ଶୀତଦିନେ ରୂପି ସମସ୍ଯା ପାଇଁ ଚିନ୍ତିତ ଅଛନ୍ତି କି ? କେମିତି ଦୂର କରିବେ ? ଦେଖନ୍ତୁ ଏନେଇ କଣ କହୁଛନ୍ତି ଚର୍ମରୋଗ ବିଶେଷଜ୍ଞ Dr Diptiranjani Bisoyi

ନମସ୍କାର ବନ୍ଧୁଗଣ ତେବେ ପ୍ରତ୍ୟେକ ବ୍ୟକ୍ତି ଙ୍କ ମୁଣ୍ଡରୁ ଯେଉଁ ଚୋପା ସଦୃଶ ବାହାରିଥାଏ ତାହାକୁ ଡେଣ୍ଡରୋପ ବା ରୁପି ବୋଲି କହିଥାଉ । ଡେଣ଼୍ଡରୋପ ବା ରୁପି ବହୁତ ପ୍ରକାର ରହିଥାଏ ଗୋଟିଏ ଆପମଙ୍କ ବୟସ ପାଇଁ ଯେମିତି କି ଗୋଟିଏ ପର୍ଟିକୁଲାର ଏଜ୍ ରେ ୧୫ ରୁ ୩୦ ବର୍ଷ ବୟସରେ ଆମ ହରୋମନ ଇକ୍ଟିଭିଟି ବଢିଯାଏ । ସେହି ସମୟରେ ସ୍କିନରୁ ସ୍କେଲିଙ୍ଗ ବହୁତ ବଢିଯାଏ ତାହାକୁ ଆମେ ରୂପି ବୋଲି କହିଥାଉ । ତେବେ ଆଜି ଆମେ ଜାଣିବା ଏହି ରୂପି ସମସ୍ୟାର କାରଣ ଏବଂ ଚିକିତ୍ସା ବିଷୟରେ ।
ତେବେ ରାତି ଅନିଦ୍ରା ହେଲେ କିମ୍ୱା ଟ୍ରେସ ରେ ରହିଲେ ବା ଏଲର୍ଜିର ସମସ୍ୟା ଥିଲେ ରୂପି ସମସ୍ୟା ଦେଖାଯାଏ । ତେଣୁ ଆପଣଙ୍କ ଲାଇଭ ଷ୍ଟାଇଲରେ ଆପଣଙ୍କୁ ରେଗୁରାଲ କ୍ଲିନିଙ୍ଗ କରିବାକୁ ପଡିବ । ଯଦି ଆପଣଙ୍କ ସ୍କାଲ୍ପ ଅଏଲି ଅଛି ତ ଆପଣ ଡେଲି ସେମ୍ପ କରିପାରିବେ ଯଦି ଆପଣଙ୍କ ସ୍କେଲ୍ପ ଡ୍ରାଏ ଅଛି ତେବେ ଆପଣ କମ ସେମ୍ପ ୟୁଜ୍ କରିବେ । ଏହାସହିତ ତେଲ ଲଗେଇ ପାରିବେ ବା କଣ୍ଡିସନର ୟୁଜ୍ କରିପାରିବେ ।
ତେବେ ରୁପି ଆପଣ ମାନଙ୍କ ଲାଇଫ୍ ଷ୍ଟାଇଲ ସହିତ ଯଡିତ ଯେମିତିକି ରାତି ଅନିଦ୍ରା ହେବା ଏହି କଣ୍ଡିସନରେ ଅଧିକ ଅଏଲ ସିକ୍ରେସନ ହୋଇଥାଏ । ସେମାନଙ୍କର ଅଧିକ ଡେଣ୍ଡରପ ହେବାର ଚାନ୍ସ ରହିଥାଏ । ଯଦି ଆପଣଙ୍କର ବାୟୋଟିନ ଭିଟାମିନ ବି ୧୨ ର ଅଭାବରେ ଡେଣ୍ଡରପ ସମସ୍ୟା ଦେଖାଯାଏ । ଭିଟାମିନ ସି ଅଭାବରୁ ମଧ୍ୟ ମୁଣ୍ଡରୁ ଚୋପା ଉଠିଥାଏ ତେଣୁ ଆପଣ ମାନେ ଶାଗ ବା ଗ୍ରୀନ ପରିବା ଖାଇବା ଅତ୍ୟନ୍ତ ଜରୁରୀ । ଏଥି ସହିତ କ୍ଷୀର ମଧ୍ୟ ଖାଇବା ଆବଶ୍ୟକ ।
ଆପଣ ମାନେ ଯେକୌଣସି ସେମ୍ପୁ ୟୁଜ୍ କରି ପାରିବେ ସେଥିରେ କୌଣସି ପ୍ରବ୍ଲମ ନଥାଏ । ଯଦି ଆପଣଙ୍କ ସ୍କାଲ୍ପ ରେ ଅଧିକ ଡେଣ୍ଡରପ ହେଉଛି ତେବେ ଆପଣ ଡେଲି ସେମ୍ପ ୟୁଜ୍ କଲେ କିଛି ପ୍ରବ୍ଲେମ ନଥାଏ । ଯେତେବେଳେ ବି ମୁଣ୍ଡ ଧୋଉଛନ୍ତି ଧୋଇ ସାରିବା ପରେ ତୁରନ୍ତ ଚୁଟିକୁ ଡ୍ରାଏ କରି ନିଅନ୍ତୁ ବା ଖରାରେ ଶୁଖାଇ ନିଅନ୍ତୁ । ଝିଅ ମାନଙ୍କ କ୍ଷେତ୍ରରେ ଡେଣ୍ଡରପ ସମସ୍ୟା ଦେଖା ଯାଉଥିଲେ ସପ୍ତାହରେ ଦୁଇ ଥର ସାମ୍ପ କରନ୍ତୁ । ସେମ୍ପ କରିବା ପୂର୍ବରୁ ଏମିତି କିଛି ମେଡିସିନ ଅଛି ତାହାକୁ ଲଗେଇଲେ ରୁପି କମ ହୋଇ ଯାଇଥାଏ । ତେବେ କିନ୍ତୁ ଡାକ୍ତର ଙ୍କ ସହ ପରାମର୍ଶ କରିବା ନିହାତି ଆବଶ୍ୟକ ଅଟେ ।
ତେବେ ଆପଣ ଘରୋଇ ଉପାୟରେ ମୁଣ୍ଡରେ ଦହି ବା ଅଣ୍ଡା, ମୁଲତାନମାଟି ବା ମେଞ୍ଜୁଆତି ଏହିସବୁ ଲଗେଇଲେ ଏହା କଣ୍ଡିସନର ଭାବେ କାମ କରିଥାଏ । ସ୍କିନକୁ ସ୍ମଥ କରିଥାଏ କିନ୍ତୁ ଡେଣ୍ଡରପ କୁ କୌଣସି ପ୍ରକାର ଇଫେକ୍ଟିଭ ପକାଇ ନଥାଏ । ତେବେ ସବୁଠାରୁ ଉଚିତ ହେବ ପ୍ରଥମେ ଆପଣ ନିଜର ସମସ୍ୟା ଡାକ୍ତର ଙ୍କୁ ଜଣାନ୍ତୁ ଏବଂ ତାଙ୍କ ଠାରୁ ପରାମର୍ଶ ନେଇ ନିଜର ଚିକିତ୍ସା କରନ୍ତୁ ।