ଜୀବନଶୈଳୀ

ଭୁଲରେ ଓଲଟା ପୋଷାକ ପିନ୍ଧିବା ଦ୍ଵାରା କେଉଁ ସଂକେତ ମିଳିଥାଏ?

ଆମ ମାନଙ୍କ ସହିତ ଜୀବନରେ ଏଭଳି କିଛି ବିଚିତ୍ର ଘଟଣା ଗୁଡ଼ିକ ଘଟିଥାଏ, ଯାହା ଆମେ କେବେବି ବୁଝି ପାରୁ ନାହିଁ। ଆମ ଦୈନନ୍ଦିନ ଜୀବନରେ ଜାଣତରେ ହେଉ ଅବା ଅଜନରେ କିଛି ଏଭଳି ଭୁଲ ହୋଇ ଯାଇଥାଏ, ଯାହାଦ୍ଵାରା ଆମକୁ ଅନେକ କଠିନ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥାଏ। ଏହି ସଂକେତ ଆମକୁ ସାମାନ୍ୟ ଲାଗିଲେ ମଧ୍ୟ ଏହା ମଧ୍ୟରେ ଗଭୀର ରହସ୍ୟ ଲୁଚି ରହିଥାଏ। ତେବେ ବନ୍ଧୁଗଣ ଯଦି ଆପଣ ଭଲଭାବରେ ଧ୍ୟାନ ଦେବେ, ତାହେଲେ ଜାଣି ପାରିବେ କି ଭବିଷ୍ୟତ ପାଇଁ ଏହା ଏକ ସଂକେତ ଅଟେ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଓଲଟା ପୋଷାକ ପିନ୍ଧିବାର ଗଭୀର ଏହସ୍ୟ ବିଷୟରେ ବର୍ଣ୍ଣନା କରାଯାଇଛି। ପୌରାଣିକ କଥା ଅନୁସାରେ ଥରେ ଯଶୋଦା ମାଆ ଜଣେ ଋଷିଙ୍କୁ ପଚାରିଲେ ଯେ, ହେ ମହାତ୍ମା ମୋ ପୁତ୍ର କୃଷ୍ଣ ବହୁତ ଦୁଷ୍ଟ ଓ ସେ ଓଲଟା ପୋଷାକ ପିନ୍ଧି ପକେଇ ଥାଏ। ଏହା ପଛର କଣ କାରଣ ରହିଛି। ସେତେବେଳେ ସେହି ମହାତ୍ମା ଯଶୋଦା ମାଆଙ୍କୁ କହିଲେ କି, ଏହି ବାଳକ ଭବିଷ୍ୟତରେ ବହୁତ ବଡ଼ କାର୍ଯ୍ୟ କରିବ।ପ୍ରକୃତି ଆମ ଦ୍ଵାରା ଯେଉଁ କାର୍ଯ୍ୟ କରିବାକୁ ଚାହିଁ ଥାଏ, ସେତେବେଳେ ସେ ସଂକେତ ଦେଇଥାଏ।

ଯଦି ଆପଣ କେବେ ଭୁଲରେ ଓଲଟା ପୋଷାକ ପିନ୍ଧି ଦେଇଥାନ୍ତି, ତାହେଲେ ଏହି ସଂକେତ ବିଷୟରେ ଜାଣି ରଖନ୍ତୁ। ଯଦି ଆପଣ ଘରୁ ବାହାରକୁ ଯାଉଛନ୍ତି ଓ ଓଲଟା ପୋଷାକ ଭୁଲରେ ପିନ୍ଧିଛନ୍ତି, ତାହେଲେ ବୁଝି ଯାଆନ୍ତୁ କି ଆପଣ ଯେଉଁ କାର୍ଯ୍ୟ ପାଇଁ ବାହାରକୁ ଯାଉଛନ୍ତି, ତାହା ନିଶ୍ଚିତ ଭାବରେ ସଫଳ ହେବ। ଯଦି ଆପଣ କୌଣସି କଠିନ ପରିସ୍ଥିତି ଦେଇ ଗତି କରୁଛନ୍ତି ଏବଂ ସେହି ସମୟରେ ଆପଣ ଓଲଟା ପୋଷାକ ପିନ୍ଧୁଛନ୍ତି, ତାହେଲେ ବୁଝି ଯାଆନ୍ତୁ କି ଆପଣଙ୍କର ସବୁ ସମସ୍ୟା ଦୂର ହୋଇଯିବ।

ଯଦି ଆପଣଙ୍କ ସନ୍ତାନ ଓଲଟା ପୋଷାକ ପିନ୍ଧୁଛନ୍ତି ଓ ଆପଣ ବାରଣ କରିବା ପରେ ମଧ୍ୟ ସେ ଆପଣଙ୍କ କଥା ଶୁଣୁ ନାହାନ୍ତି, ତାହେଲେ ଆପଣଙ୍କ ସନ୍ତାନର ଭବିଷ୍ୟତ ଉଜ୍ଜ୍ବଳମୟ ହେବାକୁ ଯାଉଛି। ଯଦି ଆପଣଙ୍କ ପରିବାରର କୌଣସି ସଦସ୍ୟଙ୍କୁ ଖରାପ ନଜର ଲାଗିଛି, ତାହେଲେ ସେହି ସମୟରେ ଓଲଟା ପୋଷାକ ପରିଧାନ କରିବା ଆବଶ୍ୟକ। ଏହାଦ୍ବାରା ସବୁ ଖରାପ ନଜର ଦୂର ହୋଇଯିବ।

Related Articles

Leave a Reply

Your email address will not be published. Required fields are marked *

Back to top button