ସ୍ୱାସ୍ଥ୍ୟ

ଜାଣନ୍ତୁ କଣ ଅଟେ ଗ୍ରୀନ ଟୀ ପିଇବାର ସଠିକ ସମୟ- ନଚେତ ହେବ ଏହି ଅସୁବିଧା

ଗ୍ରୀନ ଟୀ ରେ ଭରପୁର ମାତ୍ରା ରେ ମିନେରଲ୍ସ, ଭିଟାମିନ୍ସ ସହ ଏନ୍ଟି ଇନଫ୍ଲାମେଣ୍ଟ୍ରି ଗୁଣ ଥାଏ ଯାହା ହାର୍ଟ ସମ୍ବନ୍ଧିତ ରୋଗ ସହ କ୍ୟାନ୍ସର ଭଳି ଭୟଙ୍କର ରୋଗ ଠାରୁ ମଧ୍ୟ ବଞ୍ଚେଇ ରଖିଥାଏ । ଗ୍ରୀନ ଟୀ ସବୁଠାରୁ ସ୍ଵସ୍ଥ ଡ୍ରିଙ୍କ ମଧ୍ୟରୁ ଗୋଟେ ବୋଲି ଲୋକ ମାନନ୍ତି, ଅଲଗା ଅଲଗା ଚା ଭଳି ଏହା ଅକସିକରଣ ପ୍ରକ୍ରିୟା ଠାରୁ ପାସ କରି ଯାଇ ନଥାଏ ଏବଂ ଏହି କାରଣ ପାଇଁ ଏହାର ସ୍ୱାସ୍ଥ୍ୟ ସମ୍ବନ୍ଧିତ ଲାଭ ମଧ୍ୟ ହୋଇଥାଏ ।

ଓଜନ କମ କରିବା ସହ ଏହା ବହୁତ ପ୍ରକାର ସ୍ୱାସ୍ଥ୍ୟବର୍ଦ୍ଧକ ମଧ୍ୟ ହୋଇଥାଏ, ଗ୍ରୀନ ଟି ରେ ଭରପୁର ମାତ୍ରା ରେ ମିନେରଲ୍ସ, ଭିଟାମିନ ଏହା ସହ ଏନ୍ଟି ଇନଫ୍ଲାମେଣ୍ଟ୍ରି ଗୁଣ ମଧ୍ୟ ଥାଏ ଯାହା ହାର୍ଟ ସମ୍ବନ୍ଧିତ ରୋଗ ଠାରୁ ମୁକ୍ତି ଦେଇଥାଏ ।

ସକାଳୁ ସକାଳୁ ପିଅନ୍ତୁ ନାହିଁ :

କେତେକ ଲୋକଙ୍କ ଅଭ୍ୟାସ ଥାଏ ସକାଳେ ଉଠି ଖାଲି ପେଟରେ ଚା ପିବାର କିନ୍ତୁ ଆପଣଙ୍କୁ ଆମେ ଏହା କହିଦବାକୁ ଚାହୁଁ ଯେ ଗ୍ରୀନ ଟି ରେ ଅଧିକ ମାତ୍ରା ରେ କେତେଚୀନ ଥାଏ । ଏତେ ସକାଳେ ଖାଲି ପେଟରେ ଗ୍ରୀନ ଟି ପିବା ଅଭ୍ୟାସ ଆପଣଙ୍କ ଲିଭର ଖରାପ କରି ପାରେ ସେଥିପାଇଁ ଆପଣ ସକାଳେ ୧୦-୧୧ ମଧ୍ୟରେ ଓ ରାତିରେ ଟିକେ ଜଲ୍ଦି ଗ୍ରୀନ ଟି ସେବନ କରି ପାରିବେ ।

ଖାଇବା ମଝିରେ ପିଇବା :

ଯଦି ଆପଣ ଚାହନ୍ତି ତେବେ ଆପଣ ଖାଇବା ମଝିରେ ଗ୍ରୀନ ଟି ପି ପାରିବେ, ପୋଷକ ତତ୍ଵ ସେବନ ଓ ଲୁହା ଅବଶୋଷଣ କୁ ଅଧିକନିଜ ଭୋଜନ ରେ ସାମିଲ କରନ୍ତୁ ଭୋଜନ ହଜମ କରିବା ପାଇଁ ଗ୍ରୀନ ଟି ଖାଇବାର ଦୁଇ ଘଣ୍ଟା ଆଗରୁ ନଚେତ ଖାଇବା ଦୁଇ ଘଣ୍ଟା ପରେ ପିଅନ୍ତୁ । ଯଦି ଆପଣଙ୍କୁ ଏନିମିୟା ଭଳି ରୋଗ ଅଛି ତେବେ ଖାଇବା ସହ ଗ୍ରୀନ ଟି ପିବା ବନ୍ଦ କରି ଦିଅନ୍ତୁ ।

ଶୋଇବା ଦୁଇ ଘଣ୍ଟା ଆଗରୁ :

ଗ୍ରୀନ ଟି ରେ କେଫିନ ମାତ୍ରା ମଧ୍ୟ ଥାଏ ସେଥିପାଇଁ ଶୋଇବା ଆଗରୁ ଗ୍ରୀନ ଟି ପିବା ଉଚିତ ନୁହ, ଏହା ଦ୍ଵାରା ଆପଣଙ୍କ ନିଦ ହେବାକୁ କଷ୍ଟ ହୋଇ ପାରେ । ଗ୍ରୀନ ଟି ରେ ଏମୀନୋ ଏସିଡ ଥାଏ ଯାହା ଆପଣଙ୍କୁ ଜାଗୃତ ଏବଂ ଭଲ ଧ୍ୟାନ କେନ୍ଦ୍ରିତ କରିବା ପାଇଁ ସାହାଜ୍ଯ କରିଥାଏ । ଶୋଇବା ଦୁଇ ଘଣ୍ଟା ଆଗରୁ ଗ୍ରୀନ ଟି ସେବନ କରିପାରିବେ କାହିଁକିନା ଏହି ସମୟ ମେଟାବୋଲିଜିମ ଧୀରେ ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button