ଜୀବନଶୈଳୀ

ରାଜଧାନୀର ଇଂଲିଶ ଭିକାରି, କହୁଛନ୍ତି ଫ୍ଲୋଲେସ ଇଂଗ୍ଲିଶ, ତାଙ୍କ ମୁହଁରୁ ଜାଣନ୍ତୁ କେମିତି ଶିଖିଲେ ଇଂଲିଶ ଭାଷା…

ନମସ୍କାର ବନ୍ଧୁଗଣ, ଭିକାରି ସେହିମାନଙ୍କୁ କୁହାଯାଏ ଯେଉଁ ମାନେ ଶାରୀରିକ ଭାବରେ ଅକ୍ଷମ ଥାନ୍ତି କୌଣସି ଜ୍ଞାନ ତାଙ୍କ ପାଖରେ ନଥାଏ ପଇସା ଉପାର୍ଜନ କରିବା ସେହିଭଳି ମଣିଷ ବାଧ୍ୟ ହୋଇ ଭିକ ମାଗି ନିଜର ପେଟ ପୋଷିଥାଏ । କିନ୍ତୁ ଇଂରାଜୀ ଭଳି କଠିନ ଭାଷା ଯାହାକି ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଅନେକ ପଇସା ଖର୍ଚ କରି ପାଠ ପଢିବା ପରେ ମଧ୍ୟ କହିବା କଷ୍ଟକର ସେହି ଇଂରାଜୀ ଭାଷା ଜଣେ ଭିକାରିଙ୍କ ମୁହଁରୁ ଅନର୍ଗଳ ବାହାରୁଛି । ତେବେ ପାଠ ନ ପଢି ଏଭଳି ଇଂରାଜୀ କେମିତି କହୁଛନ୍ତି ଆସନ୍ତୁ ଜାଣିବା ସେ ଏହା ସମ୍ପର୍କରେ କଣ କହିଛନ୍ତି ।

ରାଜଧାନୀର ଏକ ମନ୍ଦିର ସମ୍ମୁଖରେ ବସିଥିବା ଭିକାରି ଯିଏକି ଇଂରାଜୀ କହୁଛନ୍ତି ତାଙ୍କ ନାମ ହେଉଛି ଶ୍ରୀପତି ପାତ୍ର । ସେ ୩୦ ବର୍ଷ ହେବ ଭିକ ମାଗି ନିଜ ପେଟ ପୋଷୁଛନ୍ତି । ଶରୀରୀରିକ ଅସମର୍ଥ କାରଣ ସେ ଭିକ୍ଷା ମାଗୁଛନ୍ତି । ସେ ଅନ୍ୟ କୌଣସି ବି କାମ କରିପାରିବେ ନାହିଁ । ତେଣୁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି ତାଙ୍କୁ ଏହି ବିକଳାଙ୍ଗ ଭର୍ତ୍ତା ହେଉ କିମ୍ବା ଡାଲି ଚାଉଳ ଗଣ୍ଡେ ମିଳିଲେ ସେ ପେଟକୁ ଗଣ୍ଡେ ଦାନା ଯୋଗାଇ ପାରିବେ ।

ଆଜ୍ଞା ଆପଣ ମାନଙ୍କୁ ଲାଗୁଛି ସେ ଏହିସବୁ ଏମିତି ଓଡିଆରେ କହିଛନ୍ତି ବୋଲି ଯଦି ଭାବୁଛନ୍ତି ତେବେ ଭୁଲ ଭାବୁଛନ୍ତି । କାରଣ ସେ ଏହିସବୁ କଥାକୁ ବିଦେଶୀ ମାନଙ୍କ ଭଳି ଅନର୍ଗଳ ଇଂରାଜୀ ଭାଷାରେ କହିଛନ୍ତି ଯାହାକୁ ଶୁଣିଲେ ଆପଣ ବିଶ୍ଵାସ କରିପାରିବେ ନାହିଁ ।

ଆଉ ପଢୁଆ ମାନେ ନିଜକୁ ସଙ୍କୋଚିତ ମନେ କରିବେ । କାରଣ ସେ ପାଠ ନ ପଢି ଇଂରାଜୀ କହୁଛନ୍ତି । ଶ୍ରୀପତିଙ୍କ କହିବା ଅନୁଯାୟୀ ସେ ୩୦ ବର୍ଷ ହେବ ଏକ ୟୁନିଭରସିଟି କଲେଜ ସାମ୍ନାରେ ବସି ଭିକ୍ଷା ମାଗନ୍ତି । ଆଉ ସେହି କଲେଜର ସବୁ ପିଲା ଇଂରାଜୀରେ କଥା ବାର୍ତ୍ତା କରନ୍ତି ଯାହାକୁ ୩୦ ବର୍ଷ କାଳ ସେ ଶୁଣି ଶୁଣି ମନେ ରଖିଛନ୍ତି ।

ଆଉ ସେହି କଲେଜର ପିଲା ମାନଙ୍କ ଠାରୁ କାଗଜରେ କିଛି ଇଂରାଜୀ ଲେଖାଇ ତାହାକୁ ନିଜ ପାଖରେ ରଖୀ ବସି ପଢନ୍ତି ଏବଂ ଦେଖନ୍ତି । ଏଭଳି ଭାବରେ ସେ ଇଂରାଜୀ କହିବା ଶିଖିଗଲେ । ଆଉ ବର୍ତ୍ତମାନ ସେ କହୁଛନ୍ତି ଇଂରାଜୀ କହିବା ପାଇଁ କଣ ପାଠ ପଢିବା ନିହାତି ଜରୁରୀ । ବାସ ୩୦ ବର୍ଷର ଭିକ୍ଷା ଅଭିଜ୍ଞାତା ହିଁ ଢେର ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button