ବିଚାର

ଆପଣଙ୍କ ହାତ ପାପୁଲିରେ ମଧ୍ୟ ରହିଛି କି ଏଭଳି ଚିହ୍ନ? ତେବେ, ଆପଣ ଅଟନ୍ତି ଅତି ଭାଗ୍ୟବାନ

ପ୍ରାୟତଃ ଲୋକମାନଙ୍କର ପାପୁଲି ଦେଖି ଜ୍ୟୋତିଷମାନେ ଭବିଷ୍ୟତ ଗଣନା କରିଥାନ୍ତି। ପାପୁଲି ରେଖା ମଣିଷର ଭାଗ୍ୟ ବିଷୟରେ କହିଥାଏ ବୋଲି ବିଶ୍ୱାସ ରହିଛି। ତେବେ, ଯାହା ହାତରେ X ଭଳି ଏକ ରେଖା ରହିଛି ସେମାନେ ବେସ୍ ଭାଗ୍ୟବାନ ଏବଂ ସେମାନଙ୍କ ଜୀବନପଥକୁ ଗୋଟିଏ ଅଦୃଶ୍ୟ ଶକ୍ତି ସଦା ସର୍ବଦା ମାର୍ଗଦର୍ଶନ କରୁଥାଏ ବୋଲି କୁହାଯାଏ।

Palmistry

ତେବେ ଏହି ରେଖା ବାମ ହାତ ପାପୁଲିରେ ଠିକ ଜୀବନରେଖା ସହ ସମାନ୍ତରାଳଭାବେ ରହିଥାଏ। ସମସ୍ତଙ୍କ ଜୀବନରେ ଏଭଳି ଏକ ଆଧ୍ୟାତ୍ମିକ ଶକ୍ତି ରହିଛି ଯାହାକି ସେମାନଙ୍କୁ ସଦାସର୍ବଦା ସାହାଯ୍ୟ କରି ଆସିଥାଏ। କୌଣସି ବଡ଼ ବିପଦ ପଡିଲେ ସେଥିରୁ ରକ୍ଷା କରିବା ପାଇଁ ଚେଷ୍ଟା କରିଥାଏ। କିଛି ଲୋକେ ଖାସ୍ କରି ମୃତ୍ୟୁ ପୂର୍ବରୁ ହିଁ ଏହି ଆଧ୍ୟାତ୍ମିକ ଶକ୍ତିକୁ ଦେଖିଥିବା କିମ୍ବା ଅନୁଭବ କରିଥିବା କହିଥାନ୍ତି।

Palm

ହସ୍ତରେଖା ଶାସ୍ତ୍ରର ଆରମ୍ଭ ଭାରତରୁ ହୋଇଥିବା ଜଣାଯାଇଥିବା ବେଳେ ଏହି ସବୁ ରେଖା ଉପରେ ପାଠପଢା, କ୍ୟାରିଅର, ବୈବାହିକ ଜୀବନ, ପାରିପାରିବ ଜୀବନ ବିବାହ , ଜନ୍ମ- ମୃତ୍ୟୁ ଇତ୍ୟାଦି ନିର୍ଭର କରିଥାଏ। ପ୍ରାୟ ସମସ୍ତଙ୍କ ହାତରେ ଏହି X ଚିହ୍ନ ରହିନଥାଏ। ଦୁନିଆରେ ମାତ୍ର ୩ ପ୍ରତିଶତ ଲୋକଙ୍କ ହାତରେ ଏହି ଚିହ୍ନ ରହିଥିବା ଏବଂ ସେମାନେ ବେସ୍ ଭାଗ୍ୟବାନ ବୋଲି ବିବେଚନା କରାଯାଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button