ଜି-୨୦ ଶିଖର ସମ୍ମିଳନୀର ପତାକା ଧରି ୧୦ହଜାର ଫୁଟ ଉଚ୍ଚରେ ଉଡ଼ିଲେ ଉଇଙ୍ଗ କମାଣ୍ଡର – Utkal Mail
ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀର ‘ଭାରତ ମଣ୍ଡପମ୍’ରେ ଆରମ୍ଭ ହୋଇଥିବା ଅଷ୍ଟାଦଶ ‘ଜି୨୦’ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଆସିଥିବା ବିଶ୍ବ ନେତାମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର କୋଣାର୍କସ୍ଥିତ ସୂର୍ଯ୍ୟ ମନ୍ଦିରର ପ୍ରସିଦ୍ଧ ଚକ୍ରର ପ୍ରତିକୃତି ଥିବା ପୃଷ୍ଠଭୂମି ସମ୍ମୁଖରେ ସ୍ବାଗତ କରିବା ସହିତ କରମର୍ଦ୍ଦନ କରିଛନ୍ତି।
ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ଚାଲିଥିବା ଆହ୍ଵାନ ମଧ୍ୟରେ ଜି-୨୦ ନେତାମାନେ ଶନିବାର ଜି-୨୦ ଶିଖର ସମ୍ମିଳନୀରେ ମିଳିତ ଘୋଷଣାନାମା ଗ୍ରହଣ କରିଛନ୍ତି। ଯାହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁବ ଖୁସି ହୋଇଯାଇଛନ୍ତି।
ଜି-୨୦ ଶିଖର ସମ୍ମିଳନୀ ପାଇଁ ଭାରତ ଉପରେ ବିଶ୍ବର ନଜର ରହିଛି। ଏହି କ୍ରମରେ ଭାରତୀୟ ବାୟୁ ସେନାର ଉଇଙ୍ଗ କମାଣ୍ଡର ଗଜେନ୍ଦ୍ର ନୂଆଦିଲ୍ଲୀରେ ଆୟୋଜିତ ହୋଇଥିବା ଜି-୨୦ ଶିଖର ସମ୍ମିଳନୀ ପାଇଁ ୧୦,୦୦୦ଫୁଟ ଉଚ୍ଚକୁ ଯାଇ ଏହାର ପତାକା ଉଡ଼ାଇଥିଲେ।
All set for #G20Summit2023. @IAF_MCC Wg Cdr Gajender with #G20 flag at 10000 Feet. #G20India2023 pic.twitter.com/0EhjqDsLoz
— Manish Prasad (@manishindiatv) September 7, 2023
ଯାହାର ଏକ ସୁନ୍ଦର ଭିଡିଓକୁ ଭାରତୀୟ ବାୟୁସେନାର ଅଧିକାରୀ ଏକ୍ସ (ଟୁଇଟର)ରେ ସେୟାର କରାଯାଇଛି।
ଏହି ଜି-୨୦ ସମ୍ମିଳନୀରେ ଆମେରିକା,ବ୍ରିଟେନ, କାନାଡା,ଫ୍ରାନ୍ସ, ଜର୍ମାନୀ, ତୁର୍କୀ, ଇଟାଲୀ ଭଳି ୨୦ ସଦସ୍ୟ ରାଷ୍ଟ୍ରଙ୍କ ବ୍ୟତୀତ ସ୍ବତନ୍ତ୍ର ଭାବେ ନିମନ୍ତ୍ରିତ ଅତିଥି ଭାବେ ଅନ୍ୟ ବହୁ ଦେଶର ନେତା ଯୋଗ ଦେଇଛନ୍ତି। ଶିଖର ସମ୍ମିଳନୀରେ ବିଶ୍ବର ଅର୍ଥବ୍ୟବସ୍ଥା, ଜଳବାୟୁ ପରିବର୍ତ୍ତନ ଓ ସୁରକ୍ଷା ସମେତ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରାଯିବାର ଆଶା ରଖାଯାଇଛି।