କରୋନା

୬ ଦେଶରୁ ଫେରିଲେ ୭୨ ଘଣ୍ଟା ପୂର୍ବର ଆରିଟି-ପିସିଆର ଟେଷ୍ଟ ଜରୁରୀ

ନୂଆଦିଲ୍ଲୀ: ଚୀନ, ଜାପାନ ଓ ଦକ୍ଷିଣ କୋରିୟା ସମେତ ଅନେକ ଦେଶରେ ବଢ଼ୁଥିବା କରୋନା ସଂକ୍ରମଣ ମଧ୍ୟରେ ଭାରତ ସତର୍କତା ଅବଲମ୍ବନ କରିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆଜି ନୂଆ ଗାଇଡଲାଇନ ଜାରି କରାଯାଇଛି । ନୂଆ ଗାଇଡଲାଇନ ଅନୁସାରେ, ଚୀନ, ସିଙ୍ଗାପୁର, ହଂକଂ, ଦକ୍ଷିଣ କୋରିୟା, ଥାଇଲାଣ୍ଡ ଓ ଜାପାନାରୁ ଆସୁଥିବା ଯାତ୍ରୀଙ୍କ ପାଇଁ ୭୨ ଘଣ୍ଟା ପୂର୍ବର ଆରିଟି-ପିସିଆର ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ଏହାସହ ଉକ୍ତ ଦେଶରୁ ଆସୁଥିବା ଯାତ୍ରୀଙ୍କୁ ଏକ ଆତ୍ମ ଘୋଷଣା ଫର୍ମ ମଧ୍ୟ ପୂରଣ କରିବା ନିହାତି ଜରୁରୀ ।

ସୂଚନାଯୋଗ୍ୟ, ଚୀନରେ ଡିସେମ୍ବର ୨୦ ପର୍ଯ୍ୟନ୍ତ ପାଖାପାଖି ୨୦ ପ୍ରତିଶତ ଜନବସତି ସଂକ୍ରମଣର ଶିକାର ହୋଇଥିଲେ । ମହାମାରୀ ମଧ୍ୟରେ ହସ୍ପିଟାଲରେ ଭିଡ଼ ଓ ଶ୍ମଶାନଗାରରେ ଲମ୍ବା ଧାଡ଼ିର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା । ଏସବୁ ଦିଗକୁ ଦୃଷ୍ଟିରେ ଭାରତ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button