ସ୍ୱାସ୍ଥ୍ୟ

ଚେହେରାରୁ ନେଇ ସ୍ବାସ୍ଥ୍ୟ ପର୍ଯ୍ୟନ୍ତ, ଏହି ୮ଟି ରୋଗରୁ ମୁକ୍ତି ଦେଇଥାଏ ଗୋଟିଏ ଡ଼ାଳିମ୍ବ

ଡ଼ାଳିମ୍ବ ସ୍ବାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ। କୌଣସି ଖାଦ୍ୟକୁ ସ୍ବାଦିଷ୍ଟ କରିବା ପାଇଁ ଏବଂ ତ୍ବଚା ଜନିତ ସମସ୍ୟା ଦୂର କରିବାରେ ଡ଼ାଳିମ୍ବ ଲାଭକାରୀ ହୋଇଥାଏ। ଡ଼ାଳିମ୍ବ ସ୍ବାଦିଷ୍ଟ ହେବା ସହିତ ସ୍ବାସ୍ଥ୍ୟ ବର୍ଦ୍ଦକ ହୋଇଥାଏ। ଡାକ୍ତରମାନେ ମଧ୍ୟ ଦୈନନ୍ଦିନ ଜୀବନରେ ଡ଼ାଳିମ୍ବ ସେବନ କରିବା ପାଇଁ ପରାମର୍ଶ ଦେଇଥାନ୍ତି। ଏହା ଶରୀର ପାଇଁ ଲାଭକାରୀ ହୋଇଥାଏ। ଜାଣନ୍ତୁ ଏହି ଫଳ ସେବନ କରିବା ଦ୍ବାରା ଶରୀରରେ କେଉଁ ଲାଭ ମିଳିଥାଏ।

ଡ଼ାଳିମ୍ବର ଆୟୁର୍ବେଦିକ ଉପଚାର

 pomegranates-ସକାଳେ ସନ୍ଧ୍ୟା ସମୟରେ ଦୈନିକ ଉଷୁମ ପାଣି ସହ ଡ଼ାଲିମ୍ବ ଚୋପା ଗୁଣ୍ଡ ସେବନ କଲେ ଶରୀରରେ ଇମ୍ୟୁନିଟି ବଢ଼ାଇବା ସହ ଆଖି ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳିଥାଏ । ଯଦି ଆପଣଙ୍କର ଗଳା ସମସ୍ୟା ରହିଛି ତେବେ ଏହାର ସେବନ ବହୁ ଲାଭକାରୀ ହୋଇଥାଏ ।

-ଖାଦ୍ୟ ଖାଇବାକୁ ଇଛା ହେଉନଥିଲେ ଡ଼ାଳିମ୍ବକୁ ମିଶ୍ରି ସହ ମିଶାଇ ସେବନ କରନ୍ତୁ। ଏପରି କରିବା ଦ୍ବାରା ଖାଦ୍ୟ ଖାଇବା ପାଇଁ ଇଛା ହୋଇଥାଏ।

-ତ୍ବଚାରୁ ବ୍ରଣ ସମସ୍ୟା ଦୂର କରିବା ପାଇଁ ଡ଼ାଳିମ୍ବର ମଞ୍ଜିକୁ ମୁହଁରେ ଲଗାନ୍ତୁ।

-ଅପଚ ସମସ୍ୟାରୁ ମୁକ୍ତି ପାଇବା ପାଇଁ ୧୦ ଏମ.ଏଲ ଡ଼ାଳିମ୍ବ ରସ, ୧/୨ ଗ୍ରାମ କଳା ଲୁଣ, ୧ଗ୍ରାମ ଜୀରା ଗୁଣ୍ଡ ମହୁ ସହ ମିଶାଇ ସେବନ କରନ୍ତୁ। ଏହାକୁ ଦିନରେ ଦୁଇ ଥର ସେବନ କରିବା ଦ୍ବରା ଆପଣଙ୍କର ଅପଚ ଜନିତ ସମସ୍ୟା ଦୂର ହୋଇଥାଏ।

flower pomegranates-ଡ଼ାଳିମ୍ବ ରସକୁ ହାଲୁକା ଉଷୁମ ପାଣିରେ ସେବନ କରିବା ଦ୍ବାରା ଏନିମିଆ ରୋଗ ଦୂର ହୋଇଥାଏ।

-ଡ଼ାଳିମ୍ବ ଫୁଲ ସୁଙ୍ଘିବା ଦ୍ବାରା ନାକରୁ ରକ୍ତ ବାହାରିବା ସମସ୍ୟା ଦୂର ହୋଇଥାଏ।

-ଡାଳିମ୍ବ ଚୋପାରେ ଆଣ୍ଟିଅକ୍ସିଡ଼େଣ୍ଟ ସହିତ ଭିଟାମିନ-ସି , ଫେନୋଲିକ୍ସ ଏବଂ ଫ୍ଳେବୋନାଇଡ୍ସ ଆଦି ରହିଥାଏ ଯାହା ହୃଦଜନିତ ରୋଗରୁ ରକ୍ଷା କରିଥାଏ । ଏହା ରକ୍ତଚାପକୁ ନିୟନ୍ତ୍ରିତ ରଖିବା ସହ ଶରୀରରେ କୋଲେଷ୍ଟ୍ରଲର ମାତ୍ରା ଠିକ୍ ରଖିଥାଏ ।

-ପ୍ରତି ଦିନ ଏହାର ସେବନ ଦ୍ବାରା ତ୍ବଚାରେ ଉଜ୍ବଳତା ରହିବା ସହ ଚର୍ମ ସମ୍ବନ୍ଧୀୟ ସଂକ୍ରମଣ ଆଦି ହୋଇନଥାଏ । ଏଥି ସହ ଗଣ୍ଠି ଜନିତ ଯନ୍ତ୍ରଣାରୁ ମୁକ୍ତି ମିଳିବା ସହ ହାଡ଼ ଶକ୍ତ ହୋଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button