ଦେଶ ବିଦେଶ

ରାଷ୍ଟ୍ରପତିଙ୍କ ପାଦ ଛୁଇଁ ପ୍ରଣାମ କରୁଥିଲେ ପଦ୍ମଶ୍ରୀ ଉପାଧି ପ୍ରାପ୍ତ Purnamasi Jani, ହାତ ଧରି ନେଲେ ରାଷ୍ଟ୍ରପତି

ଦର୍ଶକ ବନ୍ଧୁ ଆମ ଦେଶର ମହା ମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଆପଣ ମାନେ ବେସ ଭଲ ଭାବେ ଜାଣିଥିବେ । ଦ୍ରୌପଦୀ ହେଉଛନ୍ତି ଭାରତର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି । ସେ ଆମ ଓଡ଼ିଶାର ଝିଅ ଭାବେ ପ୍ରଥମ ରାଷ୍ଟ୍ରପତି ଭାବେ ବିବେଚିତ ହେବାରେ ସଫଳ ହୋଇଛନ୍ତି । ଆଜି ଯାଏଁ ଆମ ଓଡିଶାରେ କୌଣସି ମହିଳା ଏତେ ବଡ ପଦ ହାସଲ କରିପାରି ନାହାନ୍ତି ଯାହା ମୁର୍ମୁ କରି ଦେଖାଇଛନ୍ତି ।

ଦ୍ରୌପଦୀ ରାଷ୍ଟ୍ରପତି ହେବା ପରେ ଅତି ସୁନ୍ଦର ଭାବରେ ନିଜ ଦାୟିତ୍ଵ ନିର୍ବାହ କରୁଛନ୍ତି । ସେ ନିଜ ସ୍ଵାମୀ ଆଉ ଦୁଇ ପୁଅଙ୍କୁ ହରାଇଛନ୍ତି ଆଉ ନିଜ ଜୀବନରେ ବହୁତ ଦୁଃଖ କଷ୍ଟ ସହି ଛନ୍ତି । ତେବେ ଦ୍ରୌପଦୀ ରାଷ୍ଟ୍ରପତି ହେବା ପରେ କିଛି ନା କିଛି କାରଣ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହୁଛନ୍ତି । ସେ ବର୍ତ୍ତମାନ କିଛି ସମୟହେବ ଏକ ଭିନ୍ନ କାମ ପାଇଁ ଚର୍ଚ୍ଚା କୂଅ ଆସିଛନ୍ତି ଯାହାକୁ ଜାଣିଲେ ଆପଣ ବି ଖୁସି ଅନୁଭବ କରିବେ ।

ତେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ତା ହେଲେ ବନ୍ଧୁଗଣ ଆଉ ଡେରି ନ କରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଏହି ଭିଡିଓରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୂର୍ଣ୍ଣମାସୀଙ୍କୁ ଆୱାର୍ଡ ଦେଉଥିବାର ନଜର ଆସୁଛନ୍ତି । ସେହି ସମୟରେ ପୂର୍ଣ୍ଣମାସୀ ଦ୍ରୌପଦୀଙ୍କୁ ପ୍ରଥମେ ନମସ୍କାର କରୁଛନ୍ତି ତା ପରେ ତାଙ୍କୁ ପ୍ରଣାମ କରିବାକୁ ଚେଷ୍ଟା କରୁଛନ୍ତି ।

ସେହି ସମୟରେ ଦ୍ରୌପଦୀ ପୂର୍ଣ୍ଣମାସୀଙ୍କ ହାତ ଧରି ଦେଉଛନ୍ତି । ଦ୍ରୌପଦୀଙ୍କ ଏହି ସ୍ଵଭାବ ଦେଖି ସମସ୍ତ ଲୋକ ତାଙ୍କର ପ୍ରଶଂସା କରୁଛନ୍ତି । ପୂର୍ଣ୍ଣମାସୀ କଳା, ସାହିତ୍ୟ ଓ ସମାଜସେବା ଆଦି ଦିଗରେ ଜାଜଲ୍ୟବାନ ପ୍ରତିଭା ଅଟନ୍ତି । ପୂର୍ଣ୍ଣମାସୀ 1994 ମସିହା କନ୍ଧମାଳ ଜିଲ୍ଲାର ଚାରିପଡା ଗ୍ରାମରେ ସେ ଭୂମିଷ୍ଠ ହୋଇଥିଲେ ।

ସେ ନିଜ ଜୀବନରେ ବହୁ ଘାଟ ପ୍ରତିଘାତକୁ ସମାନ କରି ସାଧାରଣ ଆଦିବାସୀ ନାରୀ ଭାବେ ଅସାଧାରଣ ବ୍ୟକ୍ତିତ୍ବ କୁ ପ୍ରତିଷ୍ଠା କରିବାରେ ସଫଳ ହୋଇଛନ୍ତି ।  ମାତ୍ର 10 ବର୍ଷ ବୟସରେ ରହସ୍ୟବାଦୀ କବି ଓ ଉଶ୍ଚର୍ଗୀକୃତ ସମାଜବାଦୀ କର୍ମକର୍ତ୍ତା ରୂପରେ ପରିଚିତ ହୋଇପାରିଛନ୍ତି । ଓଡିଆ ଓ ସଂସ୍କୃତ ଭାଷାରେ ରଚିତ ତାଙ୍କର କବିତା ଗୁଡିକ ରାମାୟଣ, ଭଗବତ ଓ ନୃସିଙ୍ଘ ପୁରାଣ ଭଳି ଉଚାଙ୍ଗ ସାହିତ୍ଯର କଥା ବସ୍ତୁକୁ ନେଇ ଆଧାରିତ ।

ପୂର୍ଣ୍ଣମାସୀଙ୍କ ରଚନା ଗୁଡିକ 80 ହଜାରରୁ ଅଧିକ ରହିଛି । ସାମାଜିକ ସଂସ୍କାର ତଥା ମୂଲ୍ଯବୋଧର ପ୍ରତିଷ୍ଠା ହେଉଛି ପୂର୍ଣ୍ଣମାସୀଙ୍କ ଅନ୍ତ ସ୍ଵର । ପୂର୍ଣ୍ଣମାସୀଙ୍କ କବିତା ଗୁଡିକ 6 ଗୋଟି ପୁସ୍ତକରେ ପ୍ରକାଶିତ ହୋଇଛି । ସେ 2021ରେ ମର୍ଯ୍ୟାଦା ଆଣକ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ତେଣୁ ତାଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରା ଯାଇଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button