ଦେଶ ବିଦେଶ

ଡିସେମ୍ବରରେ ଭାରତ ଆସିବେ ଓବାମା – Utkal Mail


ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରା‌ଷ୍ଟ୍ରପତି ବାରାକ ହୁସେନ ଓବାମା ଆସନ୍ତା ଡିସେମ୍ବର ମାସରେ ଭାରତ ଆସିବେ। ଓବାମା ଓ ତିବ୍ବତୀୟ ଧର୍ମଗୁରୁ ଦଲାଇଲାମା କର୍ଣ୍ଣାଟକର ମାଣ୍ଡ୍ୟା ଗସ୍ତରେ ଆସିବେ। ସେମାନେ ସେଠାରେ ଅନ୍ତର୍ଜାତୀୟ ଯୋଗ ଏବଂ ଧ୍ୟାନ କେନ୍ଦ୍ରର ଉଦ୍‌ଘାଟନ କରିବେ। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଗୁରୁବାର ଏହି ସୂଚନା ଦିଆଯାଇଛି। କର୍ଣ୍ଣାଟକ କୃଷିମନ୍ତ୍ରୀ ଏନ ଚାଲୁଭରାୟସ୍ବାମୀ ଏବଂ ଭୁତାୟୀ ଟ୍ରଷ୍ଟର ଡା. ଲକ୍ଷ୍ମୀନରସିଂହ ମୂର୍ତ୍ତି ମୁଖ୍ୟମନ୍ତ୍ରୀ ସିଦ୍ଦରାମୈୟାଙ୍କୁ ଭେଟି ସେମାନଙ୍କ ଗସ୍ତର ପ୍ରସ୍ତୁତି ସଂପର୍କରେ ଆଲୋଚନା କରିଛନ୍ତି। ଡା ମୂର୍ତ୍ତିଙ୍କ ପୁଅ ଡା ବିବେକ ହାଲେଜି ମୂର୍ତ୍ତି ଓବାମା ଏବଂ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମୟରେ ସର୍ଜନ ଜେନେରାଲ ଥିଲେ। ସେମାନଙ୍କ ପୈତୃକ ଗ୍ରାମ ହାଲେଜିରେ ଏହି କେନ୍ଦ୍ର ନିର୍ମାଣ ହେଉଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button