ମନୋରଞ୍ଜନ

କଣ ଆପଣ ଜାଣିଛନ୍ତି Bollywood ଓ South ର ଫେମସ ଭିଲିଆନ Prakash Raaj କରିଛନ୍ତି 2 ଟି ବିବାହ, ସୁନ୍ଦରତାରେ କେହି କାହା ଠାରୁ ନୁହଁନ୍ତି କମ

ବନ୍ଧୁଗଣ ପ୍ରକାଶ ରାଜ ନାମ ଶୁଣିଲେ ସମସ୍ତଙ୍କ ମନରେ ଗୋଟିଏ ଛବି ଆସିଯାଏ ଯିଏ କି ଅତ୍ୟଧିକ ସିନେମାରେ ନକରାତ୍ମକ ଚରିତ୍ର ରେ ଅଭିନୟ କରିଛନ୍ତି। ସେ ବଲିଉଡ ହେଉ କିମ୍ବା ଟଲିଉଡ଼ ପ୍ରକାଶ ରାଜ ନିଜର ଅଭିନୟ ର ଯାଦୁ ରେ ଦର୍ଶକ ମାନଙ୍କ ହୃଦୟ ରେ ଘର କରି ପାରିଛନ୍ତି ଏବଂ ସେମାନଙ୍କ ସହ ଯୋଡି ମଧ୍ୟ ହୋଇ ପାରିଛନ୍ତି। ପ୍ରକାଶ ରାଜ ଙ୍କ ଅଭିନୟ ସିନେମା ଆଦି ବିଷୟରେ ତ ସବୁ କଥା ଆପଣ ଜାଣିଥିବେ କିନ୍ତୁ ବହୁତ ହିଁ କମ ଲୋକ ପ୍ରକାଶ ରାଜ ଙ୍କ ବାସ୍ତବ ଜୀଵନ ବିଷୟରେ ଜାଣିଥିବେ।

ପ୍ରକାଶ ରାଜ ନିଜ ଜୀବନରେ ଦୁଇ ଟି ବିବାହ କରିଥିଲେ ଗୋଟିଏ ସଫଳ ହୋଇଥିଲା ଓ ଅନ୍ୟ ଟି ଅସଫଳ। ତେବେ ଆଜି ଆମେ ପ୍ରକାଶ ରାଜ ଙ୍କ ଦୁଇ ପତ୍ନୀ ଙ୍କ ବିଷୟରେ ଆଲୋଚନା କରିବା ଓ ଜାଣିବା କି ତାଙ୍କ ପ୍ରଥମ ବିବାହ ଅସଫଳ କଣ ପାଇଁ ହୋଇଥିଲା? ତେବେ ଚାଲନ୍ତୁ ଜାଣିନେବା ସେ ବିଷୟରେ।

ବଲିଉଡ ର ଅନେକ ସିନେମାରେ ନକରାତ୍ମକ କିମ୍ବା ଖଳନାୟକ ଚରିତ୍ରରେ ଅଭିନୟ କରି ନିଜର ଏକ ଅଲଗା ପରିଚୟ ସୃଷ୍ଟି କରିଥିଲେ। ସେ କେବଳ ବଲିଉଡ ନୁହେଁ ବରଂ ଟଲିଉଡ଼ ଅର୍ଥାତ ସାଉଥ ଜଗତରେ ମଧ୍ୟ ଅନେକ ସିନେମାରେ ଖଳନାୟକ ଚରିତ୍ରରେ ଅଭିନୟ କରି ଲୋକ ମାନଙ୍କର ପ୍ରଥମ ପସନ୍ଦ ହୋଇ ପାରିଛନ୍ତି। ପ୍ରକାଶ ରାଜ ଙ୍କ ଜନ୍ମ ୧୯୬୫ ମାର୍ଚ୍ଚ ୨୬ ରେ ବେଙ୍ଗାଲୁରୁ ରେ ହୋଇଥିଲା। ଏବଂ ତାଙ୍କ ସମସ୍ତ ପାଠ ପଢ଼ା ମଧ୍ୟ ସେଇଠି ହିଁ ସମ୍ପନ୍ନ ହୋଇଥିଲା।

ପ୍ରକାଶ ରାଜ ନିଜର ପ୍ରଥମ ସିନେମା ୧୯୮୮ ରେ ଆସିଥିବା କନ୍ନଡ ସିନେମା ରୁ କରିଥିଲେ। ତା ପରେ କନ୍ନଡ ଭାଷା ର ଅନେକ ସିନେମା କରି ସାରିବା ପରେ ସେ ତାମିଲ ରେ ମଧ୍ୟ ନିଜର ଅଭିନୟ ଆରମ୍ଭ କରି ଦେଇଥିଲେ। ଏବଂ ୨୦୦୨ ରେ ଶକ୍ତି ସିନେମାରେ ବଲିଉଡ ରେ ନିଜର ଅଭିନୟ ଆରମ୍ଭ କରିଥିଲେ। ଏବଂ ଦର୍ଶକ ମାନେ ତାଙ୍କ ଅଭିନୟ କୁ ଖୁବ ପସନ୍ଦ କଲେ। ତାପରେ ସେ ସିଙ୍ଗମ, ୱାନଟେଡ଼, ଓ ଏଣ୍ଟରଟେଂମେଣ୍ଟ ଭଳି ଆଦି ଅନେକ ସିନେମାରେ ମଧ୍ୟ ଅଭିନୟ କରି ସାରିଛନ୍ତି।

ପ୍ରକାଶ ରାଜ ଙ୍କ ବୈବାହିକ ଜୀଵନ ବିଷୟରେ ଆଲୋଚନା କରିବା ତେବେ ସେ ନିଜ ଜୀଵନ ରେ ଦୁଇ ଦୁଇ ଥର ବିବାହ କରିଥିଲେ। ଏବେ ସେ ନିଜର ଦ୍ଵିତୀୟ ସ୍ତ୍ରୀ ପୋନି ବର୍ମା ଙ୍କ ସହ ଏବେ ଖୁସି ରେ ଅଛନ୍ତି। ପୋନି ଙ୍କ ସହ ସେ ୨୦୧୦ ରେ ବିବାହ କରିଥିଲେ। ପୋନି ବର୍ମା ଜଣେ ନର୍ତ୍ତକୀ ସେ ଅନେକ ସିନେମାରେ କୋରିଓ ଗ୍ରାଫି କରିଛନ୍ତି।

ସେମାନଙ୍କ ପ୍ରେମ ତେଲେଗୁ ସିନେମା ପୋନମାନା ସେଲଭାଁନ ରୁ ଆରମ୍ଭ ହୋଇଥିଲା। ଯେତେବେଳେ ପ୍ରକାଶ ବହୁତ ଦୁଃଖ ରେ ଥିଲେ ସେତେବେଳେ ପୋନି ହିଁ ତାଙ୍କ ସହ କଥା ହୋଇଥିଲେ ଏବଂ ଧୀରେ ଧୀରେ ସେମାନେ ବହୁତ ନିକଟ ମଧ୍ୟ ହୋଇଗଲେ ଏବଂ ବିବାହ କରିଦେଲେ ଏବଂ ଏବେ ସେମାନେ ବହୁତ ଖୁସି ରେ ଅଛନ୍ତି।

ପ୍ରକାଶ ଙ୍କ ପ୍ରଥମ ସ୍ତ୍ରୀ ୧୯୯୪ ରେ ଅଭିନେତ୍ରୀ ଲଳିତା କୁମାରୀ ଙ୍କ ସହ ପ୍ରେମ ବିବାହ କରିଥିଲେ। ଏବଂ ବିବାହ ପରେ ତାଙ୍କର ଏକ ପୁତ୍ର ମଧ୍ୟ ହୋଇଥିଲା। ଯାହାର ନାମ ହେଉଛି ସିଧୁ। କିନ୍ତୁ ଛାତରେ ଗୁଡି ଉଡାଉ ଥିବା ସମୟରେ ସେ ଗଳି ଯାଇଥିଲେ ଏବଂ ତାଙ୍କ ମୃ-ତ-ୟୁ ଘଟିଥିଲା । ତା ପର ଠାରୁ ଦୁଇ ଜଣ ଙ୍କ ଭିତରେ ତିକ୍ତତା ବଢିଗଲା। ଏବଂ ଏହା ପରେ ଦୁଇ ଜଣ ୨୦୦୯ ରେ ଛାଡପତ୍ର ନେଇନେଲେ ଏବଂ ଅଲଗା ହୋଇଗଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button