PGIMERରେ ସରକାରୀ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ, ଜାଣନ୍ତୁ କିପରି କରିବେ ଆବେଦନ

PGIMER ଡାକ୍ତରୀ ଏବଂ ଅଣ-ଚିକିତ୍ସା ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି । ଏହି ନିଯୁକ୍ତି ଗ୍ରୁପ୍ A, B ଏବଂ C ର ମୋଟ ୫୯ ଟି ପଦବୀ ପାଇଁ ପ୍ରକାଶିତ ହୋଇଛି । ଆଗ୍ରହୀ ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିପାରିବେ ।
ପଦବୀ ବିବରଣୀ : ୫୯
ଶିକ୍ଷାଗତ ଯୋଗ୍ୟତା : ଆବେଦନକାରୀ ୧୦ମ, ଦ୍ବାଦଶ, ITI, ଡିପ୍ଲୋମା, B.SC, MBA, PG Diploma ଏବଂ ପୋଷ୍ଟ ଗ୍ରାଜୁଏସନ୍ ପାସ୍ କରିଥିବା ଜରୁରୀ । କିଛି ପଦବୀ ପାଇଁ ସମ୍ପୃକ୍ତ କ୍ଷେତ୍ରରେ ଅଭିଜ୍ଞତା ମଧ୍ୟ ଆବଶ୍ୟକ ।
ବୟସ ସୀମା : ଆବେଦନକାରୀଙ୍କ ବୟସ ସୀମା ୧୮ ବର୍ଷରୁ ୩୫ ବର୍ଷ ମଧ୍ୟରେ ହୋଇଥିବା ଜରୁରୀ । ସରକାରୀ ନିୟମାନୁସାରେ ଆରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ବୟସ ସୀମା ଛାଡ଼ କରାଯିବ ।
ଆବେଦନ ଶୁଳ୍କ : ଜେନେରାଲ, OBC ଏବଂ EWS ବର୍ଗର ପ୍ରାର୍ଥୀମାନଙ୍କୁ ୧୫୦୦ଟଙ୍କା ଆବେଦନ ଶୁଳ୍କ ଧାର୍ଯ୍ୟ କରାଯାଇଛି । SC ଏବଂ ST ବର୍ଗ ପାଇଁ ଆବେଦନ ଶୁଳ୍କ ୮୦୦ ଟଙ୍କା ରହିଛି । ନିୟମ ଅନୁଯାୟୀ ଭିନ୍ନକ୍ଷମ ପ୍ରାର୍ଥୀମାନଙ୍କ ପାଇଁ ଆବେଦନ ଶୁଳ୍କରୁ ମୁକ୍ତ କରାଯିବ ।
ଦରମା : ମନୋନୀତ ପ୍ରାର୍ଥୀମାନେ ୭ମ ବେତନ ଆୟୋଗ ଅନୁଯାୟୀ ଦରମା ପାଇବେ । ବେତନ ସ୍ତର ୧ ରୁ ସ୍ତର ୧୧ ପର୍ଯ୍ୟନ୍ତ ରଖାଯାଇଛି । ଏହି ନୁଯୁକ୍ତିରେ ସର୍ବନିମ୍ନ ମାସିକ ଦରମା ପ୍ରାୟ ୧୮,୦୦୦ ଏବଂ ସର୍ବାଧିକ ମାସିକ ଦରମା ୨,୦୮,୭୦୦ଟଙ୍କା ହେବ ।
ଚୟନ ପ୍ରକ୍ରିୟା : ଆଗ୍ରହୀ ପ୍ରାର୍ଥୀମାନଙ୍କ ଚୟନ CBT ମାଧ୍ୟମରେ କରାଯିବ । ଗ୍ରୁପ୍-A ପଦବୀରେ ଲିଖିତ ପରୀକ୍ଷା କରାଯିବ । ଏହା ପରେ ଇଣ୍ଟରଭ୍ୟୁ କରାଯିବ । ସେହିପରି ଗ୍ରୁପ୍-B ଏବଂ ଗ୍ରୁପ୍-C ପଦବୀ ପାଇଁ ଚୟନ ଲିଖିତ ଏବଂ ଏବଂ ଆବଶ୍ୟକ ହେଲେ ଦକ୍ଷତା କିମ୍ବା ଫିଜିକାଲ୍ ଟେଷ୍ଟ ଉପରେ ଆଧାରିତ ହେବ ।
ଆବେଦନ ପ୍ରକ୍ରିୟା : ଇଚ୍ଛୁକ ପ୍ରାର୍ଥୀ ପ୍ରଥମେ PGIMER ର ଅଫିସିଆଲ ୱେବସାଇଟକୁ ଯାଇ ଅନଲାଇନ୍ ଆବେଦନ କରିପାରିବେ । ରେଜିଷ୍ଟ୍ରେସନ କରି ସାରିବା ପରେ ଲଗ୍ ଇନ୍ କରି ଆବେଦନ ଫର୍ମ ଭରନ୍ତୁ । ଶେଷରେ ଜରୁରୀ ଡକ୍ୟୁମେଣ୍ଟ ଅପଲୋଡ କରି ଶୁଳ୍କ ଦେଇ ଫର୍ମ ସବମିଟ୍ କରନ୍ତୁ ।



