ଦେଶ ବିଦେଶ

ମନ୍ଦିରକୁ ୨୧ଟଙ୍କା ଦାନ ଦେଇ ଟ୍ରୋଲ ହେଲେ ପ୍ରଧାନମନ୍ତ୍ରୀ ମୋଦୀ – Utkal Mail


ଭିଲବାଡା: ମନ୍ଦିରକୁ ୨୧ଟଙ୍କା ଦାନ ଦେଇ ଟ୍ରୋଲ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଗୁର୍ଜର ସମ୍ପ୍ରଦାୟର ଦେବତା ଭଗବାନ ଦେବନାରାୟଣ ମନ୍ଦିରର ଦାନ ବାକ୍ସକୁ ୯ମାସ ପରେ ଖୋଲାଯାଇଥିଲା। ବାକ୍ସ ଖୋଲାଯିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲଫାଫା ଖୋଲିବା ବେଳକୁ ଭିତରେ ୨୧ଟଙ୍କା ଥିବା ଦେଖିଥିଲେ ପୂଜାରୀ।। ଦାନ ବାକ୍ସରେ ଆଉ ଦୁଇଟି ଲଫାଫା ମଧ୍ୟ ଥିଲା । ସେଥିମଧ୍ୟରୁ ଗୋଟିଏରେ ୧୦୧ଟଙ୍କା ଏବଂ ଅନ୍ୟଟିରେ ୨୧୦୦ଟଙ୍କା ରଖାଯାଇଥିଲା।

ମିଳିଥିବା ସୂଚନା ମୁତାବକ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାନୁଆରି ୨୮, ୨୦୨୩ରେ ରାଜସ୍ଥାନର ଭିଲୱାରାଠାରେ ପ୍ରଭୁ ଶ୍ରୀ ଦେବନାରାୟଣଜୀଙ୍କର ୧୧୧୧ତମ ‘ଅବତରଣ ମହୋତ୍ସବ’କୁ ସ୍ମରଣ କରିବା ପାଇଁ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ମାଲାସେରୀ ଡୁଙ୍ଗ୍ରି ମନ୍ଦିର ପରିଦର୍ଶନ କରି ପରିକ୍ରମା କରିଥିଲେ ଏବଂ ନିମ୍ବ ଗଛ ମଧ୍ୟ ଲଗାଇଥିଲେ।

ମନ୍ଦିରର ପୁରୋହିତମାନେ ଦାବି କରିଛନ୍ତି ଯେ, ଏହି ସମୟରେ ପ୍ରଧାନମନ୍ତ୍ରୀ ମନ୍ଦିରର ଦାନ ବାକ୍ସରେ ଏକ ଲଫାଫା ରଖିଥିଲେ, ଯାହାକୁ ୯ମାସ ପରେ ଖୋଲାଯିବାରୁ ଭିତରେ ୨୧ଟଙ୍କା ଥିବା ଦେଖାଯାଇଥିଲା। ପ୍ରଧାନମନ୍ତ୍ରୀ କେତେ ଟଙ୍କା ଦାନ କରିଥିଲେ, ତାହା ଦେଖିବା ପାଇଁ ଅନେକଙ୍କ ମଧ୍ୟରେ ଉତ୍ସାହ ଥିବା ବେଳେ ୨୧ଟଙ୍କା ଥିବା ଜାଣି କିଛି ଲୋକଙ୍କ ମୁହଁ ଶୁଖିଯାଇଥିବା କୁହାଯାଉଛି।

ଏହି ଖବର ସାମ୍ନାକୁ ଆସିବା ପରେ ବିରୋଧୀ ଦଳ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button