ଦେଶ ବିଦେଶ

ତେଲେଙ୍ଗାନାରେ ସୁଡ଼ଙ୍ଗ ଭୁଶୁଡ଼ିଲା, ୮ ଶ୍ରମିକ ଫସିଛନ୍ତି

ହାଇଦ୍ରାବାଦ: ତେଲେଙ୍ଗାନାରେ ଏକ ନିର୍ମାଣାଧୀନ ସୁଡ଼ଙ୍ଗର ଏକ ଅଂଶ ଭୁଶୁଡ଼ି ପଡ଼ିବା ଫଳରେ ପ୍ରାୟ ୮ ଜଣ ଶ୍ରମିକ ଫସି ରହିଛନ୍ତି।  ଶ୍ରୀଶୈଲମ୍‌ ଡ୍ୟାମ୍‌ ପଛରେ ଥିବା ଏକ ସୁଡ଼ଙ୍ଗକୁ କିଛି କର୍ମଚାରୀ ଏକ ଲିକ୍‌ ମରାମତି ପାଇଁ ଯାଇଥିବା ସମୟରେ  ସୁଡ଼ଙ୍ଗର କିଛି ଅଂଶ ଭୁଶୁଡ଼ି ପଡ଼ିଥିଲା।  ଏହି ଘଟଣାପରେ ପ୍ରାୟ ୧୨ରୁ ଅଧିକ ଶ୍ରମିକ ସୁଡ଼ଙ୍ଗରୁ ବାହାରି ଆସିବାରେ ସକ୍ଷମ ହୋଇଥିଲେ ମଧ୍ୟ ୮ ଜଣ ଶ୍ରମିକ ଏବେ ବି ସୁଡ଼ଙ୍ଗ ଭିତରେ ଫସି ରହିଥିବା ଜଣାପଡ଼ିଛି।

ସେମାନଙ୍କୁ ସୁରକ୍ଷିତ   ଉଦ୍ଧାର କରିବାପାଇଁ  ଅପରେସନ୍‌ ଜାରି ରହିଛି।  ନଗରକର୍ନୁଲ୍‌ ଜିଲ୍ଲାର ଅମରାବାଦ୍‌‌ରେ ନିର୍ମାଣାଧୀନ ଏସଏଲ୍‌ବିସି (ଶ୍ରୀଶୈଲମ୍‌ ଲେଫ୍ଟ ବ୍ୟାଙ୍କ କେନାଲ)ର ଟନେଲ୍‌ରେ ଆଜି ଏହି ଦୁର୍ଘଟଣା ଘଟିଛି।  ନିର୍ମାଣ କମ୍ପାନୀର ଏକ ଟିମ୍‌ ସୁଡ଼ଙ୍ଗ ଭିତରକୁ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି।   ନଗରକର୍ନୁଲ ଏସ୍‌ପି ବୈଭବ ଗାଇକ୍ବାଡ୍‌ ଏକ ବିବୃତି ଜାରି କରି ଏସଏଲ୍‌ବିସି ଟନେଲ୍‌ର ଏକ ଅଂଶ ଭୁଶୁଡ଼ି ପଡ଼ିଥିବା ଏବଂ ୮ ଜଣ କର୍ମଚାରୀ ଫସି ରହିଥିବା ସ୍ପଷ୍ଟ କରିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button