ମନୋରଞ୍ଜନ

ଟିଫିନ ପାଇଁ ଜବରଦସ୍ତ ‘ସିମେଇ ଉପମା’, ସ୍ୱାଦ ଏମିତି ଯେ ବରାବର ଖାଇବାକୁ ମନ କରିବେ

ଏବେର ଲକଡାଉନ ସମୟରେ ସବୁଠାରୁ ଭଲ ହେଉଛି ବିଭିନ୍ନ ପ୍ରକାର ରୋଷେଇ ଶିଖିବା। ଏଥିପାଇଁ ଆଜି ଆମେ ଆପଣଙ୍କୁ ‘ସିମେଇ ଉପମା’ ରେସିପି ଜଣାଇବୁ। ଯାହା ଆପଣଙ୍କୁ ବହୁତ ବଢିଆ ସ୍ୱାଦ ଦେବ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବା ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

ଦୁଇ କପ ଭଜା ଏବଂ ସିଝା ସିମେଇ, ଅଧା କପ ମଟର, ସିଝା ବିନ୍ସ, ଆଳୁ ଲମ୍ବା କଟା ହୋଇଥିବା, ଏକ ଚାମଚ ଅଦା-ରସୁଣ କଟା, ଦୁଇ ଚାମଚ କଟା ପିଆଜ, ଲୁଣ ସ୍ଵାଦନୁସାରେ, ଏକ ଛୋଟ ଚାମଚ ଭିନେଗାର, ଦୁଇ ଛୋଟ ଚାମଚ ସୋୟା ସସ୍ ଏବଂ ଚିଲ୍ଲୀ ସସ୍, ଏକ ବଡ ଚାମଚ ରିଫାଇନ ତେଲ, ସଜାଇବା ପାଇଁ ଧନିଆ ପତ୍ର।

simeiପ୍ରସ୍ତୁତି ପ୍ରଣାଳୀ

ଏକ କଡେଇ ନେଇ ସେଥିରେ ତେଲ ଗରମ କରନ୍ତୁ। ଏହାପରେ ସେଥିରେ କଟା ହୋଇଥିବା ଆଳୁ ପକାଇ ଭାଜନ୍ତୁ। ଭାଜି ହୋଇଗଲା ପରେ ଆଳୁକୁ ଅଲଗା କରି ରଖିଦିଅନ୍ତୁ। ଏବେ ସିମେଇ, ବିନ୍ସ, ମଟର ଏବଂ ଭାଜି ରଖିଥିବା ଆଲୁକୁ ପକାଇ ଚଲାନ୍ତୁ। ଏହାପରେ ବଳକା ସାମଗ୍ରୀ ସବୁକୁ ପକାଇ ଚାରି ପାଞ୍ଚ ମିନିଟ ଭଲ ଭାବରେ ଚଲାଇ ଫ୍ରାଏ କରନ୍ତୁ। ଏବେ ଆପଣଙ୍କର ସିମେଇ ଉପମା ପ୍ରସ୍ତୁତ ହୋଇଯାଇଛି। ଏବେ ଆପଣ ଏହାକୁ ଧନିଆ ପତ୍ରରେ ସଜାଇ ଦିଅନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button