ଦେଶ ବିଦେଶ

ଭାରତରେ ଲଞ୍ଚ ହେଲା Oppo F27 5G, ମିଳିବ ବଢିଆ ଫିଚର୍ସ

ପୋ ଭାରତରେ ଆଉ ଏକ ସ୍ମାର୍ଟ କ୍ୟାମେରା ସ୍ମାର୍ଟଫୋନ୍ ଲଞ୍ଚ କରିଛି । ଚାଇନା କମ୍ପାନୀର ଏହି ଫୋନ୍ ହେଉଛି ନିକଟରେ ଆରମ୍ଭ ହୋଇଥିବା Oppo F27 Pro ସିରିଜର ବେସ୍ ମଡେଲ୍ । କମ୍ପାନୀ ଏହାକୁ ଗୁପ୍ତ ଭାବରେ ଭାରତୀୟ ବଜାରରେ ଲଞ୍ଚ କରିଛି । ଗତ କିଛି ଦିନ ହେବ ଏହି ଫୋନ୍ ବିଷୟରେ ଅନେକ ଲିକ୍ ରିପୋର୍ଟ ବାହାରକୁ ଆସୁଥିଲା ।

Oppo F27 Pro + ହେଉଛି ଭାରତର ପ୍ରଥମ ଫୋନ୍ ଯାହାକି IP69 ରେଟିଂ ସହିତ ଆସିଛି, ଯାହା ପାଣିରେ ବୁଡ଼ିଯିବା ପରେ ମଧ୍ୟ ଖରାପ ହେବ ନାହିଁ ।

ଓପୋର ଏହି ଫୋନରେ ଅନେକ ଦମଦାର ଫିଚର୍ସ ମଧ୍ୟ ରହିଛି । ତେବେ ଆସନ୍ତୁ ଜାଣିବା ଏହି ଫୋନର ଦାମ୍ ଏବଂ ଫିଚର୍ସ ବିଷୟରେ…

ଭାରତରେ Oppo F27 5G ଦାମ୍:
ଭାରତରେ Oppo F27 5G ଦୁଇଟି ଷ୍ଟୋରେଜ୍ ଅପ୍ସନରେ ଲଞ୍ଚ କରାଯାଇଛି – 8GB RAM + 128GB ଏବଂ 8GB RAM + 256GB । ଫୋନର ବେସ୍ ଭାରିଆଣ୍ଟର ମୂଲ୍ୟ ୨୨,୯୯୯ ଟଙ୍କା ଏବଂ ଏହାର ଟପ୍ ଭାରିଆଣ୍ଟ ୨୪,୯୯୯ ଟଙ୍କା ରହିଛି । ଏହି ଫୋନର ସେଲ୍ କମ୍ପାନୀର ଅନଲାଇନ୍ ଏବଂ ଅଫଲାଇନ୍ ଚ୍ୟାନେଲ ତଥା ଆମାଜନ ଏବଂ ଫ୍ଲିପକାର୍ଟରେ ଆୟୋଜିତ ହେବ । ଏହି ଫୋନ୍ କିଣିବା ଉପରେ କମ୍ପାନୀ ଇନଷ୍ଟାଣ୍ଟ ୨୫୦୦ ଟଙ୍କା ପର୍ଯ୍ୟନ୍ତ ଡ଼ିସକାଉଣ୍ଟ ପ୍ରଦାନ କରୁଛି ।

Oppo F27 5G ଫିଚର୍ସ:

-ଓପୋ ର ଏହି ଫୋନ୍ ୬.୬୭ ଇଞ୍ଚ ଫୁଲ୍ HD ପ୍ଲସ୍ AMOLED ଡିସପ୍ଲେ ସହିତ ଆସିଥାଏ । ଫୋନରେ ଏକ ପଞ୍ଚ-ହୋଲ୍ ଡିସପ୍ଲେ ଡିଜାଇନ୍ ଏବଂ ୧୨୦Hz ହାଇ ରିଫ୍ରେସ ରେଟ ଫିଚର୍ ଅଛି ।

-ଏହି ଫୋନରେ MediaTek Dimensity 6300 ଉପଲବ୍ଧ, ଯାହା ସହିତ ଏହା 8 GB RAM ଏବଂ 256 GB ଇଣ୍ଟରନାଲ ଷ୍ଟୋରେଜକୁ ସପୋର୍ଟ କରିବ ।

-ଏହି ଓପୋ ଫୋନର RAM ପ୍ରାୟ 8GB ପର୍ଯ୍ୟନ୍ତ ଏକ୍ସପାଣ୍ଡ ହୋଇପାରିବ । ଏହା ବ୍ୟତୀତ ଫୋନର ଇଣ୍ଟରନାଲ ଷ୍ଟୋରେଜ୍ ମଧ୍ୟ ମାଇକ୍ରୋ SD କାର୍ଡ ମାଧ୍ୟମରେ ବୃଦ୍ଧି କରାଯାଇପାରିବ ।

-Oppo F27 5G ରେ 45W SuperVOOC ଫାଷ୍ଟ ଚାର୍ଜିଂ ଫିଚର ସହିତ ୫୦୦୦mAh ବ୍ୟାଟେରୀ ଅଛି । ଫୋନ୍ ଆଣ୍ଡ୍ରଏଡ୍ 14 ଉପରେ ଆଧାର କରି ColorOS 14 ରେ କାମ କରେ ।

-ଓପୋର ଏହି ଫୋନ୍ ଡୁଆଲ୍ ରିୟର କ୍ୟାମେରା ସେଟଅପ୍ ସହିତ ଆସିଥାଏ । ଏହି ଫୋନରେ ୫୦MP ମେନ୍ ଏବଂ ୨MP ସେକେଣ୍ଡାରୀ କ୍ୟାମେରା ରହିବ । ସେଲଫି ଏବଂ ଭିଡିଓ କଲିଂ ପାଇଁ ଏଥିରେ ୩୨MP କ୍ୟାମେରା ଅଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button