ସ୍ୱାସ୍ଥ୍ୟ

କିଡନୀ ଖରାପ ହେବାର 7 ଟି ସଂକେତ, ଯଦି ଆପଣଙ୍କ ଶରୀରରେ ଦେଖା ଦେଉଛି ଏହିସବୁ ଲକ୍ଷଣ, ତେବେ ହୋଇଯାନ୍ତୁ ସତର୍କ

କିଡନୀ ଆମ ଶରୀରରେ ଥିବା ମୁଖ୍ୟ ଆଭ୍ଯନ୍ତରୀଣ ଅଙ୍ଗଗୁଡିକ ମଧ୍ୟରୁ ଗୋଟିଏ । ଏହା ଆମ ରକ୍ତକୁ ଛାଣି ସେଥିରୁ ୟୁରିଆ, କ୍ରିଏଟିନିନ, ଏସିଡ ଭଳି ନାଇଟ୍ରୋଜେନ ଯୁକ୍ତ ବର୍ଜ୍ୟବସ୍ତୁକୁ ଅଲଗା କରିଥାଏ । କିଡନୀ ଠିକ ଭାବେ କାର୍ଯ୍ୟ ନକଲେ ଏହା ଆମ ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ । ଏହା ଶୀଘ୍ର ଜଣାପଡେ ନାହିଁ ଆଉ ଜଣାପଡିବା ବେଳକୁ ବହୁତ ଡେରି ହୋଇ ଯାଇଥାଏ । ତେଣୁ ଶରୀରରେ ଦେଖା ଯାଉଥିବା ଲିଛି ଲକ୍ଷଣ ପ୍ରତି ଆରମ୍ଭରୁ ଧ୍ୟାନ ଦେଲେ ଆପଣ ଉପକୃତ ହୋଇପାରିବେ ।

 

ଅଚାନକ ଭୋକ ନଲାଗିବା ଓ ଶରୀରର ଓଜନ ହ୍ରାସ ପାଇବା କିଡନୀ ଖରାପ ହେବାର ସଂକେତ ହୋଇପାରେ । ଶରୀରରେ ବିଷାକ୍ତ ବର୍ଜ୍ୟବସ୍ତୁ ଜମା ହେବା ଯୋଗୁଁ ଏହିପରି ଲାଗିଥାଏ । ଏଥିଯୋଗୁଁ ଯଦି ଏପରି ଲକ୍ଷଣ ବାରମ୍ବାର ଦେଖାଯାଉଛି ତେବେ ଏହାକୁ ଅନଦେଖା କରିବା ଉଚିତ ନୁହେଁ । କିଡନୀ ଶରୀରରୁ ଅତିରିକ୍ତ ସୋଡିୟମକୁ ଛାଣିବାରେ ସାହାଯ୍ୟ କରିଥାଏ ।

କିନ୍ତୁ କିଡନୀ ଠିକ ଭାବେ କାମ କରିବା ବନ୍ଦ କରିଦେଲେ ଶରୀରରେ ଅତିରିକ୍ତ ସୋଡିୟମ ଜମା ହେବା କାରଣରୁ ଆଣ୍ଠୁଗଣ୍ଠି ଓ ପାଦ ଆଦି ଫୁଲିବାକୁ ଲାଗେ । ଏହା ଯୋଗୁଁ ଅନେକ ସମୟରେ ଆଖିତଳ ମଧ୍ୟ ଫୁଲିଥାଏ । ଏହିସବୁ ସଂକେତ ଦେଖା ଯାଉଥିଲେ ଏସବୁ ପ୍ରତି ଧ୍ୟାନ ଦେଇ ଡାକ୍ତରଙ୍କ ସହ ଦେଖା କରନ୍ତୁ । ଶୁଖିଲା ଚର୍ମ ଓ କୁଣ୍ଡାଇ ହେବା ମଧ୍ୟ କିଡନୀ ରୋଗର ଏକ ମୁଖ୍ୟ ସଂକେତ ଅଟେ ।

କିଡନୀ ଶରୀରରୁ ବିଷାକ୍ତ ପଦାର୍ଥଗୁଡିକୁ ବାହାର କରିବାରୁ ଅକ୍ଷମ ହେବାରୁ ଏହିସବୁ ରକ୍ତରେ ଜମା ହୋଇ ଏହିପରି ହୋଇଥାଏ । ସବୁବେଳେ ଦୁର୍ବଳ ଏବଂ ଥକିପଡିବା ଭଳି ଅନୁଭବ କରିବା କିଡନୀ ସମସ୍ଯାର ପ୍ରାରମ୍ଭିକ ସଂକେତ ଅଟେ । କିଡନୀ ରୋଗ ଯେତେ ବଢିଚାଲେ ଏହି ସମସ୍ଯା ସେତେ ବଢିଚାଲେ । ଏହା ମଧ୍ୟ କିଡନୀରେ ବିଷାକ୍ତ ପଦାର୍ଥ ଜମା ହେବା ହେତୁ ହୋଇଥାଏ । ଜଣେ ସାମାନ୍ଯ ବ୍ୟକ୍ତି ଦିନରେ ୬ରୁ ୧୦ ଥର ପରିସ୍ରା ଯାଇଥାଏ । ଏହାଠୁ ଅଧିକ ଥର ପରିସ୍ରା ଯିବା କିଡନୀ ଖରାପ ହେବାର ସଂକେତ ହୋଇପାରେ ।

କିଡନୀ ରୋଗ ହୋଇଥିଲେ ବ୍ୟକ୍ତିଙ୍କୁ ବହୁତ କମ୍ ପରିସ୍ରା ହୋଇଥାଏ ନଚେତ ବହୁତ ଅଧିକ ପରିସ୍ରା ହୋଇଥାଏ । କାହା କାହାର ପରିସ୍ରାରେ ରକ୍ତ ମଧ୍ୟ ପଡିଥାଏ । ଏହା କିଡନୀ ବହୁତ ଖରାପ ହୋଇଥିବାର ସଂକେତ ଅଟେ । କିଡନୀ ଖରାପ ହେଲେ ଆରମ୍ଭରେ ପରିସ୍ରାର ରଙ୍ଗରେ ପରିବର୍ତ୍ତନ ଦେଖିବାକୁ ମିଳେ । ତେଣୁ ଏଥିପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ ।

 

ଯଦି କିଡନୀ ସମସ୍ଯାର ସମସ୍ତ ଲକ୍ଷଣକୁ ଚିହ୍ନି ଆରମ୍ଭରୁ ଏହାର ଚିକିତ୍ସା କରାଯାଇ ପାରିବ ତେବେ କିଡନୀ ସଂପୂର୍ଣ୍ଣ ଭାବେ ଖରାପ ହେବାରୁ ରୋକିହେବ । ହାଇ ବ୍ଲଡ଼ପ୍ରେସର, ସୁଗାର ଓ ଉଚ୍ଚ କୋଲେଷ୍ଟ୍ରୋଲ ସ୍ତର ଆଦି ରୋଗରେ ପୀଡିତ ଲୋକଙ୍କ କିଡନୀ ଶୀଘ୍ର ଖରାପ ହେବାର ଆଶଙ୍କା ସବୁଠୁ ଅଧିକ ରହିଥାଏ । ସେଥିପାଇଁ ଏହି ଲୋକଙ୍କୁ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖିବା ଆବଶ୍ୟକ ।

Related Articles

Leave a Reply

Your email address will not be published. Required fields are marked *

Back to top button