ଓଡିଶା

ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ଭୋଗରାଇର ବିଧାୟକ ଅନନ୍ତ ଦାସଙ୍କ ପରଲୋକ

ଜଳେଶ୍ୱର :  ପୂର୍ବତନ ମନ୍ତ୍ରୀ ତଥା ଭୋଗରାଇର ପୂର୍ବତନ ବିଧାୟକ ଅନନ୍ତ ଦାସଙ୍କ ପରଲୋକ ।  ଭୋର ୩ଟା ୩୦ ମିନିଟରରେ ଭୁବନେଶ୍ବର ସ୍ଥିତ ବାସଭବନରେ ତାଙ୍କର ନିଧନ ହୋଇଛି । ମୃତ୍ଯୁ ବେଳକୁ ତାଙ୍କୁ  ୮୫ ବର୍ଷ ହୋଇଥିଲା ।  ସେ ଦୀର୍ଘ ଦିନ ଧରି ବାର୍ଦ୍ଧକ୍ଯଜନିତ ରୋଗରେ ପିଡୀତ ହୋଇ ଭୁବନେଶ୍ବରର ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ ।

ଭୋଗରାଇ ବ୍ଲକ ବାଲିମ ପଞ୍ଚାୟତର କୁରୁଠିଆ ଗାଁରେ ୧୯୪୦ ମସିହା ଅଗଷ୍ଟ ୨୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ଭୋଗରାଇ ବିଧାନସଭା  ଆସନରୁ ଲଗାତାର ଭାବେ ୪ଥର ବିଜେଡିରୁ ବିଧାୟକ ହୋଇଥିଲେ । ପାଠ ପଢା ଶେଷ ହେବା ପରେ ଭଦ୍ରକରେ ଏଡିଏମ୍ ଭାବରେ କାର୍ଯ୍ଯ କରି ଅବସର ଗ୍ରହଣ କରିବା ପରେ ରାଜନିତୀରେ ପ୍ରବେଶ କରିଥିଲେ । ୨୦୦୪ ମସିହାରେ ବିଜେଡି ଟିକେଟରେ ନିର୍ବାଚନ ଲଢି ବିଜୟ ଲାଭ କରିବା ପରେ ଲଗାତାର ୪  ଥର ବିଧାୟକ  ହୋଇଥିଲେ ।

୨୦୧୪ରେ ଉଚ୍ଚଶିକ୍ଷା ଏବଂ ଶିଳ୍ପମନ୍ତ୍ରୀ ଭାବରେ ଦାୟିତ୍ବ ତୁଲାଇ ଥିଲେ । ଭୋଗରାଇ ନିର୍ବାଚନ ମଣ୍ତଳୀ ତଥା ବାଲେଶ୍ବର ଜିଲ୍ଲାରେ ଉନ୍ନତ୍ତିମୂଳକ କାର୍ଯ୍ଯ କରି ଲୋକଙ୍କର ପ୍ରଶଂସାର ପାତ୍ର ପାଲଟିଥିଲେ ।  ତାଙ୍କ ମୃତ୍ଯୁରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button