ବିଚାର

ନଡ଼ିଆ ଗଜା ଖାଇବା ଦ୍ଵାରା ଜନ୍ମ ହୋଇଥାଏ କି ପୁତ୍ର ସନ୍ତାନ : ଜାଣନ୍ତୁ ଏଥିରେ କେତେ ସତ୍ୟତା ଅଛି

ନଡ଼ିଆକୁ ଶ୍ରୀଫଳ କୁହାଯାଇଥାଏ। ହିନ୍ଦୁଧର୍ମରେ ପ୍ରତ୍ୟେକ ପୂଜା ଓ ପର୍ବପର୍ବାଣୀରେ ନଡ଼ିଆ ବ୍ୟବହାର ହୋଇଥାଏ। କିଛି ନଡ଼ିଆ ଭିତରେ ଗଜା ବାହାରିଥାଏ। ଏହାକୁ ଭଗବାନ ଶିବଙ୍କ ଆଶୀର୍ବାଦ ବୋଲି ମାନା ଯାଇଥାଏ। ପୁତ୍ର ସନ୍ତାନ ଇଛା ରଖିଥିବା ଲୋକେ ନଡ଼ିଆ ଗଜାର ପ୍ରୟୋଗ କରି ସନ୍ତାନ ସୁଖ ପ୍ରାପ୍ତ କରି ପାରିବେ।

ଯଦି ଆପଣ ପୁତ୍ର ସନ୍ତାନ ପ୍ରାପ୍ତ କରିବାକୁ ଚାହୁଁଛନ୍ତି, ତାହେଲେ ଆପଣଙ୍କୁ ସୋମବାର ଦିନ ଗୋଟେ ଉପାୟ କରିବା ଆବଶ୍ୟକ। ସୋମବାର ଦିନ ସକାଳୁ ଉଠି ସ୍ନାନ ସାରି ନୂଆ ଲୁଗା ପିନ୍ଧନ୍ତୁ। ଏହାପରେ ଭଗବାନ ଶିବଙ୍କୁ ସ୍ମରଣ କରି ଗୋଟେ ମାଳା ନେଇ ” ଓଁ ନମଃ ଶିବାୟ ” ମନ୍ତ୍ରର ଜପ କରନ୍ତୁ। ଭଗବାନ ଶିବଙ୍କ ପାଖରେ ନଡ଼ିଆ ଭୋଗ ଲଗାଇ ଘିଅର ଦୀପ ପ୍ରଜ୍ବଳନ କରନ୍ତୁ।

ଏହାପରେ ନଡିଆର ଗଜା ବା ଖାଲି ନଡ଼ିଆ ଭଗବାନ ଶିବଙ୍କ ପାଖରେ ଅର୍ପଣ କରନ୍ତୁ। ଶାସ୍ତ୍ରରେ ଭଗବାନଙ୍କ ପାଖରେ ନଡ଼ିଆ ଅର୍ପଣ କରିବାର ଅନେକ ମାନ୍ୟତା ରହିଛି। ତାପରେ ସନ୍ଧ୍ୟା ସମୟରେ ସେହି ନଡ଼ିଆକୁ ଗଙ୍ଗାଜଳରେ ବୁଡାଇ ରଖନ୍ତୁ। ପରଦିନ ଅର୍ଥାତ ମଙ୍ଗଳବାର ଦିନ ଭଗବାନ ହନୁମାନଙ୍କ ନାମ ସ୍ମରଣ କରି ସେହି ନଡ଼ିଆକୁ କ୍ଷୀର ସହିତ ସେବନ କରନ୍ତୁ। ଧ୍ୟାନ ରଖନ୍ତୁ ଏହି ଉପାୟ ଆପଣଙ୍କୁ ସୋମବାର ଦିନ ହିଁ କରିବା ଉଚିତ। ଏହାଦ୍ବାରା ଆପଣ ନିଶ୍ଚିତ ଭାବରେ ସୁଫଳ ପାଇବେ।

ବନ୍ଧୁଗଣ ଆପଣ ମାନଙ୍କୁ କହି ରଖୁଛୁ ଯେ ଏହି ଉପାୟ ମାନ୍ୟତା ଅନୁସାରେ କରାଯାଇଥାଏ। ଯେଉଁ ଲୋକଙ୍କୁ ଅନେକ ପ୍ରୟାସ ପରେ ମଧ୍ୟ ପୁତ୍ର ସନ୍ତାନ ପ୍ରାପ୍ତି ହୋଇ ନଥାଏ, ସେମାନଙ୍କ ପାଇଁ ଏହି ଉପାୟ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହୋଇପାରେ। ଆଜିକାଲି ପୁଅ ଓ ଝିଅ ମଧ୍ୟରେ କୌଣସି ଭେଦଭାବ ନାହିଁ। କିନ୍ତୁ ଯେଉଁ ଲୋକେ ପୁଅ ବା ଝିଅ ସନ୍ତାନ ପ୍ରାପ୍ତ କରିବାକୁ ଚାହୁଁଛନ୍ତି ସେମାନେ ଭଗବାନ ଶିବଙ୍କୁ ସ୍ମରଣ କରି ଏହି ଉପାୟ କରି ପାରିବେ। ଆଶା କରୁଛୁ ଆପଣ ମାନଙ୍କୁ ଏହି ସୂଚନା ପସନ୍ଦ ଆସିଥିବ, ତେଣୁ ଏହାକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button