କ୍ରାଇମ
ଜୟପୁର ଥରୁଡ଼ିପୁଟ ରାସ୍ତାରେ ବଡ଼ ଦୁର୍ଘଟଣା: ଅଟୋକୁ ପିଟିଲା ଟିପର, ୩ମୃତ

କୋରାପୁଟ : ଜୟପୁରରେ ବଡ଼ ଦୁର୍ଘଟଣା। ଅଟୋକୁ ପିଟିଲା ଟିପର । ୩ମୃତ, ଏକାଧିକ ଗୁରୁତର। ଜୟପୁର ଥୁରୁଡିପୁଟ ରସ୍ତାରେ ଘଟିଛି ଦୁର୍ଘଟଣା। ସ୍ଥାନୀୟ ହସ୍ପିଟାଲରେ ଗୁରୁତରଙ୍କ ଚିକିତ୍ସା ଜାରି । ସୂଚନା ଅନୁସାରେ କୋରାପୁଟ ଜିଲ୍ଲା ବ୍ରାହ୍ମଣୀ ଗାଁ ନିକଟରେ ଆଜି ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।
ଯେଉଁଥିରେ ଏକ ଯାତ୍ରୀ ବାହୀ ଅଟୋକୁ ଧକ୍କା ଦେଇଛି ଟିପ୍ପର । ଯାହାଫଳରେ ଏକାଧିକ ଲୋକ ଆହତ ହୋଇଥିବା ବେଳେ ୪ ଜଣଙ୍କର ମୃତ୍ୟୁ ହୋଇଯାଇଛି । ତେବେ ଦୁର୍ଘଟଣା ସଂପର୍କରେ ଖବର ପାଇ ପୋଲିସ ଓ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛନ୍ତି । ତେବେ ମୃତକଙ୍କ ସଂଖ୍ୟା ଆଗକୁ ବଢିପାରେ ବୋଲି ଅନୁମାନ କରାଯାଉଛି ।