ଜୀବନଶୈଳୀ

ଯେଉଁ ଝିଅମାନଙ୍କଠାରେ ଥାଏ ଏହି ୫ଟି ଲକ୍ଷଣ, ସବୁ ପରିସ୍ଥିତିରେ ସାଥ ଦେଇଥାଏ ସେମାନଙ୍କ ଭାଗ୍ୟ

ଝିଅମାନେ ମା’ ଲକ୍ଷ୍ମୀଙ୍କ ସ୍ୱରୂପ ହୋଇଥାନ୍ତି। ହିନ୍ଦୁ ଶାସ୍ତ୍ରରେ ମହିଳାମାନଙ୍କର ଏମିତି କିଛି ଗୁଣ ଏବଂ ଲକ୍ଷଣ ବିଷୟରେ କୁହାଯାଇଛି, ଯାହାକି ବହୁତ ଶୁଭ ହୋଇଥାଏ। ଏମାନଙ୍କୁ ବିବାହ କଲେ ଏମାନଙ୍କ ସ୍ୱାମୀଙ୍କ ଭାଗ୍ୟ ବଦଳି ଯାଇଥାଏ। ଏହାସହିତ ଘର ଖୁସିରେ ଭରିଉଠିଥାଏ। ଆସନ୍ତୁ ଜାଣିବା ସେ ବିଷୟରେ।

୧. ଯେଉଁ ଝିଅମାନଙ୍କ ନାକରେ କଳାଜାଈ ଥାଏ, ସେମାନଙ୍କୁ ଭାଗ୍ୟଶାଳୀ କୁହାଯାଇଥାଏ। ଏମାନଙ୍କୁ ଜୀବନର ସବୁ ସୁଖ ପ୍ରାପ୍ତ ହୋଇଥାଏ। ନାକରେ କଳାଜାଈ ହେବା ଧନ ସମ୍ପନ୍ନ ଜୀବନର ଚିହ୍ନ ରୂପେ ଗଣାଯାଇଥାଏ। ଏମିତି ଝିଅଙ୍କୁ ବିବାହ କଲେ ସ୍ୱାମୀଙ୍କ ଉନ୍ନତି ହୋଇଥାଏ।

df

୨. ଯେଉଁ ଝିଅମାନଙ୍କ ଗୋଡ଼ ଆଙ୍ଗୁଠି ଉଠିକି ଥାଏ ଏବଂ ଗୋଲାକାର ହୋଇଥାଏ, ସେମାନେ ମଧ୍ୟ ଭାଗ୍ୟଶାଳୀ ହୋଇଥାନ୍ତି। ଏମିତି ଝିଅ ଯେଉଁ ଘରକୁ ଯାଇଥାନ୍ତି, ସେମାନଙ୍କ ଘର ଧନଧାନ୍ୟରେ ପୂରି ଉଠିଥାଏ। ଏମାନେ ମେଳାପୀ ହୋଇଥାନ୍ତି। ଏହି କାରଣରୁ ସ୍ୱାମୀଙ୍କ ସହିତ ଏମାନଙ୍କର ଭଲ ବଣ୍ଡିଙ୍ଗ ରହିଥାଏ। ଏମାନେ ଏକ ସୁଖୀ ଦାମ୍ପତ୍ୟ ଜୀବନ ବିତାନ୍ତି।

kjj

୩. ଯେଉଁ ଯୁବତୀମାନଙ୍କର ଗୋଇଠି କୋମଳ ଏବଂ ଗୋଲାକାର ହୋଇଥାଏ, ସେମାନେ ସାରା ଜୀବନ ପାଇଁ ସୁଖ, ସୁବିଧାର ଲାଭ ଉଠାନ୍ତି। ଏମାନେ ସବୁ କାମରେ ମାହିର। ଏମାନେ ନିଜ କ୍ୟାରିୟରରେ ମଧ୍ୟ ବହୁତ ସଫଳତା ହାସଲ କରିଥାନ୍ତି। ଏମିତି ଯୁବତୀ ଦେବୀଙ୍କ ସ୍ୱରୂପ ହୋଇଥାନ୍ତି। ଏମାନେ ଘରେ ପାଦ ରଖିଲେ ସକାରାତ୍ମକତା ଆସିଥାଏ। ଏମାନେ ପରିବାରକୁ ଏକାଠି ଧରି ଚାଲିଥାନ୍ତି।

୪. ଯେଉଁ ମହିଳାମାନଙ୍କର ନାଭି ବଡ଼ ଏବଂ ଗଭୀର ହୋଇଥାଏ, ସେମାନେ ଶୁଭ ହୋଇଥାନ୍ତି। କୁହନ୍ତି, ଏମାନେ ଠିକ ଭାବେ ଘରକୁ ଚଳାଇଥାନ୍ତି। ଏମିତି ଝିଅକୁ ଜୀବନ ସଙ୍ଗିନୀ କଲେ, ପୁଅର ଜୀବନ ସମସ୍ୟାମୁକ୍ତ ହୋଇଥାଏ।

ghff

୫. ଯେଉଁ ଝିଅମାନଙ୍କର ଆଖି ବଡ଼ ଓ ସଫା ହୋଇଥାଏ, ସେମାନେ ଚଞ୍ଚଳ ଏବଂ ଖୁସି ମିଜାଜ ସ୍ୱଭାବର ହୋଇଥାନ୍ତି। ଏମିତି ଝିଅଙ୍କ ପାଖରୁ ପିଲାଳିଆମୀ ଯାଇ ନ ଥାଏ। ସେମାନେ ନିଜ ମଜାଳିଆ ଅନ୍ଦାଜରେ ସମସ୍ତଙ୍କ ହୃଦୟ ଜିତିପାରନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button