କ୍ରାଇମ

ନିର୍ଭୟା ଗ୍ୟାଙ୍ଗରେପ ଦୋଷୀ ବିନୟ କହିଲା- ଆମକୁ ଫାଶୀ ଦେଇଦେଲେ କଣ ରେପ ବନ୍ଦ ହେଇଯିବ, ଆଉ ତା ପରେ

ନିର୍ଭୟା ଗ୍ୟାଙ୍ଗରେପ ଓ ହତ୍ୟା ମାମଲାରେ ଦୋଷୀମାନେ ଫାଶୀର ଗୋଟିଏ ଦିନ ପୂର୍ବରୁ ମଧ୍ୟ ସବୁ ଉପାୟ ଆପଣାଇବାରେ ପଛଘୁଞ୍ଚା ଦେଉ ନାହାଁନ୍ତି । ଦୋଷୀମାନେ ଫାଶୀର ଦଣ୍ଡ ଅଟକାଇବା ପାଇଁ ପୁଣି ଥରେ ଅଦାଲତ ପହଞ୍ଚି ଯାଇଛନ୍ତି । ସେମାନେ ବାରମ୍ବାର ଏହା କହୁଛନ୍ତି କି ତାଙ୍କୁ ଫାଶି ଦେଲେ କିଛି ବି ବଦଳିବାର ନାହିଁ । ହିନ୍ଦୀ ଖବର କାଗଜ ନବଭାରତ ଟାଇମ୍ସର ଏକ ରିପୋର୍ଟ ଅନୁସାରେ ନିର୍ଭୟାର ଚାରି ଦୋଷୀଙ୍କ ମଧ୍ୟରୁ ଗୋଟିଏ ବିନୟ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସ୍ଥିତ ତିହାଡ ଜେଲର ଅଧିକାରୀଙ୍କୁ କହିଲା କି ଯଦି ତାଙ୍କୁ ଫାଶି ଦେବା ଦ୍ଵାରା ରେପ ବନ୍ଦ ହୋଇଯାଉଛି, ତେବେ ତାଙ୍କୁ ମୃତ୍ୟୁ ଦଣ୍ଡ ଦେଇ ଦିଆଯାଉ ।

କହିଦେଉଛୁ କି ୨୦ ମାର୍ଚ୍ଚ ସକାଳେ ନିର୍ଭୟାର ଚାରି ଦୋଷୀଙ୍କୁ ଫାଶି ଦିଆଯିବ । ଏହାର ପ୍ରସ୍ତୁତିରେ ବର୍ତ୍ତମାନ ତିହାଡ ଜେଲର ପ୍ରଶାସନ ଲାଗି ପଡିଛି । ରିପୋର୍ଟ ଅନୁସାରେ ବିନୟ କହିଲା କି ‘ଯଦି ଆମକୁ ଫାଶି ଦେବା ଦ୍ଵାରା ଦେଶରେ ରେପ ବନ୍ଦ ହେଇଯାଉଛି, ତେବେ ନିଶ୍ଚିତ ଆମକୁ ଫାଶି ଦେଇଦିଅ, କିନ୍ତୁ ଏହି ବଳାତ୍କାର ବନ୍ଦ ହେବାର ନାହିଁ । ରିପୋର୍ଟ ଅନୁସାରେ ବିନୟ କୁ ଛାଡି ଫାଶି ପାଇଁ ଅନ୍ୟ କୌଣସି ଦୋଷୀ ଚିନ୍ତିତ ଥିବାର ଜଣା ପଡୁନାହିଁ । ଆଜି ଦୋଷୀ ପବନ ଗୁପ୍ତାର କ୍ୟୁରେଟିଭ ପିଟିସନର ହେବ ଶୁଣାଣି

ଏକ ରିପୋର୍ଟ ଅନୁସାରେ ଚାରି ଦୋଷୀଙ୍କ ମଧ୍ୟରୁ କେବଳ ଅକ୍ଷୟ ର ଘର ଲୋକ ହିଁ ତାକୁ ଦେଖା କରିବା ପାଇଁ ଆସି ନାହାଁନ୍ତି । ଯଦି ଆଜି ତାର କୌଣସି ସମ୍ପର୍କୀୟ ଦେଖା କରିବାକୁ ଆସନ୍ତି ତେବେ ତାଙ୍କୁ ଦେଖା କରିବା ପାଇଁ ଦିଆଯିବ । ଏହା ସହିତ ଆଜି ଅପରାହ୍ନ ୧୨ ଟା ମଧ୍ୟରେ ହିଁ କୌଣସି ନୂଆ ଅଦାଲତି କାରବାଇ ଉପରେ ବିଚାର କରାଯିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button