କ୍ରାଇମ

ବିବାହିତା ଝିଅର ତଣ୍ଟିକାଟି ପେଟ୍ରୋଲ୍‌ ଢାଳି ପୋଡ଼ି ମାରି ପକାଇଲା ବାପ – Utkal Mail


ଜୟପୁର: ମଙ୍ଗଳବାର ଅପରାହ୍ଣରେ ରାଜସ୍ଥାନର ପାଲି ଜିଲ୍ଲାରେ ଜଣେ ବ୍ୟକ୍ତି ତାଙ୍କ ବିବାହିତା ଝିଅର ତଣ୍ଟି କାଟିବା ପରେ ପେଟ୍ରୋଲ୍‌ ଢାଳି ପୋଡ଼ି ପକାଇଥିବା କଥା ପୁଲିସ କହିଛି।

ପୁଲିସ କହିଛି, ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଗତ ୧୨ ବ‌ର୍ଷ ହେବ ପରିବାରଠାରୁ ପୃଥକ୍‌ ହୋଇ ଅଭିଯୁକ୍ତ ଶିବଲାଲ୍‌ ମେଘୱାଲ୍‌ ପାଲିରେ ବାସ କରୁଥିଲେ। କିନ୍ତୁ, ତାଙ୍କ ସ୍ତ୍ରୀ ଓ ପିଲାମାନେ ଗୁଜରାଟରେ ବାସ କରୁଥିଲେ।

୩୨ ବର୍ଷୀୟ ମୃତା ଝିଅ ନିର୍ମାର ଶାଶୂଘରର ଜଣେ ବ୍ୟକ୍ତି କହିଛନ୍ତି ଯେ, ମେଘାୱାଲ୍‌ଙ୍କର ମନେହେଉଥିଲା ବଡ଼ଝିଅ ନିର୍ମା ହିଁ ତାଙ୍କ ପରିବାରରେ ବାଦବିବାଦର ମୁଖ୍ୟ କାରଣ।

ସୋମବାର ଦିନ ଗୋଟାଏ ବିବାହ ଅନୁଷ୍ଠାନରେ ଯୋଗ ଦେବା ପାଇଁ ନିର୍ମା ପାଲିର ଇସାଲି ଗାଁକୁ ଆସିଥିବା ବ‌େଳେ ବାପା ଶିବଲାଲ୍‌ଙ୍କ ସହିତ ଭେଟ ହୋଇଥିଲା। ସେଠାରେ ଶିବଲାଲ୍‌ ବଡ଼ଝିଅ ନିର୍ମା ଓ ସାନଝିଅକୁ ତାଙ୍କ ସାଥିରେ ଗୋଟାଏ ଜାଗାକୁ ଯିବାକୁ ଡାକିଲେ।

କିଛି ବାଟ ଯିବା ପରେ ସାନଝିଅକୁ ଅପେକ୍ଷା କରିବାକୁ କହି ବଡ଼ଝିଅ ନିର୍ମାକୁ ନିର୍ଦ୍ଧାରିତ ସ୍ଥାନକୁ ନେଇ ତା’ର ତଣ୍ଟିକାଟିବା ପରେ ଶବରେ ପେଟ୍ରୋଲ୍‌ ଢାଳି ନିଆଁ ଲଗାଇ ଦେଇଥିଲେ ବୋଲି କୁହାଯାଉଛି।

ଫେରିବା ପରେ ଶିବଲାଲ୍‌ଙ୍କ ହାତରେ ରକ୍ତ ଲାଗିଥିବା ଦେଖି ସାନ ଝିଅ ଚିତ୍କାର କରି ଗାଁ ଲୋକଙ୍କୁ ଡାକପକାଇଲା। ଗ୍ରାମବାସୀମାନେ ନିର୍ମାଙ୍କ ଅର୍ଦ୍ଧ-ଦଗ୍ଧ ଶବ ଦେଖି ପୁଲିସକୁ ସୂଚନା ଦେଲେ।

ବିଧିବଦ୍ଧ ଅଭିଯୋଗ ହେବା ପରେ ‘ଆଇପିସି’ ଧାରା ୩୦୨ ଅନୁଯାୟୀ ଅଭିଯୁକ୍ତଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ଶିବଲାଲ୍‌ ଫେରାର୍‌ ହୋଇଯାଇଥିବାରୁ ତାଙ୍କୁ ଧରିବା ପାଇଁ ପୁଲିସ ଉଦ୍ୟମ ଚଳାଇଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button