ଧର୍ମ

ଠାକୁର ଘରେ ଥିବା ଏହି ୪ ଟି ଜିନିଷ ମଣିଷକୁ କାଙ୍ଗାଳ କରିଦିଏ ଦେଖନ୍ତୁ କେମିତି

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ କେଉଁ ଜିନିଷ ପୂଜା ଘରେ ରଖିବା ଶୁଭ ହୋଇଥାଏ ଏବଂ କେଉଁ ଜିନିଷ ରଖିବା ଅଶୁଭ ହୋଇଥାଏ ସେହି ବିଷୟରେ କହିବୁ। କିଛି ଏପରି ଜିନିଷ ରହିଛି ଯାହାକୁ ଯଦି ଆପଣ ପୂଜଘରେ ରଖି ଦିଅନ୍ତି ତେବେ ଘରକୁ ନକରାତ୍ମକତା ଆସିବା ସହିତ ଜୀବନ ଉପରେ ମଧ୍ୟ ବିପଦ ଆସିଥାଏ।
ଘରର ମନ୍ଦିରରେ ମାଟିରେ ନିର୍ମିତ ପାରମ୍ପରିକ ଦୀପ ରହିବା ନିତାନ୍ତ ଜରୁରୀ ଅଟେ। ମାତ୍ର ତାହା ନଥିଲେ ଆପଣ ଧାତୁ ନିର୍ମିତ ଦୀପ ମଧ୍ୟ ରଖି ପାରିବେ। ଏହାବ୍ୟତୀତ ଗୋବର ରଖି ତାହାକୁ ଧୂପ ଦାନୀ ଆକାରରେ ବ୍ୟବହାର କରି ପାରିବେ। ଘରର ମନ୍ଦିରରେ ସ୍ୱସ୍ତିକ ଚିହ୍ନ ରହିବା ନିତାନ୍ତ ଜରୁରୀ ଅଟେ।
Promoted Content

କାରଣ ଏହା ଶକ୍ତି , ସୌଭଗ୍ୟ ଏବଂ ଶୁଭତାର ପ୍ରତୀକ ଅଟେ। ତେଣୁ ଘରର ମନ୍ଦିରରେ ସ୍ୱସ୍ତିକ ଚିହ୍ନ ଆଙ୍କି ନିଶ୍ଚୟ ରଖନ୍ତୁ। ଘରର ମନ୍ଦିରରେ ସ୍ୱସ୍ତିକ ଚିହ୍ନ ବନାଇ ତାହା ଉପରେ କଳସ ସ୍ଥାପନା କରନ୍ତୁ। ମାତ୍ର କଳସ ଖାଲି ରହିବା ଉଚିତ ନୁହେଁ। ଏହାଦ୍ବାରା ଘରକୁ ସୁଖ ସମୃଦ୍ଧି ଆସିଥାଏ।
ସମୁଦ୍ର ମନ୍ଥନ ସମୟରେ ୧୪ ରତ୍ନ ମଧ୍ୟରୁ ଶଙ୍ଖର ମଧ୍ୟ ଉତ୍ପତ୍ତି ହୋଇଥିଲା। ତେଣୁ ପୂଜଘରେ ଶଙ୍ଖ ନିଶ୍ଚୟ ରଖନ୍ତୁ। ଶଙ୍ଖ ଧ୍ୱନି ଦ୍ୱାରା ପରିବେଶ ସକାରାତ୍ମକ ହୋଇଥାଏ। ଏହାବ୍ୟତୀତ ଘରର ପୂଜଘରେ ଘଣ୍ଟି ରହିବା ମଧ୍ୟ ନିତାନ୍ତ ଜରୁରୀ ଅଟେ। ଏହାଦ୍ବାରା ପରିବେଶ ଏବଂ ବାତାବରଣ ଶୁଦ୍ଧ ରହିବା ସହିତ ଘରକୁ ସୁଖ ସମୃଦ୍ଧି ଆସିଥାଏ।
କିଛି ଏଭଳି ମଧ୍ୟ ଜିନିଷ ଅଛି ଯାହାକୁ ପୂଜା ଘରେ ଆଦୋୖ ରଖିବା ଉଚିତ ନୁହେଁ। ଭଗବାନ ଗଣେଶଙ୍କର ବିଷମ ସଂଖ୍ୟାରେ ଗଣେଶ ମୂର୍ତ୍ତି ପୂଜଘରେ ରଖିବା ଅଶୁଭ ହୋଇଥାଏ। ତେଣୁ ଆପଣ କେବଳ ଦୁଇଟି ଗଣେଶ ମୂର୍ତ୍ତି ରଖି ପାରିବେ।
ପୂଜଘରେ ଭଙ୍ଗା ଚାଉଳ କିମ୍ବା ଅନେକ ପୂର୍ବରୁ ରଖା ଯାଇଥିବା ଚାଉଳ ରଖିବା ଉଚିତ ନୁହେଁ। କାରଣ ଏହାଦ୍ବାରା ନକରାତ୍ମକତା ସୃଷ୍ଟି ହୋଇଥାଏ। ଏହାବ୍ୟତୀତ ପୂଜଘରେ ଚାଉଳ ରଖୁଥିଲେ ସେଥିରେ ହଳଦୀ ମିଶାଇ ରଖିଲେ ତାହା ଅଧିକ ଶୁଭ ଏବଂ ଫଳପ୍ରଦ ହୋଇଥାଏ। ଘରର ଦ୍ୱାରରେ ଗଣେଶଙ୍କ ମୂର୍ତ୍ତି ଲଗାଉଥିଲେ ତାଙ୍କ ମୁହଁକୁ ଘର ଭିତର ଦିଗକୁ ରଖନ୍ତୁ।
ଯଦି ଆପଣ ଗଣେଶଙ୍କ ପିଠି ଘର ଭିତର ଦିଗକୁ ରଖନ୍ତି ତେବେ ଘରକୁ ଦାରିଦ୍ର୍ୟତା ଆସିଥାଏ। କାରଣ ଶ୍ରୀଗଣେଶଙ୍କ ପିଠିରେ ଦାରିଦ୍ର୍ୟତା ବାସ କରିଥାଏ। ପୂଜଘରେ ଦେବଦେବୀଙ୍କ ବ୍ୟତୀତ ଅନ୍ୟ କାହାରି ଫୋଟ ଯେମିତିକି ପୂର୍ବ ପୁରୁଷ କିମ୍ବା କୌଣସି ସାଧୁଙ୍କ ଫୋଟ ରଖନ୍ତୁ ନାହିଁ।
ହୁଏତ ସେମାନେ ପୂଜ୍ୟ ହୋଇ ପାରନ୍ତି କିନ୍ତୁ ସେମାନେ ଭଗବାନଙ୍କ ସମାନ ନୁହଁନ୍ତି। ସେମାନଙ୍କ ଫୋଟ ଘରର କାନ୍ଥରେ କିନ୍ତୁ ପୂଜା ଘର ବାହାରେ ଲଗାଇ ପାରିବେ। ଭୈରବ, ଶନିଦେବ କିମ୍ବା ମାତା କାଳୀଙ୍କ ମୂର୍ତ୍ତି ସମେତ ଛିଡ଼ା ହୋଇଥିବା ମାତା ଲକ୍ଷ୍ମୀଙ୍କ ମୂର୍ତ୍ତି ମଧ୍ୟ ପୂଜଘରେ ରଖନ୍ତୁ ନାହିଁ। ଘରର ପୂଜଘରେ ଗଙ୍ଗା ଜଳ ରହିବା ନିତାନ୍ତ ଜରୁରୀ ଅଟେ।
ତେଣୁ ତମ୍ବାର ଏକ ଛୋଟ ପାତ୍ରରେ ଗଙ୍ଗା ଜଳ ରଖିଲେ ପୂଜାଘରର ଶୁଦ୍ଧତା ବଜାୟ ରହିଥାଏ। ପୂଜାରେ କଳସର ଉପଯୋଗ ଦେବତାଙ୍କୁ ଆବାହନ କରିବା ପାଇଁ ବ୍ୟବହାର କରାଯାଇଥାଏ। ତେଣୁ ପୂଜଘରେ କଳସ ସ୍ଥାପନା ନିଶ୍ଚୟ କରନ୍ତୁ।

ଭଗବାନଙ୍କ ସାମ୍ନାରେ ତମ୍ବାର ପାତ୍ରରେ ଜଳ ଭରି ରଖିଲେ ତାହାର ଅତ୍ୟନ୍ତ ଶୁଭ ଫଳ ପ୍ରାପ୍ତ ହୋଇଥାଏ। ପ୍ଲାଷ୍ଟିକ ପାତ୍ରରେ ଗଙ୍ଗା ଜଳ ଭୁଲରେବି ରଖନ୍ତୁ ନାହିଁ। ଶିବଲିଙ୍ଗରେ କେତକୀ ଫୁଲ ଆଦୋୖ ଅର୍ପିତ କରନ୍ତୁ ନାହିଁ ଏବଂ ମାତା ଲକ୍ଷ୍ମୀଙ୍କୁ ପୂଜା ସମୟରେ ବିଶେଷ ଭାବରେ ପଦ୍ମ ଫୁଲ ନିଶ୍ଚୟ ଅର୍ପିତ କରନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button