ସ୍ୱାସ୍ଥ୍ୟ

ଓଜନ ବୃଦ୍ଧି ଏବଂ ଡାଇବେଟିସକୁ ଦୂର କରେ ପିଜୁଳି ପତ୍ର ଚା’ ଜାଣନ୍ତୁ କେମତି ?

ପିଜୁଳି ବହୁତ ସ୍ବାଦିଷ୍ଟ। ପିଜୁଳି ଖାଇବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି। ଏହା ପାଟିକୁ ଯେତିକି ସ୍ବାଦିଷ୍ଟ, ଔଷଧୀୟ ଗୁଣରେ ବି ସେତିକି ଭରପୂର। ଏହା ଶରୀରର ବିଭିନ୍ନ ସମସ୍ୟାକୁ ଦୂର କରିଥାଏ। କିନ୍ତୁ କଣ ଆପଣ ଜାଣନ୍ତି ପିଜୁଳି ସହିତ ଏହାର ପତ୍ର ମଧ୍ୟ ବହୁତ ଲାଭ ଦାୟକ ହୋଇଥାଏ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟି ବ୍ୟାକ୍ଟେରିଆ ଓ ଆଣ୍ଟି ଇଫ୍ଲେମେଟୋରୀ ଗୁଣ ଭରି ରହିଛି। ପିଜୁଳି ପତ୍ରରେ ଅନେକ ପ୍ରକାର ରୋଗର ଚିକିତ୍ସା କରାଯାଇପାରିବ। ପିଜୁଳି ପତ୍ର ଠାରୁ ଏହାର ପତ୍ର ଅଧିକ ଲାଭଦାୟକ ହୋଇଥାଏ।

-ଏହା ଓଜନ ବୃଦ୍ଧିକୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ।

-ପିଜୁଳି ରସ ବା ପିଜୁଳି ପତ୍ରରୁ ପ୍ରସ୍ତୁତ ଚା’ ପିଇବା ଦ୍ୱାରା ତ୍ୱଚା, କେଶ ଓ ସ୍ବାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ।

guavaleaftea-ପିଜୁଳି ପତ୍ର ମଧୁମେହ ରୋଗୀଙ୍କ ପାଇଁ ଏକ ଅବ୍ୟର୍ଥ ଔଷଧ। ଗବେଷଣାରୁ ଜଣାପଡ଼ିଛି, ପିଜୁଳି ପତ୍ରର ଚା’ ସେବନ କଲେ ଶରୀରରେ ଆଲ୍‌ଫା ଗ୍ଲୁକୋସାଇଡ୍‌ ଏନ୍‌ଜାଇମ୍‌ର ଗତିବିଧିକୁ କମ୍‌ କରିହୁଏ।

-କେବଳ ସେତିକି ନୁହେଁ, ଏହି ଚା’ ହୃତପିଣ୍ଡକୁ ସୁସ୍ଥ ରଖିବା ସହ ଡାଇରିଆକୁ ବି ଭଲ କରିଥାଏ। ହଜମ ପ୍ରକ୍ରିୟା ସନ୍ତୁଳିତ ରଖିବାକୁ ଚାହୁଁଥିଲେ, ପିଜୁଳି ଚା’ ସେବନ କରିପାରିବେ।

-ଶରୀରରେ ଯଦି ଆଲର୍ଜି ସମସ୍ୟା ଥାଏ, ତେବେ ଏହି ଚା’ ସେବନ ଦ୍ୱାରା ସେଥିରୁ ଉପଶମ ମିଳେ।

-ପିଜୁଳି ପତ୍ର ରସରେ ପ୍ରସ୍ତୁତ ଚା’ ପିଇଲେ ଶରୀରରେ ଶର୍କରା ସ୍ତର ନିୟନ୍ତ୍ରଣରେ ରହିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button