ଓଡିଶା

ଚିନ୍ତା ବଢ଼ାଇଛି ବାର୍ଡ ଫ୍ଲୁ; ସଂକ୍ରମିତ କୁକୁଡ଼ାଙ୍କୁ ମାରି ପୋତିଲେ ଫାର୍ମ ମାଲିକଙ୍କୁ ମିଳିବ ଅନୁକମ୍ପା ରାଶି

ପିପିଲି : ବାର୍ଡ ଫ୍ଲୁକୁ ନେଇ ଆତଙ୍କିତ ହୁଅନ୍ତୁ ନାହିଁ। ସଂକ୍ରମିତ କୁକୁଡ଼ାଙ୍କୁ ମାରି ପୋତିଲେ ସେ ବାବଦରେ ଫାର୍ମ ମାଲିକଙ୍କୁ ଅନୁକମ୍ପା ରାଶି ମିଳିବ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ। ପିପିଲି ସତ୍ୟବାଦୀ ଦୁଇଟି ଜାଗାରେ ରିପୋର୍ଟ ହେବା ସହ କୁକୁଡ଼ା ମରା ଅଭିଯାନ ଚାଲିଛି। ଏନେଇ ଷ୍ଟେଟ ରାପିଡ ରେଷ୍ପନ୍ସ ଟିମ୍ ଓ ଜିଲ୍ଲା ରାପିଡ ରେଷ୍ପନ୍ସ ଟିମ୍ କାର୍ଯ୍ୟ କରୁଛନ୍ତି।

ଏହି ଦୁଇ ଜାଗାକୁ ଛାଡ଼ିଲେ ଅନ୍ୟ କୌଣସି ସ୍ଥାନରେ ଚିହ୍ନଟ ହୋଇନାହିଁ। ଲୋକଙ୍କୁ ସଚେତନ କରାଯିବା ସହ ଘରକୁ ଘର ବୁଲି ପାମ୍ପଲେଟ ବଣ୍ଟାଯାଉଛି। ଯେଉଁମାନେ ସଂକ୍ରମିତ କୁକୁଡ଼ା ସଂସ୍ପର୍ଶରେ ଆସୁଛନ୍ତି, ସେମାନଙ୍କୁ ଚିହ୍ନଟ କରି ପ୍ରତିଷେଧକ ଔଷଧ ଦିଆଯାଉଛି। ଯେଉଁ ଅଞ୍ଚଳରେ ସଂକ୍ରମଣ ରହିଛି ସେ ସ୍ଥାନରେ ଚିକେନ ନଖାଇବାକୁ ପରାମର୍ଶ ଦିଆଯାଇଛି। ବାର୍ଡ ଫ୍ଲୁର ହଟ୍ ସ୍ପଟ୍ ପାଲଟିଛି ପିପିଲି। ଆଜିଠୁ ମରାହେବ ଦେଶୀ କୁକୁଡ଼ା। ପିପିଲି ଓ ସତ୍ୟବାଦୀ ବ୍ଲକ ଅଞ୍ଚଲରୁ ୨୬ହଜାରରୁ ଅଧିକ କୁକୁଡ଼ା ମରାଗଲାଣି। ।

ସେପଟେ ଏହି ରୋଗ ମଣିଷକୁ କିପରି ସଂକ୍ରମିତ ନହେବ ସେଥିପାଇଁ ଆଶାକର୍ମୀଙ୍କୁ ନିୟୋଜିତ କରାଯାଇଛି । ଏହି ରୋଗ ଜ୍ବରରୁ ଆରମ୍ଭ ହୋଇଥାଏ । ଏଥିପାଇଁ ଫିଭର ସର୍ଭେଲାନସ୍ କରାଯାଉଛି । ନମୁନା ପରୀକ୍ଷା ସହ ସଂପୃକ୍ତ ବ୍ୟକ୍ତିଙ୍କୁ ଅନ୍ୟମାନଙ୍କଠାରୁ ଦୂରେଇ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଜି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଟିମ୍ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବେ । ସେପଟେ ଏହି ରୋଗ ମଣିଷକୁ କିପରି ସଂକ୍ରମିତ ନହେବ ସେଥିପାଇଁ ଆଶାକର୍ମୀଙ୍କୁ ନିୟୋଜିତ କରାଯାଇଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button