ସ୍ୱାସ୍ଥ୍ୟ
ନିୟମିତ ଖାଆନ୍ତୁ ତୁଳସୀପତ୍ର, ଏସବୁ ସମସ୍ୟାରୁ ପାଇବେ ମୁକ୍ତି

ତୁଳସୀ ବୃକ୍ଷର ଧାର୍ମିକ ସହ ଔଷଧୀୟ ଗୁଣ ମଧ୍ୟ ରହିଛି । ସଭିଙ୍କ ଘରର ଅଗଣାରେ ତୁଳସୀ ବୃକ୍ଷ ନିଶ୍ଚୟ ରହିଥାଏ। ସ୍ଵାସ୍ଥ୍ୟ ପାଇଁ ଏହା ଖୁବ ଉପକାରୀ ବୋଲି କୁହାଯାଏ। ଆୟୁର୍ବେଦରେ ତୁଳସୀ ବୃକ୍ଷକୁ ମନୁଷ୍ୟ ପାଇଁ ବରଦାନ ବୋଲି ମଧ୍ୟ କୁହାଯାଇଛି। ଏହି ପତ୍ରର ବ୍ୟବହାର ଅନେକ ଔଷଧ ପାଇଁ କରାଯାଇଥାଏ। ନିୟମିତ ରୂପରେ ତୁଳସୀ ପତ୍ରର ସେବନ କରିବା ଦ୍ଵାରା ବ୍ୟକ୍ତିର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ।
ତେବେ ସକାଳେ ଖାଲି ପେଟରେ ତୁଳସୀପତ୍ର ଖାଇବା ଦ୍ଵାରା କି କି ଲାଭ ମିଳେ, ଆସନ୍ତୁ ଜାଣିବା
- ଏକ ଅଧ୍ୟୟନ ଅନୁଯାୟୀ, ତୁଳସୀ ପତ୍ର ମାନସିକ ଦୁଃଶ୍ଚିନ୍ତା ଦୂର କରିଥାଏ। ଏହା ଦୁଃଶ୍ଚିନ୍ତା କ୍ଷରଣ କରୁଥିବା ହରମୋନ୍ ନିୟନ୍ତ୍ରଣ କରିଥାଏ । ନିୟମିତ ଖାଲି ପେଟରେ ୧୨ଟି ତୁଳସୀପତ୍ର ଖାଇବା ଦ୍ଵାରା ଅନେକ ଦୁଃଚିନ୍ତା ଓ ଶରୀରର ଅନେକ ରୋଗ ଦୂର ହୋଇଥାଏ ।
- ତୁଳସୀରେ ଥିବା ପୋଷକ ତତ୍ତ୍ଵ ରକ୍ତରେ ଶର୍କରାର ମାତ୍ରାକୁ ନିୟନ୍ତ୍ରଣ କରିଥାଏ। ମଧୁମେହ ରୋଗୀଙ୍କ ପାଇଁ ଏହା ବରଦାନ। ମଧୁମହେ ରୋଗୀ ଏହାର ସେବନ କରିବା ଦ୍ୱାରା ରକ୍ତରେ ଶର୍କରାର ମାତ୍ରା ନିୟନ୍ତ୍ରଣ ହୋଇ ରହିଥାଏ । ମଧୁମେହକୁ ମଧ୍ୟ ଶରୀର ଠାରୁ ଦୂରେଇ ରଖୁଥାଏ।
- ପାଟିରୁ ଦୁର୍ଗନ୍ଧ ସମସ୍ୟାରୁ ମୁକ୍ତି ପାଇବା ପାଇଁ ମଧ୍ୟ ନିୟମିତ ତୁଳସୀପତ୍ରର ସେବନ କରନ୍ତୁ । ଏହାଦ୍ଵାରା ପାଟିରୁ ବିଭିନ୍ନ ବ୍ୟାକ୍ଟେରିଆ ନଷ୍ଟ ହେବା ସହ ଅନ୍ୟାନ୍ୟ ସମସ୍ୟା ଦୂର ହୋଇଥାଏ।
- ଅଧିକାଂଶ ସମୟରେ ଅନେକଙ୍କ ମୁଣ୍ଡ ବିନ୍ଧା ହୋଇଥାଏ। ବତ୍ତର୍ମାନ ଏହା ସର୍ଭିଙ୍କ ପାଇଁ ଏକ ସମସ୍ୟା ପାଲଟିଛି। ସାଇନସ୍, ସଂକ୍ରମଣ, ମାଇଗ୍ରେନ, ଥଣ୍ଡାଜନିତ ସମସ୍ୟା କାରଣରୁ ମୁଣ୍ଡ ବିନ୍ଧା ହୋଇଥାଏ। ତେବେ ଏହି ସମସ୍ତ ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ତୁଳସୀପତ୍ରକୁ ପାଣିରେ ପକାଇ କିଛି ସମୟ ଫୁଟାନ୍ତୁ। ଏହାକୁ ଛାଣି ପିଅନ୍ତୁ । ମୁଣ୍ଡ ବିନ୍ଧା ସମସ୍ୟା ଦୂର ହୋଇଥାଏ ।
- ନିୟମିତ ତୁଳସୀପତ୍ର ସେବନ ଦ୍ୱାରା ଗଳାରେ ଥିବା ବିଭିନ୍ନ ସଂକ୍ରମଣ ମଧ୍ୟ ଦୂର ହୋଇଥାଏ ।
ଅନ୍ୟମାନଙ୍କୁ ଜଣାନ୍ତୁ।



