C-DACରେ ଖାଲି ପଡିଛି ନିଯୁକ୍ତି ପଦବୀ, ଜାଣନ୍ତୁ କିପରି କରିବେ ଆବେଦନ

C-DAC ନିଯୁକ୍ତି ପାଇଁ ଅନେକ ପଦବୀ ଖାଲି ପଡିଛି । ଯେଉଁଥିରେ ଇଞ୍ଜିନିୟର, ପ୍ରୋଜେକ୍ଟ ମ୍ୟାନେଜର ସମେତ ଅନ୍ୟାନ୍ୟ ପଦବୀ ଭର୍ତ୍ତି ପାଇଁ ଘୋଷଣା କରାଯାଇଛି । ଇଚ୍ଛୁକ ପ୍ରାର୍ଥୀ ବର୍ତ୍ତମାନ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ । ଅଧିକ ବିବରଣୀ ପାଇଁ ଏହାର ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ ।
ପଦବୀ ବିବରଣୀ : ଇଞ୍ଜିନିୟର, ପ୍ରୋଜେକ୍ଟ ମ୍ୟାନେଜର ସମେତ ଅନ୍ୟାନ୍ୟ ପଦବୀ ଖାଲି ପଡିଛି ।
ଆବେଦନ ତାରିଖ : ଇଚ୍ଛୁକ ପ୍ରାର୍ଥୀ ୨୫ ଜୁନ୍ ପର୍ଯ୍ୟନ୍ତ ଆବେଦନ କରିପାରିବେ ।
ବୟସ ସୀମା : ଆବେଦନକାରୀ ବୟସ ସୀମା ୩୫ବର୍ଷରୁ ୫୬ ବର୍ଷ ମଧ୍ୟରେ ହୋଇଥିବା ଉଚିତ୍ । ଆରକ୍ଷିତ ପ୍ରାର୍ଥୀଙ୍କ ପାଇଁ ସରକାର ବୟସ ସୀମାକୁ ଛାଡ କରିଛନ୍ତି ।
ଶିକ୍ଷାଗତ ଯୋଗ୍ୟତା : ଏହି ନିଯୁକ୍ତି ସମ୍ବନ୍ଧୀୟ କ୍ଷେତ୍ରରେ ପ୍ରାର୍ଥୀମାନେ ଶିକ୍ଷାଗତ ଯୋଗ୍ୟତାରେ ଡିଗ୍ରୀ ହାସଲ କରିବା ଜରୁରୀ । ପଦବୀ ଅନୁଯାୟୀ ଉଚ୍ଛୁକ ପ୍ରାର୍ଥୀ B.Tech/ B.E, MSC,ME/M.Tech, MCA, PHD ରେ ପାସ୍ ହୋଇଥିବା ଆବଶ୍ୟକ ।
ଦରମା : ମନୋନୀତ ପ୍ରାର୍ଥୀଙ୍କ ଦରମା ୪.୪୯ ଲକ୍ଷ ଟଙ୍କାରୁ ୨୨.୯ ଲକ୍ଷ ମଧ୍ୟରେ ଧାର୍ଯ୍ୟକରାଯାଇଛି ।
ଚୟନ ପ୍ରକ୍ରିୟା : ଯୋଗ୍ୟତା ଆଧାରରେ ଆବେଦନଗୁଡିକୁ ଯାଞ୍ଚ କରାଯିବ । ଏହା ପରେ ପ୍ରାର୍ଥୀମାନେ କମ୍ୟୁଟର ଆଧାରରେ ପରୀକ୍ଷା ଦେବେ । ପ୍ରାର୍ଥୀଙ୍କୁ ଇଣ୍ଟରଭ୍ୟୁ ପାଇଁ ଡକାଯିବ । ଶେଷରେ ସମସ୍ତ ଦକ୍ଷତାକୁ ଆଧାର କରି ମନୋନୀତ କରାଯିବ ।
ଆବେଦନ ପ୍ରକ୍ରିୟା :
ପ୍ରଥମେ ଏହାର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ ।
ପରେ ହୋମପେଜରେ ଦିଆଯାଇଥିବା ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ।
ଆବେଦନ ଫର୍ମରେ ଜରୁରୀ ଡିଟେଲସ୍ ଦେଇ ଫର୍ମ ପୂରଣ କରନ୍ତୁ ।
ଏବେ ଜରୁରୀ ଡକ୍ୟୁମେଣ୍ଟକୁ ଅପଲୋଡ କରନ୍ତୁ ।
ଶେଷରେ କନଫର୍ମସ ପେଜକୁ ଡାଉନଲୋଡ କରି ପ୍ରିଣ୍ଟକୁ କାଢି ସୁରକ୍ଷିତ ଭାବରେ ରଖନ୍ତୁ ।



