ଜୀବନଶୈଳୀ

ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି – କଠିନ ପରିସ୍ଥିତି ସମୟରେ ମଧ୍ୟ ଏହି ୩ ପ୍ରକାର ଲୋକଙ୍କ ଉପରେ ଦୟା କରନ୍ତୁ ନାହିଁ

ଗୁରୁଜନ ଲୋକେ ସର୍ବଦା ଆମକୁ ଶିଖାଇ ଥାଆନ୍ତି କି ସମସ୍ତଙ୍କର ମଙ୍ଗଳ ପାଇଁ କାର୍ଯ୍ୟ କରିବା ଉଚିତ ଏବଂ ଦାନ ପୁଣ୍ୟ କରିବା ଉଚିତମ୍ ଅସହାୟ ଲୋକଙ୍କୁ ସର୍ବଦା ସାହାଯ୍ୟ କରିବା ପୁଣ୍ୟର କାର୍ଯ୍ୟ ହୋଇଥାଏ। ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଗ୍ରନ୍ଥରେ ଖାସ ୩ ପ୍ରକାରର ଲୋକଙ୍କୁ କେବେବି ସାହାଯ୍ୟ କରିବା ଉଚିତ ନୁହେଁ ବୋଲି ବିସ୍ତାର ରୂପରେ ବର୍ଣ୍ଣନା କରାଯାଇଛି।

ପୁରାତନ ଯୁଗରେ ଆଚାର୍ଯ୍ୟ ଚାଣକ୍ୟ ଜଣେ ବିଦ୍ୱାନ, କୁଟନିତିଜ୍ଞ, ଧର୍ମଶାସ୍ତ୍ର ବିଶେଷଜ୍ଞ ଥିଲେ। ତାଙ୍କ କହିବା ଅନୁସାରେ କେଉଁ ତିନି ପ୍ରକାରର ଲୋକଙ୍କୁ ସାହାଯ୍ୟ କଲେ ଜୀବନରେ କଷ୍ଟ ଭୋଗିବାକୁ ପଡିପାରେ। ଆସନ୍ତୁ ଜାଣିବା।

ଦୁଷ୍ଟ, ଚରିତ୍ରହୀନ ବ୍ୟକ୍ତି :-

ଯେଉଁ ସ୍ତ୍ରୀ ଦୁଷ୍ଟ, ଚରିତ୍ରହୀନ ହୋଇଥାଏ,ତାର ଭରଣ ପୋଷଣ କରୁଥିବା ବ୍ୟକ୍ତି ଜୀବନରେ କେବେବି ସୁଖୀ ରହି ପାରେ ନାହିଁ। କାରଣ ସେହି ସ୍ତ୍ରୀ ମୋହ, ଲୋଭୀ ଓ ଦୁଷ୍ଟ ହୋଇଥାନ୍ତି। ସେ ନିଜେ ପାପୀ ହେବା ସହିତ ଅନ୍ୟମାନଙ୍କୁ ମଧ୍ୟ ପାପର ଭାଗୀଦାର କରି ଦେଇଥାନ୍ତି। ଏମାନଙ୍କ ଯୋଗୁଁ ବ୍ୟକ୍ତିକୁ ସମାଜରେ ଅନେକ ଅପଦସ୍ଥ ଓ ଅସମ୍ମାନ କରାଯାଇଥାଏ।

ତେଣୁ ଏଭଳି ଲୋକଙ୍କୁ କଦାପି ସାହାଯ୍ୟ କରିବା ଉଚିତ ନୁହେଁ। ଏହାସହିତ ଯେଉଁ ପୁରୁଷ ନିଜର ସ୍ତ୍ରୀ ଥାଇ ମଧ୍ୟ ଅନ୍ୟ ସ୍ତ୍ରୀଙ୍କ ଉପରେ ଖରାପ ଦୃଷ୍ଟି ରଖିଥାନ୍ତି ବା ସମ୍ବନ୍ଧ ରଖିଥାନ୍ତି, ସେଭଳି ପାପୀ ଓ ଚରିତ୍ରହୀନ ପୁରୁଷଙ୍କୁ ମଧ୍ୟ କେବେବି ଦୟା ଦେଖେଇବା ଉଚିତ ନୁହେଁ। ସେଭଳି ପୁରୁଷ ସମାଜ ପାଇଁ ବିଷ ପାଲଟି ଯାଇଥାନ୍ତି।

ମୁର୍ଖ ବ୍ୟକ୍ତି :-

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ କେବେବି କୌଣସି ମୁର୍ଖ ବ୍ୟକ୍ତିକୁ ସାହାଯ୍ୟ କରିବା ଉଚିତ ନୁହେଁ। ଏଭଳି ବ୍ୟକ୍ତି ଆପଣଙ୍କୁ ହରାଇବାକୁ ପ୍ରୟାସ କରିଥାନ୍ତି, କିନ୍ତୁ ଜିତି ପାରି ନଥାନ୍ତି। କୌଣସି ମୁର୍ଖ ବ୍ୟକ୍ତିଙ୍କ ସହିତ ଆପଣଙ୍କୁ ବନ୍ଧୁତା ବା ବିବାଦ କରିବା ଅନୁଚିତ। କାରଣ ସେମାନଙ୍କୁ ବୁଝାଇବା ଅତ୍ୟନ୍ତ କଷ୍ଟକର ଅଟେ। ଆପଣ ସେମାନଙ୍କୁ ବୁଝାଇଲେ ସେମାନେ ଆପଣଙ୍କୁ ଶତ୍ରୁ ଭାବି ପାରନ୍ତି। ଏଭଳି ଲୋକଙ୍କ ଠାରୁ ଦୂରେଇ ରହିଲେ ଆପଣ ଖୁସିରେ ରହିବେ।

ସର୍ବଦା ଦୁଃଖିତ ରହୁଥିବା ବ୍ୟକ୍ତି :-

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଯେଉଁ ବ୍ୟକ୍ତି ଈଶ୍ୱର ଦେଇଥିବା ସୁଖ, ସମ୍ପତ୍ତିରେ ସନ୍ତୁଷ୍ଟ ହୋଇ ପାରେ ନାହିଁ, ସେଭଳି ଲୋକଙ୍କ ଠାରୁ ଦୂରେଇ ରହିବା ଉଚିତ ଏବଂ ଏଭଳି ଲୋକଙ୍କୁ କେବେବି ସାହାଯ୍ୟ କରିବା ଉଚିତ ନୁହେଁ। କାରଣ ବୁଦ୍ଧିମାନ ବ୍ୟକ୍ତି ଅଳ୍ପରେ ମଧ୍ୟ ସନ୍ତୁଷ୍ଟ ହୋଇଥାନ୍ତି। ଏଭଳି ଲୋକଙ୍କୁ ସୁଖସମୃଦ୍ଧି ପ୍ରାପ୍ତ ହୋଇଥାଏ। କିନ୍ତୁ ସର୍ବଦା ଅସନ୍ତୁଷ୍ଟ ପ୍ରକାଶ କରୁଥିବା ବା ଦୁଃଖିତ ରହୁଥିବା ବ୍ୟକ୍ତି କେବେବି ଅନ୍ୟର ମଙ୍ଗଳ ଦେଖି ପାରନ୍ତି ନାହିଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button