ବୋଲି ଭାବୁଥିଲେ ଲୋକ, Bobby Deol ନିଜେ କଲେ ଏହି ବଡ ଖୁଲାସା

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ଦେଖିଥିବେ । ଏହି ଅଭିନେତା ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ବଲିଉଡର ଦିଗଜ ଅଭିନେତା ବବି ଦେଓଲଙ୍କ ଜୀବନ ସହ ଜଡିତ ଏକ ରହସ୍ୟପୂର୍ଣ୍ଣ କଥା ବିଷୟରେ କହିବାକୁ ଯାଉଛୁ । ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ବଲିଉଡ ଅଭିନେତା ବବି ଦେଓଲଙ୍କ ବିଷୟରେ ।

ବନ୍ଧୁଗଣ ବଲିଉଡ ଅଭିନେତା ବବି ଦେଓଲଙ୍କ ଜନ୍ମ ୨୭ ଜାନୁୟାରୀ ୧୯୬୯ ମସିହାରେ ମୁମ୍ବାଇରେ ହୋଇଥିଲା । ବବି ହେଉଛନ୍ତି ବଲିଉଡ ଅଭିନେତା ଧର୍ମେନ୍ଦ୍ରଙ୍କର ପ୍ରଥମ ପତ୍ନୀ ପ୍ରକାଶ କୌରଙ୍କ ସାନ ପୁଅ । ନିଜ ପରିବାର ପରି ବବି ମଧ୍ୟ ବଲିଉଡ ଇଣ୍ଡଷ୍ଟ୍ରିକୁ ଆସିବା ପାଇଁ ନିଷ୍ପତ୍ତି ନେଇଥିଲେ । ବବି ପ୍ରଥମେ ଏକ ଶିଶୁ କଳାକାର ରୂପେ ମାତ୍ର ୮ ବର୍ଷ ବୟସରେ ବଲିଉଡରେ ଅଭିନୟ କରିଥିଲେ ।

ସେ ଫିଲ୍ମ ‘ଧରମ ବୀର’ରେ ନଜର ଆସିଥିଲେ । ଏହାପରେ ସେ ନିଜ କାରିୟରର ଆରମ୍ଭ ୧୯୯୫ ମସିହାରେ ଆସିଥିବା ଫିଲ୍ମ ‘ବରସାତ’ରୁ କରିଥିଲେ । ଏହି ଫିଲ୍ମଟି ତାଙ୍କର ସୁପର ହିଟ ହୋଇଥିଲା । ବନ୍ଧୁଗଣ ଏହି ଫିଲ୍ମ ପରେ ବବି ବହୁତ ସାରା ଫିଲ୍ମରେ ଅଭିନୟ କରି ସଫଳତା ହାସଲ କରିଥିଲେ । ହେଲେ ସେ ତାଙ୍କ ପିତା ଓ ବଡ ଭାଇଙ୍କ ପରି ପ୍ରସିଦ୍ଧି ହାସଲ କରିପାରିନଥିଲେ ।


ବନ୍ଧୁଗଣ ବବି ନିଜ ଅଭିନୟ ପାଇଁ କେତେକ ଆୱାର୍ଡରେ ମଧ୍ୟ ସମ୍ମାନିତ ହୋଇଛନ୍ତି । ହେଲେ ବନ୍ଧୁଗଣ ଗୋଟେ ସମୟରେ କିଛି କାରଣ ହେତୁ ଲୋକ ମାନେ ତାଙ୍କୁ ଭଉଣୀ କହି ଡାକୁଥିଲେ । ବବି ଏକ ଇଣ୍ଟର୍ବ୍ୟୁ ମାଧ୍ୟମରେ ନିଜେ ଏହାର ଖୁଲାସା କରିଥିଲେ । ବବିଙ୍କ ମତରେ ‘ଯେତେବେଳେ ମୁ ଛୋଟ ଥିଲି ସେତେବେଳେ ମୋ ଆବାଜ ବହୁତ ପତଳା ଥିଲା ସେଥିପାଇଁ ଲୋକମାନେ ମତେ ଭଉଣୀ କହି ଡାକୁଥିଲେ ।

ସେହି ସମୟରେ ମୋତେ ଲୋକମାନେ କହୁଥିଲେ ଭଉଣୀ ଧର୍ମେନ୍ଦ୍ର ସାର ଘରେ ଅଛନ୍ତି କି ?’ । ସେହି ସମୟରେ ବବି ବହୁତ ଚିଡି ଯାଉଥିଲେ । ସେହି ସମୟରେ ବବି କୌଣସି ହୋଟେଲରେ ନିଜ ବାପାଙ୍କ ସହ ଥିଲେ । ଲୋକମାନେ ଯେତେବେଳେ ଫୋନ କରି ବବିଙ୍କ ସହ କଥା ହେଉଥିଲେ ସେତେବେଳେ ଲୋକମାନେ ବବିଙ୍କୁ ମହିଳା ଭାବୁ ଥିଲେ ।


ଏହାପରେ ବବି ମଧ୍ୟ ନିଜ ଆବାଜ ଦ୍ଵାରା ଲୋକ ମାନଙ୍କ ସହ ମଜାକ କରିବାକୁ ଲାଗିଲେ । ବବିଙ୍କ ମତରେ, ‘ଯେତେବେଳେ ଲୋକମାନେ ଫୋନ କରୁଥିଲେ ସେତେବେଳେ ସେ ନିଜର ଏହି ପତଳା ଆବାଜରେ କଥା ହୋଇ ଲୋକ ମାନଙ୍କ ସହ ମଜାକ କରୁଥିଲେ’ । ହେଲେ ବନ୍ଧୁଗଣ ସମୟ ସହ ବବିଙ୍କର ଆବାଜ ମଧ୍ୟ ବଦଳି ଗଲା ଓ ସେ ଆଜି ବଲିଉଡ ଇଣ୍ଡଷ୍ଟ୍ରିର ବହୁତ ବଡକଳାକାର ଅଟନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button